ETV Bharat / city

ଭାରତ ବନ୍ଦକୁ ନେଇ ବିଜେଡି ଆଭିମୁଖ୍ୟ ଅସ୍ପଷ୍ଟ; ବିଜେପିର ତେରଛା ବାଣ - ବାମଦଳ

ବାମଦଳର ଭାରତ ବନ୍ଦ ଡାକରାକୁ ନେଇ କଂଗ୍ରେସର ସମର୍ଥନ ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଅସ୍ପଷ୍ଟ । ଦଳୀୟ ନେତାଙ୍କ ଖୁଲମଖୁଲ୍ଲା ସମର୍ଥନ । ବିଜେପିର ତେରଛା ବାଣ ।

PHOTO
Bharat band
author img

By

Published : Jan 7, 2020, 7:42 PM IST

Updated : Jan 7, 2020, 8:48 PM IST

ଭୁବନେଶ୍ବର: ବୁଧବାର 24 ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି ବାମଦଳ ସମେତ ବିଭିନ୍ନ ଟ୍ରେଡ ୟୁନିୟନ । ଫଳରେ ଧର୍ମଘଟ ସଫଳ କରିବାକୁ ଦଳ ମାନେ ସମସ୍ତ ରାଜନୈତିକ ଦଳଙ୍କ ସମର୍ଥନ ଲୋଡିଛନ୍ତି । ତେବେ ବିଜେପି ବ୍ୟତିତ ବାମଦଳ ବିଜେଡି, କଂଗ୍ରେସ ଓ ଅନ୍ୟ ସମସ୍ତ ଦଳର ସମର୍ଥନ ଲୋଡିଛି । ବାମଦଳର ସମର୍ଥନ ଭିକ୍ଷା ପରେ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଦେବାକୁ ଘୋଷଣା କରିଥିବା ବେଳେ ବିଜେଡି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ । ସମର୍ଥନ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ବିଜେଡି କୌଣସି ସ୍ପଷ୍ଟ ସଂକେତ ଦେଇନଥିବା ବେଳେ ବରିଷ୍ଠ ନେତା ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ପ୍ରଫୁଲ୍ଲ ସାମଲ ଖୁଲମ ଖୁଲ୍ଲା କିନ୍ତୁ ବନ୍ଦକୁ ସମର୍ଥନ କରିଛନ୍ତି । ହେଲେ ଦଳ ତରଫରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ।

ଭାରତ ବନ୍ଦକୁ ନେଇ ବିଜେଡି ଆଭିମୁଖ୍ୟ ଅସ୍ପଷ୍ଟ

ସେପଟେ ବିଜେଡିର ଏଭଳି ଆଭିମୁଖ୍ୟ ନେଇ ଚିହିଁକି ଉଠିଛି ବିଜେପି । ଯଦି ଦଳ ସମର୍ଥନ ଦିଏ ତେବେ ଏହା ଦୋମୁହାଁ ନୀତି ବୋଲି ଧରାଯିବ। କଂଗ୍ରେସ ଓ ବାମଦଳ ରାସ୍ତାରେ ବିଜେଡି ନଯାଉ ବୋଲି ଦଳର ସାଧାରଣ ସମ୍ପାଦକ ପୃଥ୍ବିରାଜ ହରିଚନ୍ଦନ କହିଛନ୍ତି । ତେବେ ବନ୍ଦ ନେଇ ସମସ୍ତଙ୍କ ନଜର ଏବେ ବିଜେଡି ଓ ରାଜ୍ୟ ସରକାରଙ୍କ ନିଷ୍ପତି ଉପରେ ରହିଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଆସନ୍ତାକାଲି ଭାରତ ବନ୍ଦ। ଧର୍ମଘଟରେ ସାମିଲ ହେବାକୁ ବିଜେପିକୁ ବଡ ଦେଇ ସବୁ ରାଜନୈତିକ ଦଳଗୁଡିକୁ ଅପିଲ କରିଛନ୍ତି ବାମଦଳ ନେତା। ଓଡ଼ିଶାରେ ଦୁଇ ପ୍ରମୁଖ ଦଳ ବିଜେଡି ଓ କଂଗ୍ରେସକୁ ମଧ୍ୟ ସମର୍ଥନ ଦେବାକୁ ଅପିଲ କରିଛନ୍ତି। ଏହାରି ଭିତରେ କଂଗ୍ରେସ ସମର୍ଥନ ଦେବାକୁ ଘୋଷଣା କରିସାରିଛଇ। ହେଲେ ବିଜେଡି ନୀରବ ରହିଛି। ଦଳ ସମର୍ଥନ ପାଇଁ ହଁ ମାରୁ ନାହିଁ କି ନା ବି କହୁ ନାହିଁ। ବର୍ତ୍ତମାନ ପରିସ୍ଥିତିରେ ନିରବ ରହିବାକୁ ପସନ୍ଦ କରିଛି ଦଳ। ଯଦି ଦଳ ଏପରି ନିଷ୍ପତ୍ତି ନେଉଛି ତେବେ ଧର୍ମଘଟକୁ ନୈତିକ ସମର୍ଥନ ଦେଉଛି ବୋଲି ବୁଝାଯିବ। ଅନ୍ୟପକ୍ଷରେ ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ପ୍ରଫୁଲ୍ଲ ସାମଲ ଖୁଲମଖୁଲା କହିଛନ୍ତି କି , ବନ୍ଦ ସମର୍ଥନରେ ସେମାନେ ଅଛନ୍ତି। ହେଲେ ଦଳ ତରଫରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। ସେପଟେ ବିଜେଡିର ଏଭଳି ଆଭିମୁଖ୍ୟ ନେଇ ଚିହ୍ନିକି ଉଠିଛି ବିଜେପି। ଯଦି ଦଳ ସମର୍ଥନ ଦିଏ ତେବେ ଏହା ଦୋମୁହାଁ ନୀତି ବୋଲି ଧରାଯିବ। କଂଗ୍ରେସ ଓ ବାମଦଳ ରାସ୍ତାରେ ବିଜେଡି ନଯାଉ ବୋଲି ସେମାନେ କହିଛନ୍ତି। ତେବେ ବନ୍ଦ ନେଇ ସମସ୍ତଙ୍କ ନଜର ବିଜେଡି ଓ ରାଜ୍ୟ ସରକାରଙ୍କ ନିଷ୍ପତି ଉପରେ ସମସ୍ତଙ୍କ ନଜର ରହିଛି।

Body:ବାଇଟ ପ୍ରଦୀପ୍ତ ନାଏକ, ବିରୋଧୀ ଦଳ ନେତା
ବାଇଟ ପୃଥ୍ୱୀରାଜ ହରିଚନ୍ଦନ, ବିଜେପି ନେତା
ବାଇଟ ରାମକୃଷ୍ଣ ପଣ୍ଡା, ସିପିଆଇ ନେତା

Conclusion:
Last Updated : Jan 7, 2020, 8:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.