ETV Bharat / city

ବିମାନବନ୍ଦର ଅଘଟଣ:କଂଗ୍ରେସର ସିବିଆଇ ତଦନ୍ତ ଦାବି,ବିଜେଡିକୁ ବିଜେପିର ଜବାବ - ବିମାନବନ୍ଦର ନିର୍ମାଣଧିନ ଛାତ ଭୁଶୁଡିବା ଘଟଣା

ବିମାନବନ୍ଦରରେ ଗତକାଲି ରାତିରେ ନିର୍ମାଣଧିନ ଛାତ ଭୁଶୁଡିବା ଘଟଣାରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି। ଅଧିକ ପଢନ୍ତୁ...

BBSR Airports Collapse
ବିମାନବନ୍ଦର ଅଘଟଣ
author img

By

Published : Jan 25, 2020, 1:25 PM IST

ଭୁବନେଶ୍ବର: ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଗତକାଲି ରାତିରେ ନିର୍ମାଣଧିନ ଛାତ ଭୁଶୁଡିବା ଘଟଣାରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି। ଏ ଘଟଣାରେ ଜଟଣୀ ବିଧାୟକ ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି। ଏହି ଦୁର୍ଘଟଣାକୁ ସେ ଦୁଃଖଦ ବୋଲି କହିବା ସହ ସିବିଆଇ ତଦନ୍ତ ଦାବି କରିଛନ୍ତି। ଏହା ସହିତ ଏହାର ନିର୍ମାଣ କାର୍ଯ୍ୟରେ ସମ୍ପୃକ୍ତ କଣ୍ଟ୍ରାକ୍ଟରକୁ ଗିରଫ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ସେ ଦାବି କରିଛନ୍ତି। କେନ୍ଦ୍ର ସରକାର ଏହି କାମ ପାଇଁ ଟେଣ୍ଡର କରିଥିଲେ। ସେଥିପାଇଁ ମୃତକଙ୍କ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ, ପରିବାରକୁ ନିଯୁକ୍ତି ଓ ଆହତଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମତ ରଖିଛନ୍ତି।

ଅନ୍ୟପଟେ ଏହି ଦୁର୍ଘଟଣାକୁ ନେଇ ବିଜେପି-ବିଜେପି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଯାଇଛି। ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏଥିସହିତ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ବୟାନର ଉତ୍ତର ରଖିଛନ୍ତି। ଏନେଇ ସେ କହିଛନ୍ତି, "ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି" ସସ୍ମିତ୍ ପାତ୍ରଙ୍କ ବୟାନ ଠିକ୍ ଏପରି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଠିକାଦାର ଦିଲ୍ଲୀପ ଖଟେଇଙ୍କୁ ସୁରକ୍ଷା ଦେବାକୁ ବିଜେଡି ଏମିତି କହୁଥାଇ ପାରେ ବୋଲି ଅଭିଯୋଗ ଆଣିଛନ୍ତି ଗୋଲକ ମହାପାତ୍ର। ଏହି ଠିକାଦାରଙ୍କ କେଉଁ ଅଫିସର ଓ ରାଜନେତାଙ୍କ ସହିତ ସମ୍ପର୍କ ଅଛି ଏବଂ କେଉଁ କେଉଁ କାମ ତାଙ୍କୁ ଦିଆଯାଇଛି, ତାହାର ତଦନ୍ତ ହେବା ଜରୁରୀ। ବମିଖାଲ ଓଭରବ୍ରିଜ୍ ଭୁଷୁଡିବା ଘଟଣାରେ ଦାୟିତ୍ଵରେ ଥିବା ପୂର୍ତ୍ତ ସଚିବଙ୍କୁ ଟିକେଟ ଦେଇ ବିଜେଡି ସ୍ପଷ୍ଟ କରିସାରିଛି, ରାଜନୀତି କିଏ କରୁଛି । ପୂର୍ବରୁ ବିଜେଡି ପକ୍ଷରୁ ଏହି ଦୁର୍ଘଟଣା ନେଇ ପ୍ରତିକ୍ରିୟା ରଖିଥିଲେ ସାଂସଦ ସସ୍ମିତ ପାତ୍ର।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଏୟାରପୋର୍ଟ ରେ ଗତକାଲି ରାତିରେ ବିଲିଡଂ ଭୁସୁଡିବା ଘଟଣାରେ ପ୍ରତିକ୍ରିୟା ରଖି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ଯେ,ଏହା ଅତ୍ୟନ୍ତ ଦୁଖଦ ଘଟଣା ,ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ ,ଦୋଷୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ,ଏଥିପାଇଁ କେନ୍ଦ୍ର ସରକାର ଦାୟୀ ବୋଲି କହିଛନ୍ତି ସୁର ।ଏହା ସହ ମୃତକଙ୍କ ପରିବାର କୁ ୨୦ ଲକ୍ଷ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି ।ଆହତ ମାନଙ୍କୁ ମାଗଣା ଚିକିତ୍ସା ଯୋଗାଇଦିଆଯାଉ ,ଏବଂ ଉକ୍ତ କାର୍ଯ୍ୟ କରୁଥିବା କଣ୍ଟ୍ରାକ୍ଟର କୁ ଗିରଫ କରିବା କୁ ଦାବି କରିଛନ୍ତି ।
ସେପଟେ ବିଜେପି ନେତା ଗୋଲକ ମାହାପାତ୍ର ମଧ୍ୟ ବିଜେଡି ସାସଂଦ ସସ୍ମିତ ପାତ୍ର ଙ୍କ ବୟାନରେ କହିଛନ୍ତି ଯେ,

Body:ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି । ବିଜେପି କିଛି କହିବା ପୂର୍ବରୁ ସସ୍ମିତ୍ ପାତ୍ରଙ୍କ ବୟାନ ଠିକ୍ ଏହି ପରି । ଠିକାଦାର ଦିଲ୍ଲୀପ ଖଟେଇଙ୍କୁ ସୁରକ୍ଷା ଦେବାକୁ ବିଜେଡି ଏମିତି କହୁନି ତ ? Conclusion:ଏହି ଠିକାଦାରଙ୍କର କେଉଁ ଅଫିସର ଓ ରାଜନେତାଙ୍କ ସହିତ ସମ୍ପର୍କ ଅଛି ଏବଂ କେଉଁ କେଉଁ କାମ ତାଙ୍କୁ ଦିଆଯାଇଛି ତା ଉପରେ ପରଦା ଢାଙ୍କିବାକୁ ବିଜେଡି ବୋଧହୁଏ ଚେଷ୍ଟା କରୁଛି । ବମିଖାଲ ଓଭରବ୍ରିଜ୍ ଭୁଷୁଡିବା ଘଟଣାରେ ଦାୟିତ୍ଵରେ ଥିବା ପୂର୍ତ୍ତ ସଚିବଙ୍କୁ ଟିକେଟ ଦେଇ ବିଜେଡି ସ୍ପଷ୍ଟ କରିସାରିଛି, ରାଜନୀତି କିଏ କରୁଛି ।ଏହା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଗୋଲକ ମହାପାତ୍ର ।

ଗୋଲକ ମହାପାତ୍ର
ବିଜେପି ମୁଖପାତ୍ର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.