ETV Bharat / city

Junior Hockey WC: ପଞ୍ଚମ ସ୍ଥାନ ଲଢେଇରେ ସ୍ପେନକୁ ହରାଇଲା ବେଲଜିୟମ - ଜୁନିଅର ହକି ବିଶ୍ବକପ ଭୁବନେଶ୍ବର ନ୍ୟୁଜ

ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିୟର ପୁରୁଷ ହକି ବିଶ୍ବକପ ଟୁର୍ନାମେଣ୍ଟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ନକଆଉଟ୍‌ ପର୍ଯ୍ୟାୟରେ ପହଞ୍ଚିଥିବା ୮ଟି ଟିମ ମଧ୍ୟରୁ ପଞ୍ଚମ ସ୍ଥାନ ପାଇଁ ଲଢେଇ ବେଲଜିୟମ ପେନାଲିଟି ସୁଟଆଉଟ୍‌ରେ ସ୍ପେନ୍‌କୁ ହରାଇଛି । ଅଧିକ ପଢନ୍ତୁ

junior hockey world cup: belgium beat spain in fifth place classification match
Junior Hockey WC: ପଞ୍ଚମ ସ୍ଥାନ ଲଢେଇରେ ସ୍ପେନକୁ ହରାଇଲା ବେଲଜିୟମ
author img

By

Published : Dec 3, 2021, 3:43 PM IST

ଭୁବନେଶ୍ବର: ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିୟର ପୁରୁଷ ହକି ବିଶ୍ବକପ ଟୁର୍ନାମେଣ୍ଟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସେମିଫାଇନାଲ ଲାଇନ ଚୁଡାନ୍ତ ହୋଇସାରିଥିବାବେଳେ ଶ୍ରେଷ୍ଠ ୮ଟି ଟିମ ମଧ୍ୟରୁ ପଞ୍ଚମ ସ୍ଥାନ ପାଇଁ ବେଲଜିୟମ ଓ ସ୍ପେନ୍‌ ମଧ୍ୟରେ ମୁକାବିଲା ଖେଳାଯାଇଛି ।

  • 𝗥𝗲𝗮𝗱𝘆 𝗳𝗼𝗿 𝘁𝗵𝗲 𝗦𝗲𝗺𝗶-𝗳𝗶𝗻𝗮𝗹𝘀?!

    The top 4️⃣ teams will meet for one last time before charting their course towards the #JWC2021 final on Dec 5th.

    SF 1 - France 🇫🇷 vs 🇦🇷 Argentina - 4:30PM
    SF 2 - India 🇮🇳 vs 🇩🇪 Germany - 7:30PM

    LIVE on Star Sports Network. 📺 pic.twitter.com/3F4wHMlUzt

    — Odisha Sports (@sports_odisha) December 3, 2021 " class="align-text-top noRightClick twitterSection" data=" ">

ଟୁର୍ନାମେଣ୍ଟର ଦଶମ ଦିନରେ ନକ ଆଉଟ୍‌ ପର୍ଯାୟର ପଞ୍ଚମରୁ ଅଷ୍ଟମ ସ୍ଥାନ ପାଇଁ ଚାଲିଥିବା ମୁକାବିଲାର ପ୍ରଥମ ମ୍ୟାଚ ବେଲଜିୟମ ଓ ସ୍ପେନ ମଧ୍ୟରେ ହୋଇଥିଲା । ଉଭୟ ଟିମ ଚତୁର୍ଥ କ୍ଵାଟର ସୁଦ୍ଧା ୨-୨ ଗୋଲ୍‌ରେ ବରାବର ରହିଥିଲେ । ଫଳରେ ପେନାଲଟି ସୁଟ ଆଉଟରେ ମାଧ୍ୟମରେ ବିଜେତା ନିର୍ଣ୍ଣୟ ପାଇଁ ନିଷ୍ପତ୍ତି ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: Junior Hockey WC: ସେମିରେ ଟିମ ଇଣ୍ଡିଆ, ଲଢୁଆ ପ୍ରଦର୍ଶନକୁ କୋଚ୍‌ଙ୍କ ପ୍ରଶଂସା

ସୁଟଆଉଟ୍‌ରେ ବେଲଜିୟମ ବାଜିମାତ କରିବା ସହ ୪-୩ ଗୋଲରେ ମ୍ୟାଚକୁ ଜିତି ନେଇଛି । ବେଲଜିୟମର ଥିବିଉ ସ୍ତକବ୍ରୋକ୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

ଅନ୍ୟପଟେ ନେଦରଲାଣ୍ଡ ମଧ୍ୟ ଅନ୍ୟ ଏକ ମ୍ୟାଚ୍‌ରେ ମାଲେସିଆକୁ ୩-୯ ଗୋଲ୍‌ରେ ହରାଇଛି । ଫଳରେ ବେଲଜିୟମ ସହ ପଞ୍ଚମ ସ୍ଥାନ ପାଇଁ ନେଦରଲାଣ୍ଡ ଲଢେଇ କରିବ । ଏହି ମ୍ୟାଚ୍‌ର ପରାଜିତ ଟିମ ଷଷ୍ଠ ସ୍ଥାନ ଓ ମାଲେସିଆ, ସ୍ପେନ ମଧ୍ୟରୁ ସପ୍ତମ ଓ ଅଷ୍ଟମ ସ୍ଥାନରେ ସନ୍ତୁଷ୍ଟ ହେବେ ।

ତେବେ ଟୁର୍ନାମେଣ୍ଟର ଶ୍ରେଷ୍ଠ ୪ଟି ଟିମ ଜର୍ମାନୀ, ଭାରତ, ଫ୍ରାନ୍ସ ଓ ଆର୍ଜେଣ୍ଟିନା ଶୁକ୍ରବାର ଫାଇନାଲ ଖେଳିବାକୁ ସାମ୍ନାସାମ୍ନି ହେବେ । ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ପ୍ରଥମ ସେମିଫାଇନାଲ ମୁକାବିଲା ଥିବାବେଳେ ଭାରତ ସାମ୍ନାରେ ଜର୍ମାନୀ ରହିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.