ETV Bharat / city

ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କଲେ ଭଜନ ସାମ୍ରାଜ୍ଞି - singer anuradha paudwal in lingaraj temple

ପବିତ୍ର ଶିବରାତ୍ରୀ ଉପଲକ୍ଷେ ହଜାର ହଜାର ଶ୍ରଦ୍ଧାଳୁ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ତାଙ୍କ ଆଶିଷ ଲାଭ କରିଥିବାକୁ ପହଞ୍ଚି ଥିବାବେଳେ ମହାଦେବଙ୍କ ଅସଂଖ୍ୟ ଭଜନ ଗାଇଥିବା ଦେଶର ସୁନାମଧନ୍ୟ ଗାୟିକା ଅନୁରାଧା ପୋଡ଼ୱାଲ ମଧ୍ୟ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି ।

lingaraj temple
ଲିଙ୍ଗରାଜଙ୍କୁ ଦର୍ଶନ କଲେ ଭଜନ ସାମ୍ରାଜ୍ଞି
author img

By

Published : Feb 22, 2020, 4:41 AM IST

ଭୁବନେଶ୍ବର: ମହାଶିବରାତ୍ରି ଉପଲକ୍ଷେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ଭଜନ ସାମ୍ରାଜ୍ଞି । ପବିତ୍ର ଶିବରାତ୍ରୀ ଉପଲକ୍ଷେ ହଜାର ହଜାର ଶ୍ରଦ୍ଧାଳୁ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ତାଙ୍କ ଆଶିଷ ଲାଭ କରିଥିବାକୁ ପହଞ୍ଚି ଥିବାବେଳେ ମହାଦେବଙ୍କ ଅସଂଖ୍ୟ ଭଜନ ଗାଇଥିବା ଦେଶର ସୁନାମଧନ୍ୟ ଗାୟିକା ବା କିପରି ତାଙ୍କ କୃପାଲାଭରୁ ବଞ୍ଚିତ ହୋଇ ପାରିଥାନ୍ତେ । ସେହି ହେଉଛନ୍ତି ଗାୟିକା ଅନୁରାଧା ପୋଡ଼ୱାଲ ।

ଲିଙ୍ଗରାଜଙ୍କୁ ଦର୍ଶନ କଲେ ଭଜନ ସାମ୍ରାଜ୍ଞି

ଭଗାଵନଙ୍କ ପାଖକୁ ଆସି ତାଙ୍କୁ ଦର୍ଶନ ନକରି ଫେରିଯିବେ । ଏହା ବୋଧେ କେବେ ସମ୍ଭବ ନୁହେଁ, ଯାହା ଆଜି ଅନୁରାଧା ପୋଡ଼ୱାଲଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଲିଙ୍ଗରାଜଙ୍କ ପାଇଁ ଆୟୋଜିତ ଭଜନ ସନ୍ଧ୍ୟାରେ ଭଜନ ପରିବେଷଣ କରିବା ପରେ ସେ ଯାଇ ମହାପ୍ରଭୁଙ୍କ ଦର୍ଶନ ପରେ ରହୁଥିବା ହୋଟେଲକୁ ଫେରିଯାଇଛନ୍ତି ।

ସୂଚନାଯୋଗ୍ୟ କି, ଅନୁରାଧା ନିଜର କାର୍ଯ୍ୟ ସାରି ଫେରିଯିବାକୁ ବାହାରିବା ବେଳେ ଗାଡିର ଡ୍ରାଇଭର ଉପସ୍ଥିତ ନଥିଲେ । ତେଣୁ ସେ ଅସୁସ୍ଥତା ହେତୁ ଅନେକ ସମୟ ବିରକ୍ତି ପ୍ରକାଶ କରିବା ପରେ ଭଗବାନ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।

ପରେ ଉପସ୍ଥିତ ଆୟୋଜକମାନେ ତାଙ୍କୁ ବାଟ କଢାଇ ନେଇ ମହାଦେବଙ୍କ ଦର୍ଶନ କରାଇଥିଲେ । ଏହା ପରେ ସେ ହୋଟେଲକୁ ଫେରି ଯାଇଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.