ETV Bharat / city

ଭୁବନେଶ୍ବର ଓକିଲ ସଙ୍ଘ ନିର୍ବାଚନ, ୩ୟ ପାଳି ସମ୍ଭାଳିଲେ ରାଜକିଶୋର - ଭୁବନେଶ୍ବର ଓକିଲ ସଂଘ ନିର୍ବାଚନ

ଭୁବନେଶ୍ବର ଓକିଲ ସଙ୍ଘର ନିର୍ବାଚନ ଫଳାଫଳ ପ୍ରକାଶ । ସଭାପତି ଭାବେ ରବିନାରାୟଣ ସାମନ୍ତରାୟ ବିଜୟ ହୋଇଥିବା ବେଳେ ସମ୍ପାଦକ ପଦବୀ ହାସଲ କରିଛନ୍ତି ରାଜକିଶୋର ଦାସ। ଅଧିକ ପଢନ୍ତୁ

ଭୁବନେଶ୍ବର ଓକିଲ ସଂଘ ନିର୍ବାଚନ: ୩ୟଥର ପାଇଁ ସମ୍ପାଦକ ହେଲେ ରାଜକିଶୋର ଦାସ

author img

By

Published : Mar 27, 2022, 7:29 AM IST

ଭୁବନେଶ୍ବର: ଶାନ୍ତିଶୃଙ୍ଖଳାର ସହ ଭୁବନେଶ୍ବର ଓକିଲ ସଂଘ ନିର୍ବାଚନ ସରିଛି । ଫଳାଫଳ ମଧ୍ୟ ଘୋଷିତ ହୋଇଛି । ନିର୍ବାଚନରେ ସମ୍ପାଦକ ଭାବେ ରାଜକିଶୋର ଦାସ ଏବଂ ସଭାପତି ଭାବେ ରବିନାରାୟଣ ସାମନ୍ତରାୟ ନିର୍ବାଚିତ ହୋଇଛନ୍ତି । ରାଜକିଶୋର ଦାସ ଲଗାତାର ତୃତୀୟଥର ପାଇଁ ଓକିଲ ସଂଘର ସମ୍ପାଦକ ଭାବରେ ନିର୍ବାଚିତ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି ।

ଭୁବନେଶ୍ବର ଓକିଲ ସଂଘ ନିର୍ବାଚନ: ୩ୟଥର ପାଇଁ ସମ୍ପାଦକ ହେଲେ ରାଜକିଶୋର ଦାସ

୨୦୨୦ ଓ ୨୦୨୧ ପରେ ୨୦୨୨ର ପାଳି ସମ୍ଭାଳିବାକୁ ଯାଉଛନ୍ତି ନବ ନିର୍ବାଚିତ ସେକ୍ରେଟାରି ରାଜକିଶୋର ଦାସ । ସେହିଭଳି ଆସିଷ୍ଟାଣ୍ଟ ସେକ୍ରେଟାରି ଭାବେ ରାଜେନ୍ଦ୍ର କୁମାର ଦାସ ସହ ଜଏଣ୍ଟ ସେକ୍ରେଟରି ଅଶୋକ ବଡପଣ୍ଡା ବିଜୟୀ ହୋଇଛନ୍ତି । ପ୍ରେସିଡେଣ୍ଟ ଭାବେ ରବି ସାମନ୍ତରାୟ ଓ ଭାଇସ ପ୍ରେସିଡେଣ୍ଟ ଭାବେ ଅଭିମନ୍ୟୁ ସ୍ବାଇଁ ବିଜୟୀ ହୋଇଛନ୍ତି । କୋଷାଧ୍ୟକ୍ଷ ଭାବେ ଦିବାକର ମିଶ୍ର ଚଳିତବର୍ଷ ଓକିଲ ନିର୍ବାଚନରେ ବିଜୟୀ ହୋଇଛନ୍ତି ।

ସୂଚନାଅନୁସାରେ, ଗତକାଲି(ଶନିବାର) ସକାଳ ୮ଟାରେ ଭୋଟଦାନ ପ୍ରକ୍ରିୟା ଆରମ୍ଭ ହୋଇ ୩ଟା ପର୍ଯ୍ୟନ୍ତ ଚାଲିଥିଲା । ଅପରାହ୍ନ ୪ଟାରୁ ଗଣତି ପ୍ରକ୍ରିୟା ଆରମ୍ଭ ହୋଇ ଫଳାଫଳ ଘୋଷଣା ହୋଇଥିଲା । ଏହାପରେ ଭୁବନେଶ୍ବର ଓକିଲ ସଙ୍ଘ ପକ୍ଷରୁ ସେଲିବ୍ରେସନ କରାଯାଇଥିଲା । ବାଜାବାଣରେ କମ୍ପିଲା ଓକିଲ ସଙ୍ଘ ପରିସର । ତେବେ ନବ ନିର୍ବାଚିତ ସେକ୍ରେଟାରି ରାଜକିଶୋର ଦାସ କହିଛନ୍ତି ଯେ, ଖୁବ ଶୀଘ୍ର ଉଦଘାଟନ ହେବ ଭୁବନେଶ୍ବର କୋର୍ଟ କମ୍ପ୍ଲେକ୍ସ । ଦୂର ହେବ କୋର୍ଟ ସମ୍ମୁଖର ଟ୍ରାଫିକ ସମସ୍ୟା ଏବଂ ପାର୍କିଂ ସମସ୍ୟାର ଖୁବ ଶିଘ୍ର ହେବ ସୁଧାର । ଏଥିସହ ସମସ୍ତ ଓକିଲଙ୍କ ପାଇଁ ମିଳିବ ଇନସୁରାନ୍ସ ସୁବିଧା।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.