ETV Bharat / city

କୋଭିଡ଼ ମହାମାରୀ: ଯାତ୍ରୀ ସେବାରେ ଭୁବନେଶ୍ବର ଏୟାରପୋର୍ଟକୁ ଉଲ୍ଲେଖନୀୟ ସଫଳତା

author img

By

Published : Aug 26, 2021, 6:24 PM IST

କୋଭିଡ଼ ମହାମାରୀ ସମୟ ମଧ୍ୟରେ ଯାତ୍ରୀ ସେବାରେ ଭୁବନେଶ୍ବର ଏୟାରପୋର୍ଟକୁ ମିଳିଛି ଉଲ୍ଲେଖନୀୟ ସଫଳତା । ଅଧିକ ପଢନ୍ତୁ...

କୋଭିଡ଼ ମହାମାରୀ: ଯାତ୍ରୀ ସେବାରେ ଭୁବନେଶ୍ବର ଏୟାରପୋର୍ଟକୁ ଉଲ୍ଲେଖନୀୟ ସଫଳତା
କୋଭିଡ଼ ମହାମାରୀ: ଯାତ୍ରୀ ସେବାରେ ଭୁବନେଶ୍ବର ଏୟାରପୋର୍ଟକୁ ଉଲ୍ଲେଖନୀୟ ସଫଳତା

ଭୁବନେଶ୍ବର: କୋଭିଡ଼ ମହାମାରୀ ସମୟରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ମିଳିଛି ଉଲ୍ଲେଖନୀୟ ସଫଳତା । କଟକଣା ଥିବା ସତ୍ତ୍ବେ ଗତ ଜୁଲାଇ ମାସରେ ରେକର୍ଡ ସଂଖ୍ୟକ ଯାତ୍ରୀ ଭୁବନେଶ୍ବର ବିମାନବନ୍ଦରର ସେବା ହାସଲ କରିଛନ୍ତି । କଟକଣା ମଧ୍ୟରେ 1 ଲକ୍ଷରୁ ଊର୍ଦ୍ଧ ଯାତ୍ରୀଙ୍କୁ ସେବା ଯୋଗାଇଛି ଏହି ବିମାନବନ୍ଦର ।

ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ଜୁଲାଇ ମାସରେ ଭୁବନେଶ୍ବର ବିମାନବନ୍ଦର 1 ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇ ଦିଆଯାଇଛି । ଯାହାକି କୋଭିଡ଼ର କଟକଣାକୁ ମାନି ଏହି ସେବା ଯୋଗାଇ ଦିଆଯାଇଛି । ଏହି ବିମାନବନ୍ଦର ସେବା ଉପରେ ବିଶ୍ବାସ କରିବା ସହିତ ସମସ୍ତଙ୍କୁ କୋଭିଡ ମହାମାରୀର କଟକଣା ଅନୁସରଣ କରି ଏୟାରପୋର୍ଟ କର୍ତ୍ତୃପକ୍ଷ ଯାତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସୂଚନା ଅନୁଯାୟୀ, ଜୁନ ମାସରେ 61 ହଜାର 482 ଯାତ୍ରୀଙ୍କୁ ସେବା ଯୋଗାଇଥିବାବେଳେ ଜୁଲାଇରେ 1 ଲକ୍ଷ 3 ହଜାର 521 ଜଣଙ୍କୁ ସେବା ଯୋଗାଇ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.