ETV Bharat / city

ମହିଳା କମିଶନଙ୍କ କାର୍ଯ୍ୟାଳୟରେ ବର୍ଷା ପ୍ରିୟଦର୍ଶିନୀ - barsha anubhab

ମହିଳା କମିଶନ ଅଫିସରେ ପହଞ୍ଚିଲେ ବର୍ଷା
ମହିଳା କମିଶନ ଅଫିସରେ ପହଞ୍ଚିଲେ ବର୍ଷା
author img

By

Published : Dec 29, 2020, 11:59 AM IST

Updated : Dec 29, 2020, 1:27 PM IST

11:54 December 29

ମହିଳା କମିଶନ ଅଫିସରେ ପହଞ୍ଚିଲେ ବର୍ଷା

ମହିଳା କମିଶନଙ୍କ କାର୍ଯ୍ୟାଳୟରେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ବର: ମହିଳା କମିଶନଙ୍କ କାର୍ଯ୍ୟାଳୟରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ପାରିବାରିକ ବିବାଦ ନେଇ ସେ ମହିଳା କମିଶନଙ୍କ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଆଉ କିଛି ସମୟ ପରେ ସାଂସଦ ସ୍ବାମୀ ଅନୁଭବ ମହାନ୍ତି ଓ ତାଙ୍କ ବାପା ମାଆ ମଧ୍ୟ ହାଜର ହେବେ ।  

ସୂଚନାଯୋଗ୍ୟ, ଘରୋଇ ହିଂସା ଅଭିଯୋଗ ଆଣି ବର୍ଷା ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । ଯାହାକୁ ଆଧାର କରି ଅନୁଭବ ଓ ତାଙ୍କ ବାପା ମାଆଙ୍କୁ ହାଜର ହେବାକୁ ନୋଟିସ ଜାରି କରାଯାଇଛି । ଆଜି ଦିନ 11 ଟାରେ ହାଜର ହେବାକୁ ନୋଟିସ କରିଥିଲେ ମହିଳା କମିଶନ ।

ପାରିବାରିକ କଳହ ଓ ନିର୍ଯାତନା ଅଭିଯୋଗ ଆଣି ବର୍ଷା ପୁରୀଘାଟ ଥାନାରେ ଅନୁଭବଙ୍କ ନାଁରେ ଏତଲା ଦେଇଥିଲେ । ସେପଟେ ସାଂସଦ ଅନୁଭବ ମହାନ୍ତି ଛାଡପତ୍ର ନେଇ ଦିଲ୍ଲୀ ପଟିଆଲ ହାଉସ କୋର୍ଟରେ ଆବେଦନ କରିଥିଲେ । ତେବେ ଷ୍ଟାର ଦମ୍ପତିଙ୍କ ବିବାଦ ସମାଧାନ ହେବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି । ଏପରିକି ଉଭୟେ ଉଭୟଙ୍କୁ ଆରୋପ ପ୍ରତ୍ୟାରୋପ କରୁଥିବା ନେଇ ମଧ୍ୟ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। 

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Dec 29, 2020, 1:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.