ETV Bharat / city

Basti ku Chala Abhiyan: ପ୍ରତିଭା ଖୋଜରେ କମିଶନରେଟ ପୋଲିସର ବସ୍ତି ଆଇଡଲ

author img

By

Published : May 2, 2022, 11:33 AM IST

ସ୍ମାର୍ଟ ସିଟି ଭୁବନେଶ୍ୱରର ବସ୍ତିକୁ ସ୍ମାର୍ଟ କରିବା, ସୁରକ୍ଷା ସହ ମିତ୍ରତା ସ୍ଥାପନ ପାଇଁ କମିଶନରେଟ ପୋଲିସ ଆରମ୍ଭ କରିଥିଲା ବସ୍ତିକୁ ଚାଲଅଭିଯାନ(Basti ku Chala Abhiyan) । କମିଶନରେଟ ପୋଲିସ(commissionerate police) ବସ୍ତିରେ ପ୍ରତିଭା ଖୋଜିବା ପାଇଁ କରୁଛି ଏଭଳି ଅଭିଯାନ । ଅଧିକ ପଢନ୍ତୁ

ବସ୍ତି ଚାଲ ଅଭିଯାନ: ପ୍ରତିଭା ଖୋଜରେ କମିଶନରେଟ ପୋଲିସର ବସ୍ତି ଆଇଡଲ

ଭୁବନେଶ୍ବର: ସ୍ମାର୍ଟ ସିଟି ଭୁବନେଶ୍ୱରର ବସ୍ତିକୁ ସ୍ମାର୍ଟ କରିବା, ସୁରକ୍ଷା ସହ ମିତ୍ରତା ସ୍ଥାପନ ପାଇଁ କମିସନରେଟ ପୋଲିସ ଆରମ୍ଭ କରିଥିଲା ବସ୍ତିକୁ ଚାଲ ଅଭିଯାନ(Basti ku Chala Abhiyan) । ବସ୍ତିରେ ପ୍ରତିଭା ଖୋଜିବା ପାଇଁ କମିଶନରେଟ ପୋଲିସ(commissionerate police)ର ଏହା ଏକ ଭିନ୍ନ ପ୍ରୟାସ ।

ଆଉ ଏହି ଅଭିଯାନର ଗୋଟେ ବଡ ଦିଗ ଥିଲା ବସ୍ତିର ବଣମଲ୍ଲୀକୁ ପ୍ରସ୍ଫୁଟିତ କରିବା ବା ବସ୍ତିରୁ ପ୍ରତିଭା ଖୋଜିବା । ଏଥିପାଇଁ ନେଇ ରବିବାର ଆୟୋଜିତ ହୋଇଯାଇଛି କାର୍ଯ୍ୟକ୍ରମ ବସ୍ତି ଆଇଡଲ । ଯେଉଁ କାର୍ଯ୍ୟକ୍ରମ ମଧ୍ୟମରେ ବସ୍ତିର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନ ଆଣିବା ସହ ସେମାନଙ୍କ ପ୍ରତିଭାର ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦୈତନଗରୀର କମିଶନର, ଓଡିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଗୀତିକାର ବସନ୍ତ ରାଜ ଖୋସଲା, ତାନସେନ ସିଂ, ପ୍ରେମାନନ୍ଦ, କଣ୍ଠଶିଳ୍ପୀ ମନ୍ମଥ ମିଶ୍ର ଓ ଅଭିନେତ୍ରୀ ଏଲିନା ସାମନ୍ତରାୟ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ସହ ଏହି ଅଭିଯାନକୁ ଆଗକୁ ଆଗେଇ ନେଇଥିଲେ।

ତେବେ କମିଶନରେଟ ପୋଲିସର ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ବସ୍ତିବାସିନ୍ଦଙ୍କ ସହ ପୋଲିସର ଉତ୍ତମ ସମ୍ପର୍କ ସ୍ଥାପନ ହେବ । ବସ୍ତିରୁ ଅପରାଧ ହ୍ରାସ ହେବା ସହ ବସ୍ତିର ବଣମଲ୍ଲୀଙ୍କୁ ନିଜ ପ୍ରତିଭାର ପ୍ରତିପାଦନ ପାଇଁ ସୁଯୋଗ ମିଳିବ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.