ETV Bharat / city

ରାଜଧାନୀରେ ଆଉ ଦେଖିବାକୁ ମିଳିବେନି ଭିକ୍ଷୁକ, ଦିଆଯିବ ସ୍ବତନ୍ତ୍ର ତାଲିମ - ଆତ୍ମନିର୍ଭର ହେବେ ଭିକ୍ଷୁକ

ଏଣିକି ଭିକାରୀ ମୁକ୍ତ ହେବ ସ୍ମାର୍ଟସିଟି । ରାଜଧାନୀ ଭୁବନେଶ୍ବରରେ ଆଉ ଦେଖିବାକୁ ମିଳିବେନି ଭିକାରୀ । ଆତ୍ମନିର୍ଭର ହେବେ ଭିକ୍ଷୁକ । ଅଧିକ ପଢନ୍ତୁ...

ଆତ୍ମନିର୍ଭର ହେବେ ଭିକ୍ଷୁକ
ଆତ୍ମନିର୍ଭର ହେବେ ଭିକ୍ଷୁକ
author img

By

Published : Jan 24, 2021, 8:31 PM IST

ଭୁବନେଶ୍ବର: ଏଣିକି ଭିକାରୀ ମୁକ୍ତ ହେବ ସ୍ମାର୍ଟସିଟି । ରାଜଧାନୀ ଭୁବନେଶ୍ବରରେ ଆଉ ଦେଖିବାକୁ ମିଳିବେନି ଭିକାରୀ । ଆତ୍ମନିର୍ଭର ହେବେ ଭିକ୍ଷୁକ । ଭୁବନେଶ୍ୱର ଭିକାରୀଙ୍କ ପାଇଁ ସ୍ୱତନ୍ତ୍ର ଆଶ୍ରୟସ୍ଥଳୀ ବ୍ୟବସ୍ଥା କରିବ ବିଏମସି । ପ୍ରତି ଜୋନରେ ଭିକ୍ଷୁକ ଥଇଥାନ କେନ୍ଦ୍ର ଖୋଲିବାକୁ ଚାଲିଛି ଯୋଜନା । ସେମାନଙ୍କର ଖାଇବା, ପିଇବା ଠାରୁ ଆରମ୍ଭ କରି ରହଣୀର ବ୍ୟବସ୍ଥା କରାଯିବ । ସେମାନଙ୍କୁ ରୋଜଗାର କ୍ଷମ କରିବା ସହ ଅନ୍ତର୍ନିହିତ ଶକ୍ତିକୁ ଜାଗ୍ରତ କରାଇ ଆତ୍ମନିର୍ଭରଶୀଳ କରିବା ପାଇଁ ବିଭିନ୍ନ ତାଲିମ ମଧ୍ୟ ଦିଆଯିବ । ବିଏମସିର ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ବିଭିନ୍ନ ଅନୁଷ୍ଠାନ ।

ଆତ୍ମନିର୍ଭର ହେବେ ଭିକ୍ଷୁକ

ଭୁବନେଶ୍ୱରକୁ ଭିକାରୀ ମୁକ୍ତ ସହର କରିବା ପାଇଁ ଅଭିଯାନ ଆରମ୍ଭ କରିଛି ଭୁବନେଶ୍ୱର ମହାନଗର ନିଗମ ।

ବିଏମସି ର ୩ ଟି ଜୋନ ରେ ୩୦୦ ଭିକାରୀଙ୍କ ପାଇଁ ହେବ ଆଶ୍ରୟସ୍ଥଳୀ । ଖୁଶଶୀଘ୍ର ଏନେଇ ଟେଣ୍ଡର ଡକାଯିବ । ମାସିକ ଜଣଙ୍କ ପିଛା ଖର୍ଚ୍ଚ ହେବ ୩୪୦୦ ଟଙ୍କା । ଏହାଦ୍ୱାରା ଭୁବନେଶ୍ୱରରେ ଭିକ୍ଷା ବୃତି ବନ୍ଦ କରାଇ ଥଇଥାନ କରିବାକୁ ନିଷ୍ପତ୍ତି ନେଇଛି ବିଏମସି ।

2017 ମସିହାରେ ଭୁବନେଶ୍ୱରରେ ଏକ ସର୍ଭେ ସମୟରେ , ପ୍ରାୟ ୧୨୭୦ ଜଣ ଭିକାରୀ ବସବାସ କରୁଥିବା ଜଣାପଡିଥିଲା । ସହରକୁ ଭିକ୍ଷୁକ ମୁକ୍ତ କିପରି କରାଯିବ ସେନେଇ ବିଏମସି ଯୋଜନା ଆରମ୍ଭ କରିଥିଲା । ତେବେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଥିବା ବେଳେ ବିଏମସି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ରାଜଧାନୀବାସୀ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.