ETV Bharat / city

ଭୁବନେଶ୍ବର ବାଲିଯାତ୍ରା: ପ୍ରଥମ ଦିନରେ ଫାଙ୍କା ପଡିଲା ମେଳା ପଡିଆ

author img

By

Published : Nov 12, 2019, 11:57 PM IST

ଆରମ୍ଭ ହେଲା ଭୁବନେଶ୍ବର ବାଲିଯାତ୍ରା । ମେଳାର ପ୍ରଥମ ଦିନରେ ପଡିଆ ଫାଙ୍କା ପଡିବା ସହ 500ଟି ଷ୍ଟଲରୁ ଖୋଲିଥିଲା ପାଖାପାଖି 20ଟି ଷ୍ଟଲ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଐତିହାସିକ କଟକ ବାଲିଯାତ୍ରା ମଙ୍ଗଳବାର ଆରମ୍ଭ ହୋଇଥିବାବେଳେ ରାଜଧାନୀ ଭୁବନେଶ୍ବରରେ ଅନୁଷ୍ଠିତ ଭୁବନେଶ୍ବର ବାଲିଯାତ୍ରା ଆରମ୍ଭ ହୋଇଛି । ଚଳିତ ବର୍ଷକୁ ମିଶାଇ ତୃତୀୟ ଥର ପାଇଁ ଅନୁଷ୍ଠିତ ହୋଇଛି ଏହି ବାଲିଯାତ୍ରା । ରାଜଧାନୀବାସୀ ମଧ୍ୟ ଏବେ ବାଲିଯାତ୍ରାର ମଜା ନେଇପାରିବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କୁଆଖାଇ ନଦୀ ପଠାରେ ଅନୁଷ୍ଠିତ ଏହି ଭୁବନେଶ୍ବର ବାଲିଯାତ୍ରାରେ ଚଳିତ ବର୍ଷ ପଡିଆରେ 500ଟି ଷ୍ଟଲ ପଡିଥିବାବେଳେ ପ୍ରଥମ ଦିନରେ ପାଖାପାଖି 20ଟି ଷ୍ଟଲ ଖୋଲିଥିଲା । ଆଗାମୀ ଦିନରେ ଏହି ଶୂନ୍ୟତା ଲୋକରଣ୍ୟରେ ପରିଣତ ହେବ ବୋଲି ଆୟୋଜକ ଆଶା ରଖିଛନ୍ତି ।

ଭୁବନେଶ୍ବର ବାଲିଯାତ୍ରାକୁ ମନ୍ତ୍ରୀ ଅଶୋକ ପଣ୍ଡା ଉଦଘାଟନ କରିଥିବା ବେଳେ ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବ୍ଲକ ସଭାପତି ଭାଲେଣ୍ଟିନା ରାଉତଙ୍କ ସମତେ ବିଶିଷ୍ଟ ନେତୃବୃନ୍ଦମାନେ ଉପସ୍ଥିତ ଥିଲେ । ମେଳା ପଡିଆରେ ମୀନାବଜାର ସାଙ୍ଗକୁ ବିଭିନ୍ନ ପ୍ରକାର ଦୋଳି ଦର୍ଶକଙ୍କୁ ଆକର୍ଷଣ ରହିଛି। ଚଳିତ ବର୍ଷ ବାଲିଯାତ୍ରାରେ ପ୍ଲାଷ୍ଟିକ ବ୍ୟାନ କରାଯାଇଛି। ଯାହା ପରିବେଶ ସୁରକ୍ଷା ଉପରେ ଅଧିକ ଗୁରୁତ୍ବ ଦେଉଛି ।
ପ୍ରଥମ ବର୍ଷ ୪୦ ଟି ଷ୍ଟଲ ମାଧ୍ୟମରେ ବାଲିଯାତ୍ରା ଆରମ୍ଭ କରାଯାଇଥିଲା। ଦ୍ବିତୀୟ ବର୍ଷ ୩୫୦ ଟି ଏବଂ ଚଳିତ ବର୍ଷ ୫୦୦ଟି ଷ୍ଟଲ ଖୋଲାଯାଇଛି । ଯାହାକୁ ସୁରକ୍ଷା ଦେବାରେ ୨୫୦ ଟି ବିଭିନ୍ନ ଗ୍ରାମର ଯୁବକମାନେ ବିଶେଷ ଭାବରେ ଯୋଗଦାନ କରିଛନ୍ତି।

ସେହିପରି ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ କମିଶନର ଭୁବନେଶ୍ବର ବାଲିଯାତ୍ରା ପାଇଁ ୧୦ ପ୍ଲାଟୁନ ପୋଲିସ ଦେଇଥିବା ବେଳେ ଯୁବପୀଢ଼ିମାନେ ଲୋକମାନଙ୍କ ଉପରେ ନଜର ରଖିବା ସହ ୬ ଟି ୱାଚ କରାଯାଇଛି। ଯଦ୍ବାରା ସମ୍ପୂର୍ଣ ବାଲିଯାତ୍ରା ଉପରେ ତୀକ୍ଷ୍ଣ ନଜର ରଖିପାରିବ ପୋଲିସ । ସେହିପରି ଭୁବନେଶ୍ବର, ପଟିଆ, ବାରଙ୍ଗରୁ ଆସୁଥିବା ଦର୍ଶକ ମାନଙ୍କ ପାଇଁ 5ଟି ସାଇକେଲ ଷ୍ଟାଣ୍ଡର ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଭୁବନେଶ୍ୱର ବାଲିଯାତ୍ରା: ପ୍ରଥମ ଦିନ ରେ ଖୋଲିଲାନି ଷ୍ଟଲ, ହେଲାନି ଜନଗହଳି।

