ETV Bharat / city

ରାଜଧାନୀକୁ ହାଇକୋର୍ଟ ସ୍ଥାନାନ୍ତରଣ ଦାବିରେ ଭୁବନେଶ୍ବର ଓକିଲ ସଂଘର ଧାରଣା

ଓଡିଶା ହାଇକୋର୍ଟକୁ ରାଜଧାନୀକୁ ସ୍ଥାନାନ୍ତରଣ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ଓକିଲ ସଂଘର ପ୍ରତିକାତ୍ମକ ଧାରଣା । ଅଧିକ ପଢନ୍ତୁ

author img

By

Published : Jul 29, 2022, 2:51 PM IST

ହାଇକୋର୍ଟ ସ୍ଥାନାନ୍ତରଣ ପ୍ରସଙ୍ଗ, ଧାରଣା ଦେଲେ ଓକିଲ ସଂଘ

ଭୁବନେଶ୍ବର: ଜୋର ଧରିଲା ହାଇକୋର୍ଟ ସ୍ଥାନାନ୍ତରଣ ଦାବି । କଟକରୁ ରାଜଧାନୀକୁ ସ୍ଥାନାନ୍ତର‌ଣ ପାଇଁ ଭୁବନେଶ୍ୱର ବାର ଆସୋସିଏସନ ଦାବି କରିଛି । ରାଜ୍ୟ ରାଜଧାନୀରେ ସମସ୍ତ କାର୍ଯ୍ୟାଳୟ ଥିବାବେଳେ ଆଇନ ପ୍ରକ୍ରିୟା ପାଇଁ କଟକ ଯିବା ଆସିବା କଷ୍ଟକର ହୋଇପଡୁଛି । ତେଣୁ ହାଇକୋର୍ଟ ସ୍ଥାନାନ୍ତର ଦାବି କରି ଭୁବନେଶ୍ୱର କୋର୍ଟ ସାମ୍ନାରେ କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ପ୍ରତିକାତ୍ମକ ଧାରଣା ଦେଇଛନ୍ତି ଓକିଲ ସଂଘ ।

ଏନେଇ ଓକିଲ ସଂଘ ସଭାପତି ରବି‌ନାରାୟଣ ସାମନ୍ତରାୟ କହିଛନ୍ତି ଯେ, ''ସରକାରଙ୍କ ସହ ଏନେଇ ଆଲୋଚନା ହୋଇଛି, କିନ୍ତୁ କେବଳ ପ୍ରତିଶୃତି ମିଳିଛି । ବିଚାର ପ୍ରକ୍ରିୟାରେ କେସ ସଂଖ୍ୟା ବଢୁଛି, ତେଣୁ ଭୁବନେଶ୍ୱରରୁ କଟକ ଯିବାଆସିବା କରିବା କଷ୍ଟକର ବ୍ୟାପାର ହେଉଛି । ଭୁବନେଶ୍ୱରକୁ ସ୍ଥାନାନ୍ତର ହେଲେ ଯେ କେହି ଏଥିରେ ଉପକୃତ ହେବେ ।"

ସେ ଆହୁରି ପ୍ରଶ୍ନ କରିଛନ୍ତି ଯେ, "ସମସ୍ତ ରାଜ୍ୟର ରାଜଧାନୀରେ ହାଇକୋର୍ଟ ରହିଛି, ତେବେ କାହିଁକି ଓଡିଶାର ରାଜଧାନୀକୁ ନଆସିବ ? ଏଦିଗରେ ସରକାର ଏକ ନିଷ୍ପତି ନିଅନ୍ତୁ ।" ଏହି ଦାବି ନେଇ 2013ରୁ ପ୍ରତି ମାସର ଶେଷ ଶୁକ୍ରବାର କୋର୍ଟରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଥିବା ସଂଘର ସଦସ୍ୟମାନେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.