ETV Bharat / city

Weather Update: ବଢୁଛି ତାତି, ଆଜି ବାରିପଦା ସବୁଠୁ ଉତ୍ତପ୍ତ ସହର

ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଆଜି (ଶନିବାର) ବାରିପଦା ସବୁଠୁ ଉତ୍ତପ୍ତ ସହର ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

Weather Update: ବଢୁଛି ତାତି, ଆଜି ବାରିପଦା ସବୁଠୁ ଉତ୍ତପ୍ତ ସହର
Weather Update: ବଢୁଛି ତାତି, ଆଜି ବାରିପଦା ସବୁଠୁ ଉତ୍ତପ୍ତ ସହର
author img

By

Published : Apr 16, 2022, 5:58 PM IST

ଭୁବନେଶ୍ବର: ଦିନକୁ ଦିନ ବୃଦ୍ଧି ପାଉଛି ଦିନ ତାପମାତ୍ରା । ତାତି ଅସହ୍ୟ ହେଉଥିବା ବେଳେ ଅସ୍ତବ୍ୟସ୍ତ ହୋଉଛି ଜନଜୀବନ । ଟାଣ ଖରାକୁ ଦେଖି ବାହାରକୁ ବାହାରିବା ପାଇଁ ଭୟ କରୁଛନ୍ତି ଲୋକେ । ଗତ ବୁଧବାର ଝାରସୁଗୁଡା ପାରଦ 44ଡିଗ୍ରୀ ଅତିକ୍ରମ କରିଥିଲା ଓ ଗୁରୁବାର ଦିନ 44.2ଡିଗ୍ରୀ ସହ ସୋନପୁର ପାଲଟିଥିଲା ଦେଶର ଉତ୍ତପ୍ତ ସହର । ସେହିପରି ଆଜି(ଶନିବାର) ସର୍ବୋଚ୍ଚ ଦିନ ତାପମାତ୍ରା ବାରିପଦାରେ 43.4 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

Weather Update: ବଢୁଛି ତାତି, ଆଜି ବାରିପଦା ସବୁଠୁ ଉତ୍ତପ୍ତ ସହର

ସୋନପୁରରେ ଦିନ ତାପମାତ୍ରା 43.2 ଡିଗ୍ରୀ ସେଲସିୟସ ରହିଥିବା ବେଳେ ବଲାଙ୍ଗୀରରେ 43.0 ଡିଗ୍ରୀ ରେକର୍ଡ ହୋଇଛି । ଆଗାମୀ 5ଦିନ ଯାଏଁ ପାଗରେ ମୁଖ୍ୟତଃ ପରିବର୍ତ୍ତନ ହେବ ନାହିଁ । ଉପକୂଳ ଓଡିଶାରେ ଦିନ ତାପମାତ୍ରା ସ୍ବାଭାବିକ ରହିବାର ସମ୍ଭାବନା ଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା 40 ଡିଗ୍ରୀ ଉପରେ ରହିବାର ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଏଥିସହ ଆଗାମୀ 24 ଘଣ୍ଟାରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିସବୁ ଜିଲ୍ଲା ଗୁଡିକ ହେଉଛି ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ଵର ଓ ମୟୂରଭଞ୍ଜ ଇତ୍ୟାଦି । ଆସନ୍ତାକାଲି(ରବିବାର) ମଧ୍ୟ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଜପତି, କଳାହାଣ୍ଡି, କେନ୍ଦୁଝର, ବାଲେଶ୍ଵର, ଯାଜପୁର ଓ ଭଦ୍ରକ ଆଦି ଜିଲ୍ଲାରେ ଗୋଟିଏ କିମ୍ବା 2ଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ । 18, 19 ଏବଂ 20 ତାରିଖ ଯାଏଁ କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ଗତ 24 ଘଣ୍ଟାରେ କଳାହାଣ୍ଡି, ବାଲେଶ୍ଵର, ରାୟଗଡା, ବଲାଙ୍ଗୀର, ଗଞ୍ଜାମ ଜିଲ୍ଲାରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ସର୍ବାଧିକ ବର୍ଷା ଦାରିଙ୍ଗବାଡିରେ 16.0ମିମି ରେକର୍ଡ ହୋଇଥିବା ସୂଚନା ରହିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.