ETV Bharat / city

ବାଙ୍କା ଗ୍ୟାଙ୍ଗକୁ ଗିରଫ କଲା କମିଶନରେଟ ପୋଲିସ - Banka gang arrested

ବ୍ୟାଙ୍କ ଓ ଫାଇନାନ୍ସ କର୍ମଚାରୀଙ୍କୁ ଟାର୍ଗେଟ କରି ଲୁଟ କରୁଥିବା ବାଙ୍କା ଗ୍ୟାଙ୍ଗକୁ ଗିରଫ କରିଛି କମିଶନରେଟ ପୋଲିସ । ଅଧିକ ପଢନ୍ତୁ...

ବାଙ୍କା ଗ୍ୟାଙ୍ଗକୁ ଗିରଫ କଲା କମିସନରେଟ ପୋଲିସ

author img

By

Published : Dec 28, 2020, 8:45 PM IST

ଭୁବନେଶ୍ବର : ବ୍ୟାଙ୍କ ଓ ଫାଇନାନ୍ସ କର୍ମଚାରୀଙ୍କୁ କରୁଥିଲେ ଟାର୍ଗେଟ । ଏକୁଟିଆ ଦେଖି ମୁଣ୍ଡରେ ବନ୍ଧୁକ ରଖି ଟଙ୍କା ବ୍ୟାଗ ସହ ବାଇକ ଲୁଟ କରି ମାରୁଥିଲେ ଚମ୍ପଟ । ଏଭଳି ଢଙ୍ଗରେ ଲୁଟପାଟ କରୁଥିବା ବାଙ୍କା ଗ୍ୟାଙ୍ଗକୁ ଗିରଫ କରିଛି କମିଶନରେଟ ପୋଲିସ ।

ବାଙ୍କା ଗ୍ୟାଙ୍ଗକୁ ଗିରଫ କଲା କମିସନରେଟ ପୋଲିସ

ସେମାନଙ୍କଠୁ ୧୦ ହଜାର ଟଙ୍କା ସହ ଲୁଟ କରିଥିବା ସ୍କୁଟି ଓ ବ୍ୟାଙ୍କ ଡକ୍ୟୁମେଣ୍ଟ ଜବତ କରିଛି ବାଲିଅନ୍ତା ପୋଲିସ । ମାଷ୍ଟରମାଇଣ୍ଡ ସମୀର ଭୋଇ ଓରଫ ବାଙ୍କା ସମେତ, ସହଯୋଗୀ ରାକେଶଭୋଇ ଓରଫ ରାକା, ରାଜେନ୍ଦ୍ର ଭୋଇ ଓରଫ ଟିକିନା ଓ ସନ୍ତୋଷ ବେହେରା ଓରଫ ସନ୍ତୁଆ ସମସ୍ତଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଘର ବାଲିଅନ୍ତା ବେଣ୍ଟାପୁରର ବୋଲି ଜଣାପଡିଛି ।

ତେବେ ଗତ ୨୩ ତାରିଖରେ ବେଣ୍ଟାପୁର କେନାଲ ରୋଡରେ ଜଣେ ଉଜିବନ ସ୍ମଲ ଫାଇନାନ୍ସ କର୍ମଚାରୀଙ୍କଠୁ ୧୯୩୭୨ ଟଙ୍କା ସହ ସ୍କୁଟି ଓ ବାଇକ ନେଇ ଚମ୍ପଟ ମାରିଥିଲେ । ଏହି ବାଙ୍କା ଗ୍ୟାଙ୍ଗ ପୂର୍ବରୁ ମଧ୍ୟ ଅନେକ କେସରେ ସମ୍ପୃକ୍ତ ଅଛି । ଏହି ଗ୍ୟାଙ୍ଗକୁ ଗିରଫ ପରେ କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.