ETV Bharat / city

ମାନସ ସ୍ବାଇଁ ହତ୍ୟାକାଣ୍ଡ: NHRCଙ୍କ ନିକଟରେ ପହଞ୍ଚିଲା ଅଭିଯୋଗ

author img

By

Published : Mar 21, 2022, 3:54 PM IST

ୱେବ୍‌ ଚ୍ୟାନେଲ୍‌ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡକୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହେଲା ଭାରତୀୟ ବିକାଶ ପରିଷଦ । ଅଧିକ ପଢ଼ନ୍ତୁ

ମାନସ ସ୍ବାଇଁ ହତ୍ୟାକାଣ୍ଡ: ମାନବାଧିକାର କମିଶନଙ୍କ ନିକଟରେ ପହଞ୍ଚିଲା ଅଭିଯୋଗ

ଭୁବନେଶ୍ବର: ୱେବ୍‌ ଚ୍ୟାନେଲ୍‌ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡକୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହେଲା ଭାରତୀୟ ବିକାଶ ପରିଷଦ । ଏହି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ପୋଲିସ ସଠିକ ଢଙ୍ଗରେ ତଦନ୍ତ କରୁନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଭାରତୀୟ ବିକାଶ ପରିଷଦ ଜଗତସିଂହପୁର ଜିଲ୍ଲା ଶାଖା ସଭାପତି ସୁବ୍ରତ କୁମାର ଦାସ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳର ନୂଆପଲ୍ଲୀ ଗ୍ରାମ ବାସିନ୍ଦା ଥିଲେ ମାନସ ସ୍ବାଇଁ । ଏକ ୱେବ ନିୟୁଜ ଚ୍ୟାନେଲରେ କ୍ୟାମେରାମ୍ୟାନ ଭାବେ କାମ କରୁଥିଲେ । ଏହି ୱେବ୍‌ ଚ୍ୟାନେଲର ମାଲିକାଣି ହେଉଛନ୍ତି ଶର୍ମିଷ୍ଠା ରାଉତ । ଫେବ୍ରୁଆରୀ ୫ ତାରିଖରେ ମାନସ ସ୍ବାଇଁ ଏକ ବାହାଘର ଭିଡିଓ ଓ ଫଟୋ ସୁଟିଂ କରିବାକୁ ଭଦ୍ରକର ଚାନ୍ଦବାଲି ଯାଇଥିଲେ ।

ଏହା ବି ପଢନ୍ତୁ: ମାନସ ସ୍ବାଇଁ ହତ୍ୟାକାଣ୍ଡ: ସାମ୍ନାକୁ ଆସିଲା ଅଭିଯୁକ୍ତର ଅସଲି ଚିତ୍ର

ତେବେ ସେଠାରେ ଶର୍ମିଷ୍ଠା ରାଉତ ଏବଂ ତାଙ୍କ ସହଯୋଗୀମାନେ ମାନସ ସ୍ବାଇଁଙ୍କୁ ଅପହରଣ କରିନେଇଥିଲେ । ମାନସଙ୍କୁ ନାନା ପ୍ରକାରର ନିର୍ଯାତନା ଦେବା ପରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି । ଏନେଇ ମାନସଙ୍କ ପରିବାର ପକ୍ଷରୁ ଚାନ୍ଦବାଲି ଥାନାରେ ଅଭିଯୋଗ କରାଇଛି । ହେଲେ ଆଜି ସୁଦ୍ଧା ଚାନ୍ଦବାଲି ଥାନା ପୋଲିସ ଶର୍ମିଷ୍ଠା ରାଉତ ଏବଂ ତାଙ୍କ ସହଯୋଗୀ ମାନଙ୍କୁ ଧରିବାରେ ସଫଳ ହୋଇ ପାରିନଥିବା ଅଭିଯୋଗ ହୋଇଛି ।

ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡରେ ବିଭିନ୍ନ ମହଲରେ ପ୍ରତିବାଦ କରାଯାଉଥିଲେ ବି ରାଜ୍ୟ ସରକାର ଏବଂ ରାଜ୍ୟ ପୋଲିସ ବିଭାଗ ନିରବଦଷ୍ଟା ସାଜିଥିବା ଅଭିଯୋଗ କରିଛି ଭାରତୀୟ ବିକାଶ ପରିଷଦ । ଏହି ଘଟଣାର ତଦନ୍ତ କରିବାକୁ ମାନବାଧିକାର କମିଶନଙ୍କ ନିକଟରେ ନିବେଦନ କରାଯାଇଛି । ଯାହାଦ୍ବାରା ମାନସଙ୍କ ପରିବାରବର୍ଗଙ୍କୁ ଉଚିତ ନ୍ୟାୟ ମିଳି ପାରିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.