ETV Bharat / city

AIIMSକୁ ମିଳିଲା ପଲ୍ୟୁସନ କଣ୍ଟ୍ରୋଲ ଏକ୍ସିଲେନ୍ସି ଆୱାର୍ଡ

author img

By

Published : Sep 15, 2021, 7:02 AM IST

ହେଲଥ୍ କେୟାର ୟୁନିଟରେ ଏମ୍ସକୁ ମିଳିଛି ପଲ୍ୟୁସନ ଏକ୍ସିଲେନ୍ସି ଆୱାର୍ଡ ୨୦୨୧ । ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର 38 ତମ ଫାଉଣ୍ଡେସନ ଦିବସ ଅବସରରେ ଏହି ଆୱାର୍ଡ ଭୁବନେଶ୍ବର ଏମ୍ସକୁ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

AIIMSକୁ ପଲ୍ୟୁସନ କଣ୍ଟ୍ରୋଲ ଏକ୍ସିଲେନ୍ସି ଆୱାର୍ଡc
AIIMSକୁ ପଲ୍ୟୁସନ କଣ୍ଟ୍ରୋଲ ଏକ୍ସିଲେନ୍ସି ଆୱାର୍ଡ

ଭୁବନେଶ୍ବର: ଏମ୍ସକୁ ମିଳିଲା ପଲ୍ୟୁସନ କଣ୍ଟ୍ରୋଲ ଏକ୍ସିଲେନ୍ସି ଆୱାର୍ଡ । ହେଲଥ୍ କେୟାର ୟୁନିଟରେ ଏମ୍ସକୁ ମିଳିଛି ପଲ୍ୟୁସନ ଏକ୍ସିଲେନ୍ସି ଆୱାର୍ଡ ୨୦୨୧ । ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର 38 ତମ ଫାଉଣ୍ଡେସନ ଦିବସ ଅବସରରେ ଏହି ଆୱାର୍ଡ ଭୁବନେଶ୍ବର ଏମ୍ସକୁ ପ୍ରଦାନ କରାଯାଇଛି ।

ଏମ୍ସକୁ ବର୍ଜ୍ୟବସ୍ତୁ ପରିଚାଳନା, ବାରକୋଡିଂର କାର୍ଯ୍ୟକାରିତା ଏବଂ ବର୍ଜ୍ୟବସ୍ତୁର ଅନଲାଇନ୍ ରକ୍ଷଣାବେକ୍ଷଣ ଏବଂ ବର୍ଜ୍ୟବସ୍ତୁ ନିଷ୍କାସନରେ ଅନ୍ୟାନ୍ୟ ଅଭିନବ ପ୍ରୟାସ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏନେଇ ଏମ୍ସର ନିର୍ଦ୍ଦେଶିକା ଡ଼ଃ ବି.ଗୀତାଞ୍ଜଳି ସମସ୍ତ ବର୍ଜ୍ୟବସ୍ତୁ ନିୟନ୍ତ୍ରକଙ୍କୁ ସେମାନଙ୍କର ଆନ୍ତରିକ ଉଦ୍ୟମ ଏବଂ ପ୍ରୟାସ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ମାନବ ସମାଜର ସ୍ବାସ୍ଥ୍ୟରକ୍ଷା ଓ ସାମଗ୍ରିକ ବିକାଶ ପାଇଁ ଆଜି ସମଗ୍ର ବିଶ୍ଵରେ ପ୍ରଦୂଷଣ ନିୟନ୍ତ୍ରଣ ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି । ପ୍ରଦୂଷଣ କମାଇବା ପାଇଁ ପ୍ରତିକାର ଏବଂ ହ୍ରାସ ସମ୍ବନ୍ଧୀୟ ବ୍ୟବସ୍ଥା ହେଉଛି ପ୍ରମୁଖ ଅସ୍ତ୍ର । ରାଜ୍ୟ ସରକାର ଏଥି ନିମନ୍ତେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଅଧିକ କ୍ଷମତାପନ୍ନ ଓ କ୍ରିୟାଶୀଳ କରିଛନ୍ତି ।

ପ୍ରଦୂଷଣ କମିଲେ ହିଁ ପ୍ରତିଟି ମଣିଷ ଏକ ସୁସ୍ଥ ସୁନ୍ଦର ଜୀବନଯାପନ କରିପାରିବ । ଭୁବନେଶ୍ବର AIIMS ପ୍ରଦୂଷଣ ନିୟମନ୍ତ୍ରଣ କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି ତେଣୁ ପଲ୍ୟୁସନ କଣ୍ଟ୍ରୋଲ ଏକ୍ସିଲେନ୍ସି ଆୱାର୍ଡରେ ସମ୍ମାନିତ କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.