ETV Bharat / city

ମାର୍ଚ୍ଚ ସୁଦ୍ଧା ଘରୋଇକରଣ ହେବ ଭୁବନେଶ୍ବର ଓ ଝାରସୁଗୁଡା ବିମାନବନ୍ଦର

author img

By

Published : Oct 27, 2021, 9:58 AM IST

ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ହେବ ଘରୋଇକରଣ । ପ୍ରକ୍ରିୟା ଆରମ୍ଭ କଲା AAI । ଅଧିକ ପଢନ୍ତୁ...

ଘରୋଇକରଣ ହେବ ବିଜୁ ପଟ୍ଟନାୟକ ବିମାନବନ୍ଦର
ଘରୋଇକରଣ ହେବ ବିଜୁ ପଟ୍ଟନାୟକ ବିମାନବନ୍ଦର

ଭୁବନେଶ୍ବର: ଖୁବଶୀଘ୍ର ଘରୋଇକରଣ ହେବ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର । ଭୁବନେଶ୍ଵର ସମେତ 13ଟି ପ୍ରମୁଖ ବିମାନବନ୍ଦରର ଘରୋଇକରଣ ପାଇଁ ଏଏଆଇ(AAI) ପ୍ରକ୍ରିୟା ଆରମ୍ଭ କରିଛି । ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହିସବୁ ଏୟାରପୋର୍ଟର ଘରୋଇକରଣ ହେବା ନେଇ ସୂଚନା ମିଳିଛି ।

ଭୁବନେଶ୍ୱର, ବାରଣାସୀ, ଅମୃତସର, ତ୍ରିଚି, ଇନ୍ଦୋର, ରାୟପୁର ଭଳି ବଡ଼ ବଡ ବିମାନବନ୍ଦର ଓ ଝାରସୁଗୁଡା, ଗୟା, କୁଶିନଗର, କାଙ୍ଗରା, ତିରୁପତି, ଜବଲପୁର ଓ ଜଳଗାଁଓ ଭଳି ଛୋଟ ଛୋଟ ବିମାନବନ୍ଦର ଘରୋଇକରଣ କରାଯିବ । ଏଏଆଇ ପକ୍ଷରୁ ଏହି ପ୍ରସ୍ତାବକୁ ମଞ୍ଜୁର ମିଳିଛି । ଘରୋଇକରଣକୁ ଅଧିକ ଆକର୍ଷଣୀୟ କରିବାକୁ ବଡ ବିମାନବନ୍ଦର ସହିତ ଛୋଟ ବିମାନବନ୍ଦରକୁ ମିଶ୍ରଣ କରାଯିବା ନେଇ ସୂଚନା ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.