ETV Bharat / city

ମାଳିସାହିରେ କମିଶନରେଟ୍ ପୋଲିସର ରେଡ୍

author img

By

Published : Sep 27, 2022, 11:19 AM IST

ଆକ୍ସନ୍‌ ମୁଡ୍‌ରେ କମିଶନରେଟ୍ ପୋଲିସ(Commissionerate police ) । ଆଗକୁ ପୂଜା ଥିବାରୁ ଏଥିପାଇଁ ଆଗୁଆ ସତର୍କତା ପାଇଁ ସଜାଗ ରହିଛି ପୋଲିସ । ଅଧିକ ପଢ଼ନ୍ତୁ

ମାଳିସାହିରେ କମିଶନରେଟ୍ ପୋଲିସର ରେଡ୍
ମାଳିସାହିରେ କମିଶନରେଟ୍ ପୋଲିସର ରେଡ୍

ଭୁବନେଶ୍ବର: ଆଉ ଦିନ କେଇଟା ପରେ ଆରମ୍ଭ ହେବ ଦୁର୍ଗାପୂଜା । ସଜେଇ ହେଲାଣି ରାଜଧାନୀ ଭୁବନେଶ୍ବର । ଏନେଇ ଉତ୍ସବମୁଖର ହୋଇ ଉଠିଛି ସହର । ଚାରିଆଡ଼େ ଲାଗିଛି ଚିକମିକ ଆଲୁଅ । କୋରୋନା କଟକଣା ଏଥର ନଥିବାରୁ ଚଳିତ ବର୍ଷ ଧୁମଧାମରେ ପାଳନ ହେବ ଦୁର୍ଗାପୂଜା । ତେବେ ଆଗକୁ ପୂଜା ଥିବାରୁ ଏଥିପାଇଁ ଆଗୁଆ ସତର୍କତା ପାଇଁ ପୋଲିସ ରହିଛି ସଜାଗ(Commissionerate police ) ।

ମାଳିସାହିରେ କମିଶନରେଟ୍ ପୋଲିସର ରେଡ୍

ଏହି ଅନୁସାରେ ଖାରବେଳ ନଗର ଥାନା ମାଳିସାହିରେ ପଶିଛି କମିଶନରେଟ୍ ପୋଲିସ(Commissionerate police raid in mali sahi ) । ରେଡ୍ ଲାଇଟ୍ ଏରିଆ ଭାବେ ପରିଚିତ ଏହି ଅଞ୍ଚଳରେ ପୋଲିସ ପହଞ୍ଚି କିଛି ବସ୍ତିରେ ଚଢଉ କରିଛି । ଏଠାରେ ରାଜ୍ୟ ବାହାର ଲୋକ ରହୁଥିବାର ଖବରପାଇ ପୋଲିସ ଚେକ୍ କରିଛି । ସେମାନଙ୍କର ପରିଚୟ ଓ କାହିଁକି ରହୁଛନ୍ତି ସେନେଇ କାରଣ ପଚାରି ବୁଝିଛି । ଏପରିକି ଏକ ମସଜିଦ ଭିତରେ ଥିବା ଲଜରେ କିଛି ଲୋକ ରହୁଥିବାରୁ ସେମାନଙ୍କର ପରିଚୟପତ୍ର ଯାଞ୍ଚ କରି ରଖିବାକୁ ସଚେତନ କରାଯାଇଛି ।

ପୂଜା ସମୟରେ ଯେପରି କ୍ରିମିନାଲ ଏଠାରେ ନରୁହନ୍ତି ସେଥି ପ୍ରତି ବେଶ ସଜାଗ ରହିଛି କମିଶନରେଟ ପୋଲିସ (Commissionerate police raid in mali sahi ) । ସୂଚନାନୁସାରେ ଏହି ପୂଜା ସମୟରେ ଅନେକ ଅପରାଧିକ କାର୍ଯ୍ୟକଳାପ ଦେଖିବାକୁ ମିଳେ । ଛିନତାଇଠୁ ଆରମ୍ଭ କରି ମରର୍ଡ ପର୍ଯ୍ୟନ୍ତ ଘଟିଥାଏ ନାନା ଅଘଟଣ । ତେଣୁ ଏହାକୁ ଦୃଷ୍ଟିରେ ରଖି ଚାରିଆଡ଼େ ନାଲି ଆଖି ବୁଲାଉଛି କମିଶନରେଟ୍ ପୋଲିସ ।

ତେବେ କମିଶନରେଟ୍ ପୋଲିସର ଏହି ନାଲି ଆଖିକୁ ଦେଖି ଅପରାଧୀଙ୍କ ମନରେ ଛନକା ପଶିଛି । ତେଣୁ ଅପରାଧୀମାନେ ପୋଲିସ ସ୍କାନରରୁ ବର୍ତ୍ତିବାକୁ ଏପରି ଅଞ୍ଚଳରେ ଆତ୍ମଗୋପନ କରିଥାନ୍ତି । ଏବିଷୟରେ ଜଣାପଡ଼ିବା ପରେ କମିଶନରେଟ୍ ପୋଲିସ ଗଳି କନ୍ଦିରେ ବୁଲାଉଛି ପୋଲିସ ଭ୍ୟାନ । ଯେଉଁଠି ସାମାନ୍ୟ ସନ୍ଦେହ ହେଉଛି ସେଠି କରୁଛି ତଦନ୍ତ । ଏପରିକି ହୋଟେଲ ଗୁଡିକ ଉପରେ ବି ନଜର ରଖୁଛି କମିଶନରେଟ୍ ପୋଲିସ ।

ଏପରିକି ସମସ୍ତଙ୍କ ଭୋଟର କାର୍ଡ, ଆଧାରକାର୍ଡ ମାଗିବା ସହ ଅନେକ ପଚରାଉଚୁରା କରୁଛି । ତେବେ କମିଶନରେଟ୍ ପୋଲିସର ଏଭଳି ଆକ୍ସନ ମୁଡକୁ ଦେଖି ସାଧାରଣ ଲୋକେ ଆଶ୍ବସ୍ତି ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବାହାରୁ ଆସୁଥିବା ଲୋକଙ୍କ ପ୍ରତି କମିଶନରେଟ୍ ପୋଲିସର କଡ଼ା ନଜର ରହିବା ସହ ସନ୍ଦେହ ହେଉଥିବା ଲୋକଙ୍କ ଫଟୋ ଉଠାଇ ରଖୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.