ETV Bharat / city

ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ: ଦୁଇ ଦିନ ବ୍ୟାଙ୍କ ବନ୍ଦ ଘୋଷଣା

author img

By

Published : Dec 15, 2021, 8:42 PM IST

ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ଗୁଡ଼ିକୁ ଘରୋଇ ମାଲିକାନା ହାତରେ ଟେକିଦେବା ପାଇଁ ସରକାର ଘୋଷଣା କରିଛନ୍ତି । ଏନେଇ 16 ଏବଂ 17 ତାରିଖ ଦୁଇ ଦିନ ଧରି ବ୍ୟାଙ୍କ ବନ୍ଦ ନେଇ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ

ବ୍ୟାଙ୍କ ଘରୋଇକରଣ ନିସ୍ପତ୍ତିକୁ ବିରୋଧ: ଦୁଇ ଦିନି ବ୍ୟାଙ୍କ ବନ୍ଦ ଘୋଷଣା

ଭୁବନେଶ୍ବର: ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ୟୁନାଇଟେଡ ଫୋରମ ବ୍ୟାଙ୍କ୍ ସଂଗଠନର ବିରୋଧ । ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ଗୁଡ଼ିକୁ ଘରୋଇ ମାଲିକାନା ହାତରେ ଟେକି ଦେବା ପାଇଁ ସରକାର ଘୋଷଣା କରିଛନ୍ତି । ଏନେଇ 16 ଏବଂ 17 ତାରିଖ ଦୁଇ ଦିନ ଧରି ବ୍ୟାଙ୍କ ବନ୍ଦ ନେଇ ଘୋଷଣା କରାଯାଇଛି ।

ସରକାରଙ୍କ ଏହି ଗଣବ୍ୟାଙ୍କ ବିରୋଧୀ ନୀତି ଓ କାର୍ଯ୍ୟକ୍ରମ ବିରୁଦ୍ଧରେ ବ୍ୟାଙ୍କ କର୍ମଚାରୀମାନେ ବାରମ୍ବାର ଆନ୍ଦୋଳନ ଓ ଧର୍ମଘଟ କରି ରାଷ୍ଟ୍ରାୟାତ୍ତ ବ୍ୟାଙ୍କ୍ ଗୁଡ଼ିକର ଘରୋଇକରଣ ଉଦ୍ୟମକୁ ଏଯାବତ୍ ପ୍ରତିହତ କରିପାରିଛନ୍ତି । ପ୍ରତିବାଦ, ଆନ୍ଦୋଳନ ଓ ଧର୍ମଘଟ ସତ୍ତ୍ୱେ କେନ୍ଦ୍ର ଅର୍ଥମନ୍ତ୍ରୀ ଅତ୍ୟନ୍ତ ଅପରିଣାମଦର୍ଶୀ ଭାବେ ଆଇ.ଡି.ବି.ଆଇ ବ୍ୟାଙ୍କ ଓ ଆଉ ଦୁଇଟି ରାଷ୍ଟ୍ରାୟାତ୍ତ ବ୍ୟାଙ୍କର ଘରୋଇକରଣ ଏବର୍ଷ କରିବେ ବୋଲି ବଜେଟ ଭାଷଣରେ ଘୋଷଣା କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିକୁ ପ୍ରତିବାଦ କରି ୧୬ ଏବଂ ୧୭ ତାରିଖରେ ବ୍ୟାଙ୍କ ଧର୍ମଘଟ କରାଯିବ ଓ କୌଣସି ବ୍ୟାଙ୍କର ତାଲା ଖୋଲିବାକୁ ଦିଆଯିବ ନାହିଁ ବୋଲି ସଂଘ ତରଫରୁ କୁହାଯାଇଛି ।ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.