ETV Bharat / city

ବନ ବିଭାଗକୁ ହାତୀଙ୍କ ସୁରକ୍ଷା ଚିନ୍ତା, ଜନବସତି ପାଖରେ ଲାଗିବ ମହୁବସା

author img

By

Published : Sep 13, 2021, 9:44 PM IST

ହାତୀ ଓ ମଣିଷଙ୍କ ମଧ୍ୟରେ ସଂଘର୍ଷ ରୋକିବାକୁ ବନ ବିଭାଗ ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ୍ । ଜନବସତି ପାଖରେ ମହୁବସା ଲଗାଇବାକୁ ବନ ବିଭାଗର ଯୋଜନା ରହିଛି । ହାତୀଙ୍କ ଗତିବିଧି ଉପରେ ନଜର ରଖିବ ବନ ବିଭାଗ । ହାତୀଙ୍କ ଦେହରେ ରେଡିଓ କଲାର ଲାଗିବ । ଅଧିକ ପଢ଼ନ୍ତୁ...

ବନ ବିଭାଗକୁ ହାତୀଙ୍କ ସୁରକ୍ଷା ଚିନ୍ତା, ଜନବସତି ପାଖରେ ଲାଗିବ ମହୁବସା
ବନ ବିଭାଗକୁ ହାତୀଙ୍କ ସୁରକ୍ଷା ଚିନ୍ତା, ଜନବସତି ପାଖରେ ଲାଗିବ ମହୁବସା

ଭୁବନେଶ୍ବର: ହାତୀ ଓ ମଣିଷ ମଧ୍ୟରେ ସଂଘର୍ଷ କିଭଳି ରୋକାଯାଇ ପାରିବ, ସେନେଇ ବନ ବିଭାଗ ବର୍ତ୍ତମାନ ଚିନ୍ତା କରୁଛି । ଲଗାଣ ବର୍ଷା ଯୋଗୁଁ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବନ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଷା ଯୋଗୁଁ ବନ୍ୟଜନ୍ତୁଙ୍କ ଯେଭଳି କୌଣସି କ୍ଷତି ନହେବ, ସେଥିପାଇଁ ପ୍ରସ୍ତୁତ ରହିଛି ବନ ବିଭାଗ । ଏନେଇ ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ ବନ ଉପଖଣ୍ଡ ଅଧିକାରୀ(DFO)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବିଶେଷ ଭାବରେ ବାଲୁଖଣ୍ଡ ଏବଂ ଭିତରକନିକାକୁ ନଜରରେ ରଖାଯାଇଛି । ଅନେକ ସମୟରେ ହାତୀ ଓ ମଣିଷ ମଧ୍ୟରେ ସଂଘର୍ଷକୁ ରୋକିବାକୁ ବିଭିନ୍ନ ପଦକ୍ଷେପ ଆପଣାଉଛି ବନ ବିଭାଗ । ଏଭଳି ସ୍ଥିତିରେ ଆଉ ଏକ ନୂଆ ପଦକ୍ଷେପ ଆପଣାଯାଇଛି । ଜନବସତି ଆଡ଼କୁ ହାତୀ ଯେଭଳି ନଆସିବେ ସେଥିପାଇଁ ଜନବସତି ପାଖରେ ମହୁ ବସା ରଖାଯିବାକୁ ଯୋଜନା କରାଯାଇଛି । ପ୍ରଥମେ ଆଠମଲ୍ଲିକ ଓ କେନ୍ଦୁଝରରେ ଏଭଳି ପ୍ରଣାଳୀ ଆପଣାଯିବ।

ହାତୀଙ୍କ ଗତିବିଧି ଉପରେ ଆଗୁଆ ଖବର ଦେବାକୁ ବନ୍ୟ ସୂଚନା ଅଧିକାରୀଙ୍କୁ ଗଜରାଜ ରୂପେ ନିୟୋଜିତ କରାଯିବ। ପ୍ରତି ବନ ସୁରକ୍ଷା ସମିତିର 5 ଜଣ କର୍ମୀଙ୍କୁ ଦାୟିତ୍ୱ ଦିଆଯିବ । ଏଥିପାଇଁ ପ୍ରତି କର୍ମୀଙ୍କୁ 25 ହଜାର ଟଙ୍କା ଲେଖାଏଁ ଦିଆଯିବ । ସେହିଭଳି ଚନ୍ଦକା, ବାଦାମପାହାଡ଼ ଏବଂ ଶିମିଳିପାଳରେ ହାତୀଙ୍କ ବେକରେ ରେଡିଓ କଲାର ଲଗାଯିବ। ଚଳିତ ସପ୍ତାହରେ 3ଟି ହାତୀଙ୍କ ଦେହରେ ରେଡିଓ କଲାର ଲାଗିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.