ETV Bharat / city

ଯାତ୍ରୀ ନିବାସ ନା ଭୂତ କୋଠି !

ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ଏକ ମାତ୍ର ସରକାରୀ ଯାତ୍ରୀ ନିବାସ କିପରି ଅବହେଳାରେ ଚାଲିଛି, ତାହାର ଦୃଶ୍ୟ ଦେଖିବାକୁ ମିଳିଛି ।

author img

By

Published : Jun 2, 2019, 10:57 PM IST

ଫଟୋ ସୌଜନ୍ଯ:ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ସରକାରୀ ଯାତ୍ରୀ ନିବାସରେ ଅବହେଳା । ତେବେ ଦୃଶ୍ୟଟି ହେଉଛି ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ଏକ ମାତ୍ର ସରକାରୀ ଯାତ୍ରୀ ନିବାସର ।

ସୂଚନା ମୁତାବକ, ୧୯୮୮ ମସିହାରେ ସରକାରୀ ଉଦ୍ୟମରେ ତିଆରି ହୋଇଥିଲା ଏହି ଯାତ୍ରୀ ନିବାସ । ଏଠାରେ ମୋଟ ୪୨ଟି ରୁମ୍ , ୩ଟି ଡର୍ମିଟୋରୀ ରହିଛି । ତେବେ ଏହି ଯାତ୍ରୀ ନିବାସର ଲକ୍ଷ୍ୟ ଥିଲା ରାଜଧାନୀକୁ ବାହାରୁ ଆସୁଥିବା ଯାତ୍ରୀଙ୍କୁ ସୁଲଭ ମୂଲ୍ୟରେ ସାମୟିକ ରହଣି ପାଇଁ ବ୍ୟବସ୍ଥା କରାଇବା । ହେଲେ ଏହି ଉଦ୍ୟମ ଏବେ ମୂଳ ଲକ୍ଷରୁ ଓହରିଯାଇଛି । ଅନେକ ଅବ୍ୟବସ୍ଥା ଭିତରେ ଚାଲିଛି ଏହି ଯାତ୍ରୀ ନିବାସ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ଦ୍ବିତୀୟ ମହଲାରେ ପ୍ରାୟ ସମସ୍ତ ରୁମ ଗୁଡିକ ଭାଙ୍ଗିଯାଇଛି । କେଉଁଠି ଛାତ ଫାଟି ପାଣି ଗଳୁଛି ତ ଆଉ କେଉଁଠି ଛାତରୁ ପ୍ଲାଷ୍ଟର ଖସୁଛି । ଏଥିସହ ଏଠାକାର ଶୌଚାଳୟର ଅବସ୍ଥା ଦୟନୀୟ । ଏପରି ସ୍ଥିତିରେ ଯାତ୍ରୀମାନେ କେତେ ସୁରକ୍ଷିତ ତାହା ଆପଣ ଜାଣିପାରୁଥିବେ ।

ତେବେ ଗତବର୍ଷ ୩୦ ଲକ୍ଷ ଟଙ୍କା ବିଏମସିକୁ ରାଜସ୍ବ ଆସିଛି । ଗତ ୩ ବର୍ଷ ହେଲା ମରାମତି ଓ ପୁନଃଉଦ୍ଧାର ନେଇ ବିଏମସି କର୍ତ୍ତୃପକ୍ଷଙ୍କୁ ସମସ୍ତ ବିବରଣୀ ଦିଆଯାଇଛି । ହେଲେ ଏ ପର୍ଯ୍ୟନ୍ତ କୌଣସି ମରାମତି କାମ ହେଉନାହିଁ ବୋଲି ଯାତ୍ରୀନିବାସର ସହକାରୀ ପରିଚାଳକ ବିଜୟ ପ୍ରଧାନ କହିଛନ୍ତି ।

ସେପଟେ ବିଏମସି ଅତିରିକ୍ତ ଆୟୁକ୍ତ ସୁରଥ ଚନ୍ଦ୍ର ମଲିକଙ୍କ ଯୁକ୍ତି ଯାତ୍ରୀ ନିବାସ ମରାମତି ପାଇଁ ପ୍ରସ୍ତାବ ଅଛି । ଏଥିସହ ୪୮ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି ଏବଂ ଖୁବଶୀଘ୍ର ଯାତ୍ରୀନିବାସର ପୁନଃରୁଦ୍ଧାର କାର୍ଯ୍ୟ ହେବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.