ETV Bharat / city

ହୋଟେଲ-ବିମାନବନ୍ଦର-ରାଜପଥ; NMP ଲିଷ୍ଟରେ ଓଡିଶାର ଅନେକ ପ୍ରକଳ୍ପ

author img

By

Published : Aug 25, 2021, 5:28 PM IST

କେନ୍ଦ୍ର ସରକାରଙ୍କ ମନିଟାଇଜେସନ ପାଇପଲାଇନ ଅଧିନରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦର ସମେତ ପାରାଦୀପ ବନ୍ଦର, ୬ଟି ଜାତୀୟ ରାଜପଥର ଘରୋଇକରଣ ହେବ । ସେହିପରି ୨ଟି ହୋଟେଲ ଓ ରାଜପଥ ମଧ୍ୟ ଏହି ଲିଷ୍ଟରେ ସାମିଲ ରହିଛି । ଅଧିକ ପଢନ୍ତୁ...

ହୋଟେଲ-ବିମାନବନ୍ଦର-ରାଜପଥ, ଜାଣନ୍ତୁ NMP ଯୋଜନାରେ ଓଡିଶାର କେଉଁସବୁ ପ୍ରକଳ୍ପର ହେବ ଘରୋଇକରଣ...

ଭୁବନେଶ୍ବର: ସରକାରୀ ଭିତ୍ତିଭୂମି ଓ ସମ୍ପତ୍ତିକୁ ଘରୋଇ କ୍ଷେତ୍ରକୁ ଲିଜରେ ଦେଇ 2025 ସୁଦ୍ଧା ୬ ଲକ୍ଷ କୋଟି ଆଦାୟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ମୋଦି ସରକାର । ଏନେଇ ଲଞ୍ଚ ହୋଇସାରିଛି National Monetisation Pipeline (NMP) ନୂତନ ମୁଦ୍ରା ସଂଗ୍ରହ ନୀତି । ସରକାରଙ୍କ ହାତରେ ମାଲିକାନା ଥାଇ ଭିତ୍ତିଭୂମିର ବିକାଶ ପାଇଁ ଘରୋଇ କ୍ଷେତ୍ରକୁ ହସ୍ତାନ୍ତର କରାଯିବ ସରକାରୀ ସମ୍ପତ୍ତି ।

NMP ଅଧିନରେ ଜାତୀୟ ରାଜମାର୍ଗ, ରେଳ ରୁଟ୍‌, ଷ୍ଟାଡିୟମ ଓ ପାୱାର ଗ୍ରିଡ ପାଇପଲାଇନ ଭଳି ସରକାରୀ ଭିତ୍ତିଭୂମି ସମ୍ପତ୍ତିକୁ ଘରୋଇ କ୍ଷେତ୍ରକୁ ଲିଜରେ ଦିଆଯିବ । ଓଡିଶାରେ ରାଜପଥଗୁଡିକ ମଧ୍ୟ ଏଥିରେ ସାମିଲ ରହିଛି । ତେବେ କେଉଁ ରାଜପଥଗୁଡିକ ଲିଜରେ ଦିଆଯିବ, ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରଣାଳୟ । ଏନଏମପି ଅଧିନରେ ଓଡିଶାର ଅନେକ ପ୍ରକଳ୍ପ ସାମିଲ ରହିଛି ।

କେନ୍ଦ୍ର ସରକାରଙ୍କ ମନିଟାଇଜେସନ ପାଇପଲାଇନ ଅଧିନରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦର ସମେତ ପାରାଦୀପ ବନ୍ଦର, ୬ଟି ଜାତୀୟ ରାଜପଥର ଘରୋଇକରଣ ହେବ । ଭୁବନେଶ୍ବର କଳିଙ୍ଗ ଅଶୋକା ହୋଟେଲ ଓ ପୁରୀର ହୋଟେଲ ନୀଳାଚଳ ମଧ୍ୟ ମନିଟାଇଜେସନ ପାଇପଲାଇନ ଲିଷ୍ଟରେ ସାମିଲ ରହିଛି । ଭାରତୀୟ ପର୍ଯ୍ୟଟନ ବିକାଶ କର୍ପୋରେସନ ଅଧୀନରେ ରହିଛି ଏହି ଦୁଇଟି ହୋଟେଲ । ସେହିପରି ପାରାଦୀପ ବନ୍ଦରର ୪ଟି ପ୍ରକଳ୍ପର ମନିଟାଇଜେସନ ଲାଗି ଲିଜରେ ଦିଆଯିବ ।

ମନିଟାଇଜେସନ ପାଇପଲାଇନ ଯୋଜନା ଅଧିନରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରର ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ପିପିପି ମୋଡରେ ଭୁବନେଶ୍ବ ବିଜୁ ପଟ୍ଟନାୟକ ବିମାନବନ୍ଦରର ବିକାଶ ପାଇଁ ନି ୧୩ ହଜାର ୯୪୫ କୋଟି ନିବେଶ ହେବ । ସେହିପରି ପାରାଦୀପ ବନ୍ଦରର ବିକାଶ ପାଇଁ ୧୪ ହଜାର ୪୮୩ କୋଟି ଟଙ୍କା ଖର୍ଚ୍ଚର ଲକ୍ଷ ରଖାଯାଇଛି । ସେପଟେ କ୍ଷତିରେ ଚାଲିଥିବା ପୁରୀ ନିଳାଚଳ ହୋଟେଲରୁ ପୁଞ୍ଜି ପ୍ରତ୍ୟାହାର ସହିତ ହୋଟେଲ କଳିଙ୍ଗ-ଅଶୋକର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ବ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।

ରାଜ୍ୟର ୬ଟି NH ଷ୍ଟ୍ରେଚ୍ ତଥା ଜାତୀୟ ରାଜପଥକୁ ମନିଟାଇଜେସନ ପାଇପଲାଇନ ଅଧିନରେ ଲିଜରେ ଦିଆଯିବ । ଦେଶରେ ସମୁଦାୟ 26,700 କିମି ଜାତୀୟ ରାଜପଥ ଲିଜରେ ଦିଆଯିବ । ସେଥିମଧ୍ୟରୁ ରାଜ୍ୟର ୬ଟି ଜାତୀୟ ରାଜପଥ (NH) ଲିଜରେ ଦିଆଯିବ । ଏହି ସମ୍ପତ୍ତିଗୁଡିକ 2022-25 ମଧ୍ୟରେ 1.6 ଲକ୍ଷ କୋଟି ଟଙ୍କା ମୂଲ୍ୟର ପୁଞ୍ଜି ଆଣିପାରେ ବୋଲି ଆକଳନ କରାଯାଇଛି ।

ନ୍ୟାସନାଲ ମୋନିଟାଇଜେସନ୍ ପାଇପଲାଇନ ଡକ୍ୟୁମେଣ୍ଟ ଅନୁଯାୟୀ, ମନିଟାଇଜେସନ୍ (26,700 କିଲୋମିଟର) ପାଇଁ ବିବେଚିତ ରାଜପଥ ସମ୍ପତ୍ତିର ମୋଟ ଦୈର୍ଘ୍ୟ ସମୁଦାୟ ଜାତୀୟ ରାଜପଥର 22%, ଯାହା BOT (ଟୋଲ୍) ଅଧୀନରେ ଘରୋଇ କ୍ଷେତ୍ର ଦ୍ୱାରା ପରିଚାଳିତ ନେଟୱାର୍କକୁ ବାଦ ଦେଇ ପ୍ରାୟ 1,21,155 କିଲୋମିଟର ହେବ ବୋଲି ଆକଳନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.