ETV Bharat / city

କୁନି ବୟସରେ ବଡ଼ କମାଲ, ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇ ଗୌରବ ଆଣିଲେ ସାଇ

author img

By

Published : Jan 31, 2022, 3:40 PM IST

କୁନି ବୟସରେ ବିରାଟ ରେକର୍ଡ । ପାଟି ଖୋଲିଲେ ପ୍ରଶ୍ନର ବାହାରୁଛି ଅନର୍ଗଳ ଉତ୍ତର। ଯାହା ମାତ୍ର 3 ବର୍ଷ ବୟସରେ ତାଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ଦେଇପାରିଛି। ଅଧିକ ପଢ଼ନ୍ତୁ

bhubaneswar boy sai swaraj in india book of records
କୁନି ବୟସରେ ବଡ଼ ପ୍ରତିଭା

ଭୁବନେଶ୍ବର: କୁନି ବୟସରେ ବିରାଟ ରେକର୍ଡ । ପାଟି ଖୋଲିଲେ ପ୍ରଶ୍ନର ବାହାରୁଛି ଅନର୍ଗଳ ଉତ୍ତର। ଯାହା ମାତ୍ର 3 ବର୍ଷ ବୟସରେ ତାଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ଦେଇପାରିଛି। ଭୁବନେଶ୍ବରର କୁନି ବାଳକ ସାଇସ୍ବରାଜ ବେହେରା ତାଙ୍କ ବିସ୍ମୟ ଜ୍ଞାନ ପାଇଁ ଗୌରବ ଅର୍ଜନ କରି ପାରିଛନ୍ତି। ଦେଶବିଦେଶ ପ୍ରଶ୍ନ ହେଉ ବା ଶ୍ଲୋକ ଅଥବା ଇଂରାଜୀ ରାଇମ୍ସ ସବୁ ପଚାରିବା କ୍ଷଣି ଅତି ସହଜରେ କହି ଦେଇ ପାରୁଛନ୍ତି।

ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇ ଗୌରବ ଆଣିଲେ ସାଇ

ଜଗତସିଂହପୁର ନାଉଁଗା ଅଞ୍ଚଳରେ ସାଇସ୍ବରାଜଙ୍କ ଘର। ମାତ୍ର ତିନି ବର୍ଷ ବୟସରେ ଦେଶବିଦେଶର ସାଧାରଣ ଜ୍ଞାନ, ଓଡ଼ିଶା ମାସ, ଶ୍ଲୋକ ଏବଂ ଇଂରାଜୀ ରାଇମ୍ସ ଆଦିକୁ ଅତି ପ୍ରାଞ୍ଜଳ ଭାବରେ ସେ କହି ପାରୁଛନ୍ତି। ଯେଉଁ ପ୍ରଶ୍ନ ପଚାରିଲେ ମଧ୍ୟ ନିର୍ଭୁଲ ଭାବେ ଉତ୍ତର ଦେଉଛନ୍ତି। ତାଙ୍କର ଏହି ସଫଳତା ପାଇଁ ସେ ଖୁବ ଅନୁଭବ କରୁଥିବା କହିଛନ୍ତି। ଛୋଟ ବୟସରୁ ସାଇ ସ୍ଵରାଜଙ୍କ ଏହି ଉଚ୍ଚ ଆଶା ଆଜି ତାଙ୍କୁ ଇଣ୍ଡିଆର ସର୍ବୋତ୍କୃଷ୍ଟ ସଫଳତା ଦେଇଛି।

ମାତ୍ର ଦୁଇବର୍ଷ ବୟସରୁ ହିଁ ସାଇଙ୍କ ବିଚକ୍ଷଣ ବୃଦ୍ଧିକୁ ତାଙ୍କ ମାଆ ଚିହ୍ନି ପାରିଥିଲେ । ତେଣୁ ପୁଅର ଏଭଳି ବିସ୍ମୟ ବୁଦ୍ଧି ଦେଖି ଅନଲାଇନରୁ ଇଣ୍ଡିଆ ବୁକ ଅଫ ରେକର୍ଡରେ ବିଷୟରେ ଜାଣି ଆପ୍ଲିକେସନ ପକାଇଥିଲେ। ଅନଲାଇନ ମାଧ୍ୟମରେ ସାଇଙ୍କ ଟେଷ୍ଟ ହୋଇଥିଲା। ଏହାପରେ ସାଇ ମନୋନୀତ ହୋଇ ନିଜର ପ୍ରତିଭାର ପରାକାଷ୍ଠା ଦେଖାଇଥିଲେ । ସେପଟେ ସାଇଙ୍କ ଏଭଳି ସଫଳତା ପାଇଁ ପରିବାରରେ ଖୁସିର ସୁଅ ଛୁଟିଛି। ଅତି ଛୋଟ ବୟସରୁ ସାଇଙ୍କ ବିଚକ୍ଷଣ ଜ୍ଞାନ ପାଇଁ ଗୌରବ ଅନୁଭବ ହେଉଛି। ତାଙ୍କର ଏହି ସଫଳତା ପରିବାର ମଧ୍ୟରେ ଖୁସି ଲହରୀ ଭରି ଦେଇଛି। ବଡ଼ ହେଲେ ଡାକ୍ତର ହୋଇ ଦେଶସେବା କରିବେ ବୋଲି ମନସ୍ଥ କରିଛନ୍ତି ସାଇ। ତାଙ୍କର ଇଚ୍ଛା ଅନୁସାରେ ସମସ୍ତ ଇଚ୍ଛା ଆକାଂକ୍ଷା ପୂରଣ କରିବେ ବୋଲି ସାଇଙ୍କ ବାପା କହିଛନ୍ତି।

କୋରୋନା ସମୟରେ ଦୀର୍ଘ ଦୁଇ ବର୍ଷ ହେବ ସ୍କୁଲ ବନ୍ଦ ଥିବାବେଳେ ସାଇଙ୍କ ଏଭଳି ସଫଳତା ସଭିଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତାଙ୍କ ନିଆରା ପ୍ରତିଭା ପ୍ରତିବାଦିତ ସମସ୍ତ ପିଲାଙ୍କ ସହ ଅଭିଭାବକଙ୍କ ପାଇଁ ମଧ୍ୟ ନିଶ୍ଚିତ ଏକ ଉଦାହରଣ ସଦୃଶ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.