ETV Bharat / city

ବେଗୁନିଆ ବିଧାୟକଙ୍କ ଦାଦାଗିରି, CPIM ନେତା ଜନାର୍ଦ୍ଦନ ପତିଙ୍କୁ ହତ୍ୟା ଧମକ ! - CPIM ନେତା ଜନାର୍ଦ୍ଦନ ପତିଙ୍କୁ ଧମକ

ବେଗୁନିଆ ବିଧାୟକଙ୍କ ଦାଦାଗିରି । ସିଆଇଟିୟୁ ସଭାପତିଙ୍କୁ ଧମକ ଦେଇଛନ୍ତି ଶାସକ ଦଳର ବିଧାୟକ । ଏନେଇ ସାମ୍ବାଦିକ ସମ୍ମୀଳନୀ କରି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ସିଆଇଟିୟୁ ସଭାପତି ଜନାର୍ଦ୍ଦନ ପତି । ଅଧିକ ପଢନ୍ତୁ...

Od_bbs_04__avb_Begunia MLA  threate CPIM leader Janardan Pati
ବେଗୁନିଆ ବିଧାୟକଙ୍କ ଦାଦାଗିରି,CPIM ନେତା ଜନାର୍ଦ୍ଦନ ପତିଙ୍କୁ ଧମକ
author img

By

Published : Jun 25, 2021, 11:00 PM IST

ଭୁବନେଶ୍ବର: ବେଗୁନିଆ ବିଧାୟକଙ୍କ ଦାଦାଗିରି । ସିଆଇଟିୟୁ ସଭାପତିଙ୍କୁ ଧମକ ଦେଇଛନ୍ତି ଶାସକ ଦଳର ଏହି ବିଧାୟକ । ଆଜି ଏନେଇ ସିଆଇଟିୟୁ ପକ୍ଷରୁ ଏକ ସାମ୍ବାଦିକ ସମ୍ମୀଳନୀ ଆୟୋଜନ କରି ସୂଚନା ଦେଇଛନ୍ତି ଦଳର ମୁଖ୍ୟ ଜନାର୍ଦ୍ଦନ ପତି ।

ସୂଚନା ଅନୁସାରେ ଖୋର୍ଦ୍ଧା ଇଣ୍ଡାଷ୍ଟ୍ରିଆଲ ଏରିଆ ଆନ୍ତର୍ଗତ ଗୁପ୍ତା ପାୱାର ଇନଫ୍ରାଷ୍ଟକଚର ନାମକ ଏକ ଘରୋଇ କମ୍ପାନୀ ଶ୍ରମିକ ମାନଙ୍କୁ ଦୈନିକ 12 ଘଣ୍ଟା କାମ କରାଇବାକୁ ବାଧ୍ୟ କରିବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେଉ ନଥିଲେ । ମାଲିକଙ୍କ ଏଭଳି ଶୋଷଣ ବିରୋଧରେ ଶ୍ରମିକମାନେ ଏକ ୟୁନିଅନ ଗଠନ କରି ଅଫିସ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ଦୈନିକ 8 ଘଣ୍ଟା କାର୍ଯ୍ୟ କଲେ ମାତ୍ର ଉପଯୁକ୍ତ ପରିଶ୍ରମିକ ମିଳିଲା ନାହିଁ ।

ବେଗୁନିଆ ବିଧାୟକଙ୍କ ଦାଦାଗିରି,CPIM ନେତା ଜନାର୍ଦ୍ଦନ ପତିଙ୍କୁ ଧମକ

ଏହା ପରେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ କିଛି ଗୁଣ୍ଡା ଶ୍ରେଣୀୟ ଲୋକଙ୍କୁ କମ୍ପାନୀ ମଧ୍ୟକୁ ପଠାଇ 12 ଘଣ୍ଟା କାମ କର ନହେଲେ କାରଖାନା ଛାଡି ଯିବାକୁ ଧମକ ଦେଇଥିଲେ । ଏହା ପରେ ଶ୍ରମିକ ମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ଦାବି ଜଣାଇଥିଲେ । ଜିଲ୍ଲାପାଳ ମଧ୍ୟ ଏହାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଲେବର ଅଫିସର କୋଭିଡ ଆକ୍ରାନ୍ତ ହେବା ଯୋଗୁଁ ଏହି ଆଲୋଚନା ଅଧାରେ ରହିଛି । ଆଲୋଚନା ଅଧାରେ ରହିଥିବା ସମୟରେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଶ୍ରମିକ ୟୁନିଅନର ସାଧାରଣ ସମ୍ପାଦକଙ୍କୁ ଡକାଇ ଦୁଇ ଦିନ ମଧ୍ୟରେ ଅଫିସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଚୁକ୍ତି ସ୍ଵାକ୍ଷର କରିବା ସହ ୟୁନିଅନର ସଭାପତି ଜନାର୍ଦନ ପତିଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି ।

ପୂର୍ବରୁ ଏହି ସମସ୍ୟା ସମ୍ବନ୍ଧରେ ମୁଖମନ୍ତ୍ରୀଙ୍କୁ ପତ୍ର ଲେଖାଯାଇଥିଲା । ଆଜି ସାମ୍ବାଦିକ ସମିଳନୀରେ ରାଜ୍ୟ ଘରୋଇ ସଚିବ, ପୋଲିସ କମିଶନର ଆଦିଙ୍କୁ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରାଯାଇଛି । ଏହା ସହ ଯଦି ରାଜ୍ୟ ସରକାର ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନକରନ୍ତି ତେବେ ସେମାନେ ନ୍ୟାୟାଳୟ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.