ETV Bharat / city

ଜବକାର୍ଡଧାରୀଙ୍କ କାର୍ଯ୍ୟଦିବସ ବୃଦ୍ଧି ପାଇଁ ଲୋକସଭାରେ ଭର୍ତ୍ତୃହରିଙ୍କ ଦାବି - ଜବକାର୍ଡଧାରୀ କାର୍ଯ୍ୟ ଅବଧି

ଜବକାର୍ଡଧାରୀଙ୍କ କାର୍ଯ୍ୟ ଅବଧି ବୃଦ୍ଧି କରିବାକୁ ଲୋକସଭାରେ ଦାବି ଜଣାଇଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ଅଧିକ ପଢନ୍ତୁ...

ଜବକାର୍ଡଧାରୀଙ୍କ କାର୍ଯ୍ୟ ଅବଧି ବୃଦ୍ଧି କରିବାକୁ ଲୋକସଭାରେ ଭର୍ତ୍ତୁହରିଙ୍କ ଦାବି

author img

By

Published : Sep 23, 2020, 10:59 PM IST

ନୂଆଦିଲ୍ଲୀ: ଅଣକୁଶଳୀ ଶ୍ରମିକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମନରେଗା ଅଧିନରେ ଜବକାର୍ଡଧାରୀଙ୍କ କାର୍ଯ୍ୟଦିବସ ଅବଧି ବୃଦ୍ଧି କରିବାକୁ ଲୋକସଭାରେ ଦାବି ଜଣାଇଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ।

ଜବକାର୍ଡଧାରୀଙ୍କ କାର୍ଯ୍ୟ ଅବଧି ବୃଦ୍ଧି କରିବାକୁ ଲୋକସଭାରେ ଭର୍ତ୍ତୃହରିଙ୍କ ଦାବି

ସାଂସଦ ଭର୍ତ୍ତୃହରି କହିଛନ୍ତି, ମନରେଗା ଅଧିନରେ ଅଣକୁଶଳୀ ଶ୍ରମିକଙ୍କ ଶ୍ରମଦର 196ଟଙ୍କାରୁ 207ଟଙ୍କାକୁ ବୃଦ୍ଧି କରାଯାଇଛି । ଏନେଇ ପ୍ରଧାନମନ୍ତ୍ରୀ ଓ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭର୍ତ୍ତୃହରି । ହେଲେ ଓଡିଶାରେ ସର୍ବନିମ୍ନ ଶ୍ରମଦର ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ 303. 40 ଟଙ୍କା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ଏହି ଟଙ୍କା ବୃଦ୍ଧି ହୋଇଥିବା ସେ କହିଛନ୍ତି ।

ସାଂସଦ କହିଛନ୍ତି, ଗତ 6 ମାସ ମଧ୍ୟରେ ମନରେଗା ଏକ ବରଦାନ ସଦୃଶ ହୋଇଛି । ଜବକାର୍ଡଧାରୀଙ୍କ କାର୍ଯ୍ୟ ଅବଧି 100 ଦିନ ପରିବର୍ତ୍ତେ 200 ଦିନକୁ ବୃଦ୍ଧି କରାଯାଉ ବୋଲି ଭର୍ତ୍ତୃହରି ନିଜ ଦାବିରେ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.