ETV Bharat / city

କଂଗ୍ରେସରେ ମିଶିଲେ ବିଜେପି ନେତା

author img

By

Published : Dec 14, 2021, 10:29 PM IST

କଂଗ୍ରେସରେ ଦଳରେ ଯୋଗଦେଲେ ବିଜେପି ନେତା । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକର ବିଜେପି ନେତା ଦଳ ଛାଡ଼ି କଂଗ୍ରେସରେ ଯୋଗଦାନ କରିଛନ୍ତି । ଅଧିକ ପଢନ୍ତୁ

Bhandaripokhari BJP leader join Congress
କଂଗ୍ରେସରେ ମିଶିଲେ ବିଜେପି ନେତା

ଭୁବନେଶ୍ବର: ହାତ ଧରିଲେ ବିଜେପି ନେତା। ବିଜେପି ନେତାଙ୍କ କଂଗ୍ରେସରେ ଯୋଗଦାନ। କଂଗ୍ରେସ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରିଛନ୍ତି ।

ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକର ଦକ୍ଷିଣବଡ଼ ପଞ୍ଚାୟତର ବିଶିଷ୍ଟ ବିଜେପି ନେତା ସନ୍ତୋଷ କୁମାର ସାହୁ ଓ ବୁୟାଁ ବନାପୁର ପଞ୍ଚାୟତର ନିରୋଜ ଦ୍ୱିବେଦୀ ବିଜେପି ଦଳ ଛାଡ଼ି କଂଗ୍ରେସରେ ଯୋଗଦାନ କରିଛନ୍ତି । ସେମାନଙ୍କର ସମର୍ଥକମାନଙ୍କ ସହ ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି ।

ଏହି ଅବସରରେ କଂଗ୍ରେସ ଦଳରେ ଯୋଗ ଦେଇଥିବା ସାହୁ ଓ ଦ୍ୱିବେଦୀ ପିସିିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ,କଂଗ୍ରେସ ଭବନରେ ସାକ୍ଷାତ କରି କୃତଜ୍ଞତା ଜ୍ଞାପନ କରିଛନ୍ତି । ପିସିସି ସଭାପତି ଉପରୋକ୍ତ ନେତୃବୃନ୍ଦଙ୍କୁ ସ୍ୱାଗତ କରିବା ସହ ସେମାନଙ୍କର ଯୋଗଦାନ ଭଣ୍ଡାରୀପୋଖରୀରେ କଂଗ୍ରେସ ଦଳକୁ ସୁଦୃଢ଼ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.