ETV Bharat / city

ପୁଣି ଆରମ୍ଭ ହେଲା ବସ୍ତି ଚାଲ ଅଭିଯାନ: ନାଲି ନୀଳ ରଙ୍ଗର ଝୋଟିରେ ଝଟକୁଛି 26 ବସ୍ତି

author img

By

Published : Dec 19, 2021, 6:13 PM IST

ପୁଣି ଆରମ୍ଭ ହୋଇଛି ବସ୍ତିକୁ ଚାଲ ଅଭିଯାନ(Basti ku Chala Abhiyan)। କମିଶନରେଟ ପୋଲିସ(commissionerate police) ବସ୍ତିରେ ଅପରାଧ ନିୟନ୍ତ୍ରଣ କରିବା ପାଇଁ କରୁଛି ଏଭଳି ଅଭିଯାନ । ଅଧିକ ପଢନ୍ତୁ

ପୁଣି ଆରମ୍ଭ ହେଲା ବସ୍ତି ଚାଲ ଅଭିଯାନ, ବସ୍ତିରୁ ବସ୍ତି ବୁଲି ଦେଖିଲେ CP ଓ DCP

ଭୁବନେଶ୍ବର: ନା ଅଛି ଗୁରୁବାର ମାଣବସା। ନା ଅଛି ସଂକ୍ରାନ୍ତିର‌ ମାହୋଲ। ତଥାପି ବସ୍ତିର ଦୁଆର ଦୁଆରେ ପଡିଛି ମୁରୁଜ ଓ ଝୋଟି। ନାଲି ନିଳ ହଳଦିଆ ସହ ଧଳା ରଙ୍ଗର ଝୋଟି । ତା ସାଙ୍ଗକୁ ରଙ୍ଗ ବେରଙ୍ଗର ମୁରୁଜରେ ସୁନ୍ଦର ସୁନ୍ଦର ଫୁଲ ଓ ଠାକୁରଙ୍କ ଚିତ୍ର। ବସ୍ତିର‌ ମହିଳା ଓ କୁନି କୁନି ପିଲା ମିଶି ପକାଇଛନ୍ତି ଏପରି ମୁରୁଜ ଝୋଟି। କାରଣ ପୁଣି ଆରମ୍ଭ ହୋଇଛି ବସ୍ତିକୁ ଚାଲ ଅଭିଯାନ(Basti ku Chala Abhiyan)।

କମିଶନରେଟ ପୋଲିସ(commissionerate police) ବସ୍ତିରେ ଅପରାଧ ନିୟନ୍ତ୍ରଣ କରିବା ପାଇଁ ଏଭଳି ଅଭିଯାନ କରୁଛି । ଏନେଇ ରାଜଧାନୀର ବନଫୁଲ ବସ୍ତି, ଜଲ୍ଲି ବସ୍ତି, ସାଇନ୍ସପାର୍କ ବସ୍ତି, ତପୋବନ‌ବସ୍ତି, ଧିରିକୁଟ,ହଳଦି ପଡିଆ ,ପଣ୍ଡା ପାର୍କ,କାର୍ଗିଲ ବସ୍ତି ଭଳି ୨୬ଟି ବସ୍ତିରେ କମିଶନରେଟ ପୋଲିସ କରୁଛି ଝୋଟି ମୁରୁଜ ପ୍ରତିଯୋଗିତା। ଏଥିରେ ୩୮୦ ଜଣ ଝୋଟି ପ୍ରତିଯୋଗିତା, ୩୮୮ଜଣ ମୁରୁଜ ପ୍ରତିଯୋଗିତା, ୨୫୩ ଜଣ ଜୁନିୟର ଡ୍ରଇଂ, ୩୯୧ ଜଣ ସିନିୟର ଡ୍ରଇଂ ପ୍ରତିଯୋଗିତାରେ ଭାଗ ନେଇଛନ୍ତି ।

କେବଳ ବସ୍ତିରେ ପୋଲିସ ଅପରାଧ ନିୟନ୍ତ୍ରଣ କରିବ ନାହିଁ । ବସ୍ତି ପିଲାଙ୍କ ପାଠପଢ଼ା ବୟସ୍କ ଲୋକଙ୍କ ସୁବିଧା ଅସୁବିଧା ସହିତ ସେମାନଙ୍କୁ କିଭଳି ସ୍ବାସ୍ଥ୍ୟ କ୍ଷେତ୍ରରେ ସହଯୋଗ କରାଯାଇ ପାରିବ ତାକୁ ମଧ୍ୟ ବୁଝିବେ । ଏପରିକି ପ୍ରତି ଥାନାର ପିସିଆର ଓ ପୋଲିସ ଭ୍ୟାନ ବସ୍ତିରେ ପାଇଁତରା ମାରିବ । ତେବେ କମିଶନରେଟ ପୋଲିସର ଭୁବନେଶ୍ବରରେ ଏଭଳି ବସ୍ତି ଅଭିଯାନ ଫଳରେ ଅପରାଧ ନିୟନ୍ତ୍ରଣ ସହିତ ପୋଲିସ ପବ୍ଲିକ ମଧ୍ୟରେ ସୁସମ୍ପର୍କ ବଢ଼ିପାରିବ । ଏପଟେ ଏହି ପ୍ରତିଯୋଗିତାରେ ବିଜୟୀଙ୍କୁ ପରେ ସମ୍ମାନିତ କରାଯିବ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.