ETV Bharat / city

ଗନ ପଏଣ୍ଟରେ ବ୍ୟାଙ୍କ ଡକାୟତି, ୨ ଲକ୍ଷ ୮୦ ହଜାର ନେଇ ଚମ୍ପଟ - 2 lakh loot in bbsr

ଭୁବନେଶ୍ବର ଇନଫୋସିଟି ଥାନା କଳାରାହାଙ୍ଗ ନନ୍ଦନବିହାର ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଲୁଟିନେଇଛନ୍ତି ଦୁର୍ବୃତ୍ତ। କ୍ୟାସିୟର ମୁଣ୍ଡରେ ଗନ ଲଗାଇ କ୍ୟାସ କାଉଣ୍ଟରରୁ ନେଇଛନ୍ତି ୨ଲକ୍ଷ ୮୦ ହଜାର ଟଙ୍କା।

bbsr
ଗନ ପଏଣ୍ଟରେ ବ୍ୟାଙ୍କ ଡକାୟତି
author img

By

Published : Sep 7, 2020, 7:51 PM IST

ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ଡକାୟତି ଗ୍ୟାଙ୍ଗ। ଗନ ପଏଣ୍ଟରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଦିନ ୩ଟା ସମୟରେ ଇନଫୋସିଟି ଥାନା କଳାରାହାଙ୍ଗ ନନ୍ଦନବିହାର ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଲୁଟିନେଇଛନ୍ତି ଦୁର୍ବୃତ୍ତ। କ୍ୟାସିୟର ମୁଣ୍ଡରେ ଗନ ଲଗାଇ କ୍ୟାସ କାଉଣ୍ଟରରୁ ନେଇଛନ୍ତି ୨ଲକ୍ଷ ୮୦ ହଜାର ଟଙ୍କା।

ଯାହାର ସୂଚନା ପାଇ ଘଟଣାସ୍ଥଳରେ ଛାନଭିନ କରିଛି କମିସନରେଟ ପୋଲିସ। ସାଇଣ୍ଟିଫିକ ଟିମ ସହ ସ୍ପେଶାଲ ସ୍କ୍ବାର୍ଡ ଘଟଣାର ତଦନ୍ତ କରିଛନ୍ତି। ଯାହାକି କମିସନରେଟ ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ ବୋଲି ଅତ୍ୟୁକ୍ତି ହେବ ନାହିଁ। ଏନେଇ ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦୁଇଜଣ ଦୁର୍ବୃତ୍ତ ବ୍ୟାଙ୍କରେ ପ୍ରବେଶ କରିଥିଲେ।

ବ୍ୟାଙ୍କରେ ମାତ୍ର 2 ଜଣ ଷ୍ଟାଫ ଥିଲେ, ଯାହାର ସୁଯୋଗ ନେଇ ମୁଣ୍ଡରେ ଗନପଏଣ୍ଟ ଲଗାଇ ଭୟଭୀତ କରିଥିଲେ । ଆଉ ପରେ କ୍ୟାସ କାଉଣ୍ଟରରେ ଥିବା ୨ଲକ୍ଷ୮୦ ହଜାର ନେଇ ଚମ୍ପଟ ମାରିଥିଲେ। ତେବେ ଗନଟି ଏୟାର ଗନ ବୋଲି ପୋଲିସ ସନ୍ଦେହ କରୁଛି ।

ଏନେଇ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଚଳାଇଛି । ତେବେ ଗୁରୁତ୍ବପୁର୍ଣ୍ଣ କଥା ହେଉଛି ଏମାନେ କେଉଁ ଗ୍ୟାଙ୍ଗ । କାରଣ ପୂର୍ବରୁ ମଧ୍ୟ ପଟିଆ ପାଖ ଅଞ୍ଚଳରେ ବାଙ୍ଗଲାଦେଶୀ ଗ୍ୟାଙ୍ଗ ସକ୍ରିୟ ଥିବା ପୂର୍ବରୁ ପୋଲିସକୁ ସୂଚନା ମିଳିଥିଲା। ଶ୍ରୀବିହାରରେ ଏକ ଆପାର୍ଟମେଣ୍ଟରୁ ଲୁଟପାଟ ମାମଲାରେ ମଧ୍ୟ ସେମାନେ ଷ୍ଟେସନ ଦେଇ ଫେରାର ହେଉଥିଲେ।

ତେବେ ସେମାନେ ଏହି ଗ୍ୟାଙ୍ଗର ନୁହଁନ୍ତି ତ, ଯାହା କମିସନରେଟ ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଛି। ଏନେଇ କମିସନରେଟ ପଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.