ETV Bharat / city

ବିଶ୍ବସ୍ତରୀୟ ହେବ ବରମୁଣ୍ଡା ବସଷ୍ଟାଣ୍ଡ

ଚମକିବ ରାଜଧାନୀ । ଝଲସିବ ବରମୁଣ୍ଡା । ଆନ୍ତଃ ରାଜ୍ୟ ବସ ଟର୍ମିନାଲ ହେବ ବରମୁଣ୍ଡା ବସଷ୍ଟାଣ୍ଡ । ଯାତ୍ରୀ ପାଇବେ ବିଶ୍ବସ୍ତରୀୟ ସୁବିଧା । ଏଥିପାଇଁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି 160 କୋଟି ଟଙ୍କା । ଏହି ଅତ୍ୟାଧୁନିକ ବସ ଷ୍ଟପ ନିର୍ମାଣ କାର୍ଯ୍ୟ ମଧ୍ୟ ଦୁଇ ବର୍ଷରେ ଶେଷ କରାଯିବ ।

author img

By

Published : Sep 27, 2019, 10:28 AM IST

ପରିକଳ୍ପିତ ଫଟୋ

ଭୁବନେଶ୍ବର: ରେଳ ଷ୍ଟେସନ ପରେ ବସଷ୍ଟାଣ୍ଡ । ସ୍ମାର୍ଟ ହେବ ସ୍ମାର୍ଟ ସିଟିର ପ୍ରମୁଖ ବସଷ୍ଟାଣ୍ଡ । ବିଶ୍ବସ୍ତରୀୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । 24 ମାସ ଅର୍ଥାତ୍ 2 ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ କାର୍ଯ୍ୟ । ରାଜ୍ୟ ସରକାର ବରମୁଣ୍ଡା ବସଷ୍ଟାଣ୍ଡ ପାଇଁ 160 କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ସଂସ୍ଥା ବ୍ରିଜ ଆଣ୍ଡ ରୂଫ କମ୍ପାନୀ ଇଣ୍ଡିଆ ଲିମିଟେଡ଼ କୁ କାର୍ଯ୍ୟ ପାଇଁ ଦାୟିତ୍ବ ଦିଆଯାଇଥିବା ବେଳେ ବସ ଷ୍ଟାଣ୍ଡକୁ ଅତ୍ୟାଧୁନିକ ଆନ୍ତଃ ରାଜ୍ୟ ବସ ଟର୍ମିନାଲ କରିବା ପାଇଁ ଯୋଜନା ରଖିଛନ୍ତି ରାଜ୍ୟ ସରକାର । ଏହି ଅତ୍ୟାଧୁନିକ ବସ ଷ୍ଟାଣ୍ଡ। 35ଟି ବସ ବେ ରହିବ। 190ଟି ବସ ପାର୍କିଂ ହେବ ଭଳି ସୁବିଧା ରହିବ ।

baramunda-bus-stand
ପରିକଳ୍ପିତ ଚିତ୍ର

ସେହିପରି ଟର୍ମିନାଲ ସାଙ୍ଗକୁ କମର୍ସିଆଲ ସ୍ପେସ ବି ରହିବ । ବସ ପାର୍କିଂ ଛଡା ଏଠାରେ 250 କାର ଓ 175 ବାଇକ ପାର୍କିଂ ସୁବିଧା କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ । OSRTC ବସ ଗୁଡ଼ିକର ରହଣୀ ପାଇଁ ଖଣ୍ଡଗିରି ଠାରେ ଏକ ଟର୍ମିନାଲ ନିର୍ମାଣ କରିବାର ଯୋଜନା ରଖିଥିବା ସେ କହିଛନ୍ତି ।

baramunda-bus-stand
ପରିକଳ୍ପିତ ଚିତ୍ର

ପୂର୍ବରୁ ବରମୁଣ୍ଡା ବସଷ୍ଟାଣ୍ଡର ନୂତନ ରୂପରେଖ ଦେବା ପାଇଁ ସରକାର 3 ଥର ନକ୍ସା ପ୍ରସ୍ତୁତ କରିଥିଲେ ମଧ୍ୟ ତାହା ବାସ୍ତବ ଚିତ୍ର ନେଇ ପାରିନାହିଁ । ପୁନର୍ବାର ପୁଣି ଏପରି ଏକ ପିରକଳ୍ପିତ ଚିତ୍ର ପ୍ରକାଶ ପାଇଛି । କିନ୍ତୁ ତାହା ବାସ୍ତବିକ କାର୍ଯ୍ୟରେ ପରିଣତ ହେବା ଉପରେ ରହିଛି ରାଜ୍ୟବାସୀଙ୍କ ନଜର । ଏହି ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ଯାତ୍ରୀମାନଙ୍କୁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ମଧ୍ୟ ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି, ଯଥା ଓ୍ବାଇଫାଇ, ପାନୀୟ ଜଳ, ଇ-ଟିକେଟିଂ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେବ ।

baramunda-bus-stand
ରୂପରେଖ ପାଇଁ ରାଜ୍ୟ ସରକାରଙ୍କ ଚିଠି

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରେଳ ଷ୍ଟେସନ ପରେ ବସ ଷ୍ଟାଣ୍ଡ। ସ୍ମାର୍ଟ ହେବ ରାଜଧାନୀ ର ପ୍ରମୁଖ ବସ ଷ୍ଟାଣ୍ଡ। ଏନେଇ ଖସଡ଼ା ପ୍ରସ୍ତୁତ ସରିଛି। ପୂର୍ବରୁ 3 ଥର ଉଦ୍ୟମ କରାଯାଇଛି ହେଲେ ତାହା ବାସ୍ତବ ରୂପ ନେଇ ପାରିନଥିବା ବେଳେ ଏବେ ବରମୁଣ୍ଡା ବସ ଷ୍ଟାଣ୍ଡର ନବକଳେବର ହେବ। ଅତ୍ୟାଧୁନିକ ଆନ୍ତଃ ରାଜ୍ୟ ବସ ଟର୍ମିନାଲ ହେବ। ଏନେଇ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସଂସ୍ଥା ବ୍ରିଜ ଆଣ୍ଡ ରୂଫ କମ୍ପାନୀ ଇଣ୍ଡିଆ ଲିମିଟେଡ଼ କୁ କାମ ଦିଆଯାଇଛି। ପ୍ରାୟ 160 କୋଟି ଟଙ୍କା ଖର୍ଚ୍ଚରେ ତିଆରି ହେବ ଏହି ଅତ୍ୟାଧୁନିକ ବସ ଷ୍ଟାଣ୍ଡ। 35ଟି ବସ ବେ ରହିବ। 190ଟି ବସ ପାର୍କିଂ ହେବ ଭଳି ସୁବିଧା ରହିବ। ଟର୍ମିନାଲ ସାଙ୍ଗକୁ କମାର୍ସିଆଲ ସ୍ପେସ ବି ରହିବ। ବସ ପାର୍କିଂ ଛଡା ଏଠାରେ 250 କାର ଓ 175 ବାଇକ ପାର୍କିଂ ସୁବିଧା ବି ରହିବ। 2 ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ ହେବ। ସେହିପରି OSRTC ବସ ପାଇଁ ଖଣ୍ଡଗିରି ଠାରେ ଏକ ଟର୍ମିନାଲ ହ୍ରବର ଯୋଜନା ରହିଛି।Body:HConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.