କଟକ ରେ ଦୀର୍ଘ ବର୍ଷ ଧରି ଐତିହାସିକ ବାଲିଯାତ୍ରା କରାଯାଉଛି। ହେଲେ ବିଗତ ତିନି ବର୍ଷ ହେଲା ଆରମ୍ଭ ହୋଇଛି ରାଜଧାନୀର କୁଆଖାଇ ନଦୀ ପଠାରେ ନୂଆ ବାଲିଯାତ୍ରା। ଚଳିତ ବର୍ଷ ତୃତୀୟ ଥର ପାଇଁ ଅନୁଷ୍ଠିତ ହେଉଛି ବାଲିଯାତ୍ରା। ହେଲେ ପ୍ରଥମ ଦିନ ରେ ଖୋଲିଲାନି ଷ୍ଟଲ। ହେଲେନି ଜନଗହଳି।

Body:

ରାଜଧାନିବାସୀଙ୍କ ପାଇଁ ପୁଣି ଥରେ ଖୁସି ଖବର। ରାଜଧାନୀ କୁଆଖାଇ ନଦୀ ପଠାରେ ଚଳିତ ବର୍ଷ ବାଲିଯାତ୍ରା ଆରମ୍ଭ ହୋଇଛି। ତେବେ ଏହାର ରାଜଧାନୀ ବାସୀ ବାଲିଯାତ୍ରାର ମଜା ନେଇପାରିବେ। ହେଲେ ବାଲିଯାତ୍ରା ର ପ୍ରଥମ ଦିନ ରେ ଖୋଲିଲାନି ଷ୍ଟଲ, କି ଆସିଲେ ଲୋକ। ତଥାପି ଚଳିତ ବର୍ଷ 500 ଟି ଷ୍ଟଲ ପଡିଥିବା ବେଳେ ପାଖା ପାଖି ୨୦ ଟି ଷ୍ଟଲ ଖୋଲିଛି। ଯାହା ଆଗାମୀ ଦିନରେ ଜନଗହଳି ହେବ ବୋଲି କୁହାଯାଉଛି। ତେବେ ଏହି ଭୁବନେଶ୍ୱର ବାଲିଯାତ୍ରା କୁ ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା, ଉତ୍ତର ବିଧାୟକ ସୁଶାନ୍ତ ରାଉତ,ବ୍ଲକ ସଭାପତି ଭାଳେଣ୍ଟିନା ରାଉତ, ବିଶିଷ୍ଟ ନେତୃବୃନ୍ଦମାନେ ଉପସ୍ଥିତ ରହିଛନ୍ତି।

ମିନାବଜାର ସାଙ୍ଗକୁ ବିଭିନ୍ନ ପ୍ରକାର ଦୋଳି ଦର୍ଶକଙ୍କୁ ଆକର୍ଷଣ ରହିଛି। ଏହି ବାଲିଯାତ୍ରାର ଚଳିତ ବର୍ଷ ପ୍ଲାଷ୍ଟିକ ବ୍ୟାନ କରାଯାଇଛି। ଯାହା ପରିବେଶ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି।
ପ୍ରଥମ ବର୍ଷ ବାଲିଯାତ୍ରାର ୪୦ ଟି ଷ୍ଟଲ ମାଧ୍ୟମରେ ବାଲିଯାତ୍ରା ଆରମ୍ଭ କରାଯାଇଥିଲା। ଦ୍ୱିତୀୟ ବର୍ଷ ୩୫୦ ଟି ଷ୍ଟଲ ମଧ୍ୟରେ ଜୋଇଥିବା ବେଳେ ଚଳିତ ବର୍ଷ ୫୦୦ କୁ ରଖାଯାଇଛି। ଯାହା ସୁରକ୍ଷା ଦେବାରେ ୨୫୦ ଟି ବିଭିନ୍ନ ଗ୍ରାମର ଯୁବକ ମାନେ ବିଶେଷ ଭାବରେ ଯୋଗ ଦାନ କରିଛନ୍ତି। ଏଥିସହ ପୋଲିସ କମିଶନର ଭୁବନେଶ୍ୱର ବାଲିଯାତ୍ରା ପାଇଁ ୧୦ ପ୍ଲାଟୁନ ପୋଲିସ ଦେଇଥିବା ବେଳେ ସୁରକ୍ଷାରେ ଦୃଷ୍ଟିରୁ ଯୁବପୀଢ଼ିମାନେ ଲୋକମାନଙ୍କ ଉପରେ ନଜର ରଖିବା ସହ ୬ ଟି ୱାଚ କରାଯାଇଛି। ଯାହା ପୋଲିସ ତୀକ୍ଷ୍ଣ ନଜର ରଖିପାରିବ ସମ୍ପୂର୍ଣ ବାଲିଯାତ୍ରା ଉପରେ। ସେହି ପରି ଭୁବନେଶ୍ୱର, ପଟିଆ , ବାରଙ୍ଗ ରୁ ଆସୁଥିବା ଦର୍ଶକ ମାନଙ୍କ ପାଇଁ 5 ଟି ସାଇକେଲ ଷ୍ଟାଣ୍ଡ ର ବ୍ୟବସ୍ଥା କରାଯାଇଛି।

Byte- ଅଭୟ ବଡ଼ଜେନା, ଭୁବନେଶ୍ୱର ବାଲିଯାତ୍ରାର ସଦସ୍ୟ।
Byte- ଦୀନକୃଷ୍ଣ ସାହୁ, ରାଜଧାନିବାସୀ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.