ETV Bharat / city

ନିର୍ବାଚନ ପୂର୍ବରୁ ଦିବ୍ୟାଙ୍ଗ ଭୋଟର ସଶକ୍ତିକରଣ ଅଭିଯାନ

ନିର୍ବାଚନ ପୂର୍ବରୁ ରାଜ୍ୟରେ ଥିବା ଦିବ୍ୟାଙ୍ଗ ମତଦାତା କିପରି ନିଜର ମତ ସାବ୍ୟସ୍ତ କରିବେ ସେନେଇ ଆରମ୍ଭ ହୋଇଛି ସଶକ୍ତିକରଣ ଅଭିଯାନ । ଏନେଇ ସମସ୍ତ ରାଜନୈତିକ ଦଳକୁ ଏକ ୨୫ ଦଫା ଦାବି ସମିଳିତ ଏକ ସ୍ମାରକ ପତ୍ର ଦିଆଯାଇଛି।

bhubaneswar
author img

By

Published : Apr 5, 2019, 2:30 PM IST

Updated : Apr 5, 2019, 3:06 PM IST

ଭୁବନେଶ୍ବର: ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ । ଏହି ପର୍ବରେ ସାଧାରଣଜନତାଙ୍କ ବିଭିନ୍ନ ଅସୁବିଧା ଉପରେ ଗୁରୁତ୍ବାରୋପ କରାଯାଉଛି । ତେବେ ନିର୍ବାଚନ ପୂର୍ବରୁ ରାଜ୍ୟରେ ଥିବା ଦିବ୍ୟାଙ୍ଗ ମତଦାତା କିପରି ନିଜର ମତ ସାବ୍ୟସ୍ତ କରିବେ ସେନେଇ ଆରମ୍ଭ ହୋଇଛି ସଶକ୍ତିକରଣ ଅଭିଯାନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ତେବେ ପର୍ଯ୍ୟବେକ୍ଷଣ କମିଟି, ଓଡିଶା ତରଫରୁ ନିର୍ବାଚନ ବେଳେ ସବୁ ଦଳଙ୍କୁ ନିଜ ନିର୍ବାଚନୀ ଇସ୍ତାହାରରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସମସ୍ୟା ଓ ତାର ସମାଧାନ ଉପରେ ଗୁରୁତ୍ବ ଦେଉଛନ୍ତି । ଏହାସହ ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ବାସସ୍ଥାନ, ନିଯୁକ୍ତି, ଯାତାୟାତ ଓ ସାମାଜିକ ନିରାପତ୍ତା ପ୍ରସଙ୍ଗକୁ ଗୁରୁତ୍ବ ଦେବା ସହ ନିର୍ବାଚନୀ ଇସ୍ତାହାରରେ ସାମିଲ କରିବାକୁ ବିଭିନ୍ନ ଦଳ ଗୁଡିକୁ ଅନୁରୋଧ କରାଯାଇଛି । ଏକ ୨୫ ଦଫା ଦାବି ସମିଳିତ ଏକ ସ୍ମାରକ ପତ୍ର ସବୁ ଦଳକୁ ଦିଆଯାଇଛି ।

ସୂଚନା ଅନୁସାରେ, ରାଜ୍ୟ ନିର୍ବାଚନ ଆୟୋଗଙ୍କ କହିବା ଅନୁସାରେ ରାଜ୍ୟରେ ପ୍ରାୟତଃ ୪୦ ଲକ୍ଷ ଦିବ୍ୟାଙ୍ଗ ଅଛନ୍ତି । ଅଗାମୀ ନିର୍ବାଚନରେ ଦିବ୍ୟାଙ୍ଗ ବ୍ୟକ୍ତି କିପରି ଭାବରେ ମତଦାନ ସାବ୍ୟସ୍ତ କରିପାରିବେ ସେ ନେଇ ଆମେ ଚେଷ୍ଟା ଜାରି ରଖିଛୁ ।

ଏପରିକି ପ୍ରତ୍ୟେକ ମତଦାନ କେନ୍ଦ୍ରରେ ହ୍ୱିଲ ଚେୟାର ରଖାଯିବ । ପ୍ରତିବୁଥରେ ୨ ଜଣ ଲେଖାଏଁ ସ୍ବେଚ୍ଛାସେବୀ ରହିବେ । ଏସବୁ ଭିତରୁ କିଛିଦାବି ଗୁଡିକୁ ରାଜ୍ୟ ନିର୍ବାଚନ ଆୟୋଗ ମଞ୍ଜୁର ଦେଇଛନ୍ତି । ତେବେ ଏ ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଶାନ୍ତା ମେମୋରିଆଲ ରିହାବିଲିଟେସନ କେନ୍ଦ୍ରର ପ୍ରୋଗ୍ରାମ ପରିଚାଳିକା ରୀନା ମହାନ୍ତି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Intro:Body:Conclusion:
Last Updated : Apr 5, 2019, 3:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.