ETV Bharat / city

ଇଷ୍ଟକୋଷ୍ଟ ରେଲୱେର ଭିନ୍ନ ପ୍ରୟାସ, ଅଦରକାରୀ ଯନ୍ତ୍ରାଂଶରୁ ସୁନ୍ଦର କଳାକୃତି

author img

By

Published : Feb 25, 2020, 4:48 AM IST

ଚନ୍ଦ୍ରଶେଖରପୁରସ୍ଥିତ ରେଳ ସଦନର ମୁଖ୍ୟ ଫାଟକ ସମ୍ମୁଖରେ ରେଳ ଇଞ୍ଜିନର ଅଦାରକାରୀ ଯନ୍ତ୍ରାଂଶକୁ ବ୍ୟବହାର କରି ପ୍ରସ୍ତୁତ ହୋଇଛି ବିଭିନ୍ନ କାରିଗରୀ କଳାକୃତି।

waste rail engine by east coast railway
ଅଦରକାରୀ ରେଳ ଯନ୍ତ୍ରାଂଶରୁ ସୁନ୍ଦର କଳାକୃତି

ଭୁବନେଶ୍ବର: ପୁରୁଣା ଅଦରକାରୀ ରେଳ ଯନ୍ତ୍ରାଂଶରୁ ସୁନ୍ଦର କଳାକୃତି। ଶିଳ୍ପୀ ହାତରୁ ବାଦ ପଡିନି ବର୍ଜ୍ୟବସ୍ତୁ। ଶିଳ୍ପୀ ହାତର ସ୍ପର୍ଶରେ ବର୍ଜ୍ୟବସ୍ତୁ ବି ହୋଇପାରିଛି ଆକର୍ଷଣୀୟ। ଏପରି କଳାକୃତି ଦେଖିବାକୁ ମିଳିଛି ଚନ୍ଦ୍ରଶେଖରପୁରସ୍ଥିତ ରେଳସଦନର ମୁଖ୍ୟ ଫାଟକ ସମ୍ମୁଖରେ।

ରେଳ ଇଞ୍ଜିନର ଅଦାରକାରୀ ଯନ୍ତ୍ରାଂଶକୁ ବ୍ୟବହାର କରି ପ୍ରସ୍ତୁତ ହୋଇଛି ବିଭିନ୍ନ କାରିଗରୀ କଳାକୃତି। ଅଦରକାରୀ ଡିଜେଲ ରେଳ ଇଞ୍ଜିନର ମେଟାଲ ନଟ, ବୋଲଟ ଗୁଡିକୁ ୱେଲ୍ଡିଂ କରାଯାଇ ସେଥିରୁ ନିଖୁଣ କଳାକୃତି ପ୍ରସ୍ତୁତ କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଏହି ଡିଜେଲ ଇଂଜିନର ଅଦରକାରୀ ଯନ୍ତ୍ରାଂଶ ଗୁଡିକ ହେଲା କୁଲିଙ୍ଗ ଟ୍ୟୁବ, ସ୍ପ୍ରିଙ୍ଗ, ବୋଲଟ, ପିଷ୍ଟନ, ସିଲିଣ୍ଡର ଲାଇନର, ବେରିଂ ରଡ଼ ଆଦି ବ୍ୟବହାର ହୋଇଛି । ନୂତନ ଭାବରେ ସ୍ଥାପିତ ସରକାରୀସ୍ତରରେ ଦେଶରେ ପ୍ରଥମ ବର୍ଜ୍ୟବସ୍ତୁରୁ ଇନ୍ଧନ ପ୍ଲାଣ୍ଟ ନିର୍ମାଣ କରି ଇତିହାସ ସୃଷ୍ଟି କରିଥିବା ବେଳେ ଏପରି ବର୍ଜ୍ୟ ବସ୍ତୁରୁ କଳାକୃତି ବେସ ପ୍ରଶଂସନୀୟ ହୋଇପାରିଛି।

ଚନ୍ଦ୍ରଶେଖରପୁର ରେଳ ସଦନର ମୁଖ୍ୟ ଫାଟକ ନିକଟରେ ଏହି ସବୁ କଳାକୃତିକୁ ପ୍ରଦର୍ଶିତ କରାଯାଇଛି। ଏହାର ମୂଲ୍ୟ ରହିଛି 50 ହଜାର ଟଙ୍କା। ଯାହା ଆଗାମୀ ଦିନରେ କଟକ, ଭୁବନେଶ୍ବର ଓ ପୁରୀ ଭଳି ରାଜ୍ୟର ବଡ ରେଳ ଷ୍ଟେସନରେ ପ୍ରଦର୍ଶିତ କରିବା ସହ ଲୋକମାନଙ୍କ ପାଇଁ ବିଭିନ୍ନ ପାର୍କରେ ରଖାଯିବା ନେଇ ଯୋଜନା ରହିଥିବା କହିଛନ୍ତି ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ବିଦ୍ୟାଭୂଷଣ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.