ETV Bharat / city

ରାଜଧାନୀରୁ ହଟିବ କି ଲକଡାଉନ ! - babu singh

କୋରୋନା କାଳରେ ଜୀବନ ଜୀବିକା ପ୍ରଭାବିତ ହୋଇଛି । ଭୁବନେଶ୍ବରରେ ଟିପିଆର ଏବେ ତଳମୁହାଁ ହୋଇଥିବାବେଳେ ଆଗକୁ ରାଜଧାନୀରେ ଲକଡାଉନ ହଟିବ କି ନାହିଁ ସେନେଇ ଜୋର ଧରିଛି ଚର୍ଚ୍ଚା । ସମ୍ପୂର୍ଣ୍ଣ ଭାବେ ଭୁବନେଶ୍ବରରୁ କଟକଣା ହଟିବାର ସମୟ ଆସିନାହିଁ ବୋଲି କହିଲେ ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ । ଅଧିକ ପଢନ୍ତୁ...

ରାଜଧାନୀରୁ ହଟିବ କି ଲକଡାଉନ !
ରାଜଧାନୀରୁ ହଟିବ କି ଲକଡାଉନ !
author img

By

Published : Jul 27, 2021, 10:20 PM IST

ଭୁବନେଶ୍ବର: ଅଗଷ୍ଟ 1 ତାରିଖ ସକାଳ 6ଟା ଯାଏଁ ଆଂଶିକ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । କ୍ୟାଟାଗୋରୀ A ରେ 20ଟି ଜିଲ୍ଲା ଏବଂ କ୍ୟାଟାଗୋରୀ Bରେ 10 ଟି ଜିଲ୍ଲା ରହିଛି । ଯେହେତୁ ଟିପିଆର 5ରୁ ଉର୍ଦ୍ଧ୍ବ ଥିଲା ଖୋର୍ଦ୍ଧା ଜିଲ୍ଲା ମଧ୍ୟ କ୍ୟାଟାଗୋରୀ Bରେ ଆସୁଛି । ତେବେ ଅଗଷ୍ଟ ମାସରୁ ରାଜଧାନୀରେ ଲକଡାଉନ ହଟିବ କି ଆଗକୁ ବୃଦ୍ଧି ପାଇବ ସେନେଇ ଭୁବନେଶ୍ୱରବାସୀଙ୍କୁ ଘାରିଛି ଚିନ୍ତା । ଆଗକୁ ରାଜ୍ୟରେ ଲକଡାଉନ ରହିବା ଉଚିତ୍ କି ନାହିଁ ସେନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ ।

ରାଜଧାନୀରୁ ହଟିବ କି ଲକଡାଉନ !

କୋରୋନା କାଳରେ ଜୀବନ ଜୀବିକା ପ୍ରଭାବିତ ହୋଇଛି । ଭୁବନେଶ୍ବରରେ ଟିପିଆର ଏବେ ତଳକୁ ଖସିଛି । ଏପରିସ୍ଥଳେ ଆଗକୁ ରାଜଧାନୀରେ ଲକଡାଉନ ହଟିବ କି ନାହିଁ ସେନେଇ ଜୋର ଧରିଛି ଚର୍ଚ୍ଚା । ଏହି ପରିପ୍ରେକ୍ଷୀରେ ବାବୁ ସିଂ କହିଛନ୍ତି ଯେ, ସମ୍ପୂର୍ଣ୍ଣ ଭାବେ ଭୁବନେଶ୍ବରରୁ କଟକଣା ହଟିବାର ସମୟ ଆସିନାହିଁ । ଅନ୍ୟ ସ୍ଥାନରେ ସଂକ୍ରମଣ କମୁଥିବାବେଳେ ଭୁବନେଶ୍ବରୁ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ହେଲେ ଲୋକଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି କିଛି ମାତ୍ରାରେ କଟକଣା କୋହଳ କରାଯିବାର ଆବଶ୍ୟକତା ରହିଛି । କଟକଣା ମାନି ଲୋକମାନେ କାର୍ଯ୍ୟ କଲେ ଉଭୟ ଜୀବନ ଓ ଜୀବିକା ରକ୍ଷା କରାଯାଇ ପାରିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.