ETV Bharat / city

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଏନପିଏମ ଏମଡି: ଟଙ୍କା ତିଆରି କାଗଜ ପ୍ରସ୍ତୁତ କାରଖାନା ପାଇଁ ସହଯୋଗ କରିବ ଓଡ଼ିଶା - ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଏନପିଏମ ଏମଡି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବ୍ୟାଙ୍କ ନୋଟ ପେପର ମିଲ ଇଣ୍ଡିଆ ଲିମିଟେଡ଼ର ଏମଡି । ବାଲେଶ୍ଵରରେ ଟଙ୍କା ତିଆରି ପାଇଁ କାଗଜ ପ୍ରସ୍ତୁତ କାରଖାନା ବାବଦରେ କଲେ ଆଲୋଚନା । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଏନପିଏମ ଏମଡି;ଟଙ୍କା ତିଆରି କାଗଜ ପ୍ରସ୍ତୁତ କାରଖାନା ପାଇଁ ସହଯୋଗ କରିବ ଓଡ଼ିଶା

author img

By

Published : Jul 13, 2022, 4:47 PM IST

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବ୍ୟାଙ୍କ ନୋଟ ପେପର ମିଲ ଇଣ୍ଡିଆ ଲିମିଟେଡ଼ର ଏମଡି ଥିଲିକେରପା ଏସ (Mr Thalikerappa.S ,Managing Director of Bank Note Paper Mill India Private Limited) । ବାଲେଶ୍ଵରରେ ଟଙ୍କା ତିଆରି ପାଇଁ କାଗଜ ପ୍ରସ୍ତୁତ କାରଖାନା ବାବଦରେ ଆଲୋଚନା ହୋଇଛି । ରାଜ୍ୟ ସରକାର କାରଖାନା ନିର୍ମାଣରେ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଏନପିଏମ ଏମଡି;ଟଙ୍କା ତିଆରି କାଗଜ ପ୍ରସ୍ତୁତ କାରଖାନା ପାଇଁ ସହଯୋଗ କରିବ ଓଡ଼ିଶା

ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଓ ବିଏନପିଏମ ଏମଡିଙ୍କ ମଧ୍ୟରେ ଆଲୋଚନା ହୋଇଛି । ଉଭୟଙ୍କ ମଧ୍ୟରେ ପ୍ରାୟ ଅଧଘଣ୍ଟା ଧରି ଆଲୋଚନା ହୋଇଛି । ବିଏନପିଏମ ଏମଡି କାରଖାନା ନିର୍ମାଣ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ସବିଶେଷ ଅବଗତ କରାଇଛନ୍ତି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଓ ବିଏନପିଏମ ମିଳିତ ଭାବେ 2500 କୋଟି ଟଙ୍କା ବିନିଯୋଗରେ କାରଖାନା ନିର୍ମାଣ ହେବ । ଆଜିର ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ ।

ବାଲେଶ୍ବରରେ ଆରବିଆଇ (RBI)ର ତିନି ଜଣିଆ ଟିମ ପରିଦର୍ଶନ କରିଛନ୍ତି । ଟଙ୍କା ଛାପା ଯାଉଥିବା କାଗଜ ପ୍ରସ୍ତୁତ କାରଖାନା ପ୍ରତିଷ୍ଠା ନେଇ କ୍ଷେତ୍ର ପ୍ରଦର୍ଶନ କରିଛି ଏହି ଟିମ । ରେମୁଣା ବ୍ଲକର ପଦାବଡ଼ଗାଁରେ ଥିବା ସରକାରୀ ଜମିକୁ ଚିହ୍ନଟ କରିବା ସହିତ ଯୋଗାଯୋଗର ସୁବିଧାକୁ ଯାଞ୍ଚ କରାଯାଇଛି । ଜିଲ୍ଲା ବିନିଯୋଗ ପ୍ରୋତ୍ସାହନ ପ୍ରାଧିକରଣ (DIPA) ତରଫରୁ ଆରମ୍ଭ କରାଯାଇଥିବା ଏହି ପ୍ରୋଜେକ୍ଟ ନେଇ ଜମି ଚିହ୍ନଟ କରାଯାଇଛି । ଏହି ପ୍ରକଳ୍ପ ପାଇଁ ଦୁଇଟି ସ୍ଥାନର ପ୍ରାୟ ଶହେ ଏକର ଜମି ଆବଶ୍ୟକ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.