ETV Bharat / city

ବଂଶଧାରା ଜଳ ବିବାଦ: 50 ଭାଗ ଲେଖାଏଁ ଜଳ ବ୍ୟବହାର କରିବେ ଓଡିଶା-ଆନ୍ଧ୍ର

author img

By

Published : Jun 23, 2021, 1:08 PM IST

Updated : Jun 23, 2021, 5:26 PM IST

ବଂଶଧରା ଜଳ ବିବାଦ ମାମଲା ଟ୍ରିବ୍ୟୁନାଲରେ ଶୁଣାଣି ହୋଇଛି । ଉଭୟ ଆନ୍ଧ୍ର ଓ ଓଡିଶା ମଧ୍ୟରେ ଚାଲିଥିବା ବିବାଦର ସମାଧାନ ରାସ୍ତା ବାହାର କରିଛନ୍ତି ଟ୍ରିବ୍ୟୁନାଲ । ଏହି ରାୟ ଅନୁସାରେ ଉଭୟ ଆନ୍ଧ୍ର ଓ ଓଡିଶା ୫୦ ପ୍ରତିଶତ ଜଳ ବ୍ୟବହାର କରିବା ନେଇ ଟ୍ରିବ୍ୟୁନାଲ ରାୟ ଦେଇଛନ୍ତି ।

bansadhara river dispute: Tribunal asks Andhra, Odisha to share water on 50:50 basis
ବଂଶଧରା ଟ୍ରିବ୍ୟୁନାଲ ରାୟ ପ୍ରକାଶ ୫୦ ଭାଗ ଲେଖାଏଁ ଜଳ ବ୍ୟବହାର କରିବେ ଆନ୍ଧ୍ର-ଓଡିଶା

ଭୁବନେଶ୍ବର: ବଂଶଧରା ଜଳ ବିବାଦ ମାମଲା ଟ୍ରିବ୍ୟୁନାଲରେ ଶୁଣାଣି ହୋଇଛି । ଉଭୟ ଆନ୍ଧ୍ର ଓ ଓଡିଶା ମଧ୍ୟରେ ଚାଲିଥିବା ବିବାଦର ସମାଧାନ ରାସ୍ତା ବାହାର କରିଛନ୍ତି ଟ୍ରିବ୍ୟୁନାଲ । ଏହି ରାୟ ଅନୁସାରେ ଉଭୟ ଆନ୍ଧ୍ର ଓ ଓଡିଶା ୫୦ ପ୍ରତିଶତ ଜଳ ବ୍ୟବହାର କରିବେ । ଏହାସହ ନେରେଡି ଡ୍ୟାମ ପାଇଁ ମଧ୍ୟ ଅନୁମତି ଦେଇଛନ୍ତି । ନଦୀର ଜଳ ପରିମାଣ କମିଲେ ଉଭୟ ପକ୍ଷ ସମାନ ପରିମାଣର ଜଳ ବ୍ୟବହାର ପାଇଁ ଟ୍ରିବ୍ୟୁନାଲ ରାୟ ଦେଇଛନ୍ତି ।

ବ୍ୟାରେଜ୍ ପ୍ରକଳ୍ପ କାମରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଆନ୍ଧ୍ର ସରକାର ଏଣିକି ବିନା ବାଧାରେ ଏ ବ୍ୟାରେଜ୍ ନିର୍ମାଣ କରିପାରିବେ। ଏଥିପାଇଁ ୧୦୬ ଏକର ଜମି ଓଡ଼ିଶା ସରକାର ଅଧିଗ୍ରହଣ କରି ଆନ୍ଧ୍ରକୁ ଦେବେ । ଏ ଅଧିଗ୍ରହଣ ବାବଦ ମୂଲ୍ୟ ଓଡ଼ିଶା ସରକାରଙ୍କୁ ଆନ୍ଧ୍ର ପ୍ରଦାନ କରିବ।

ବଂଶଧାରା ନଦୀର ଜଳକୁ ବ୍ୟବହାର କରିବା ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ବହୁବର୍ଷ ହେବ ଲାଗି ରହିଛି । ୨୦୦୬ରୁ ଏ ବିବାଦ ଲାଗି ରହିଥିଲା ବେଳେ ବ୍ୟାରେଜରେ ପ୍ରସ୍ତାବିତ ମୁଖ୍ୟ ସୁଇସ୍ ଓ କେନାଲର ନିର୍ମାଣକୁ ନେଇ ଓଡ଼ିଶା ଆପତ୍ତି କରିଥିଲା। ଏ ଡିଜାଇନରେ ଆନ୍ଧ୍ର ସୁଇସ୍ ନିର୍ମାଣ କଲେ ଓଡ଼ିଶାର ନଦୀ ଶଯ୍ୟା ଶୁଖିଲା ପଡ଼ିବ ବୋଲି ଓଡ଼ିଶା ଅଭିଯୋଗ କରିଥିଲା।

ବଂଶଧାରା ନଦୀରେ ୧୧୫ ହଜାର ନିୟୁତ ଘନଫୁଟ ଜଳ ବ୍ୟବହାର ଉପଯୋଗୀ ଥିଲା ବେଳେ ଆନ୍ଧ୍ର ନେରେଡି ବ୍ୟାରେଜ କରି ସିଂହଭାଗ ଜଳ ନିଜ ରାଜ୍ୟରେ ବିନିଯୋଗ କରିବାର ଯୋଜନା ରଖି ବେଆଇନ କାମ କରୁଛି ବୋଲି ଓଡ଼ିଶା ଅଭିଯୋଗ କରିଥିଲା। ସୂଚନା ଅନୁସାରେ ୧୯୬୨ ମସିହାରେ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଚୁକ୍ତି ଅନୁଯାୟୀ ନଦୀର ଜଳକୁ ଅଧା ଅଧା ବ୍ୟବହାର କରିବେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Jun 23, 2021, 5:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.