ଭୁବନେଶ୍ବର: ରାଜଧାନୀରେ ହାଇ ପ୍ରୋଫାଇଲ ବାଂଲାଦେଶୀ ସେକ୍ସ ରାକେଟର ପର୍ଦାଫାସ ଘଟଣା । ଏହି ରାକେଟର କିଙ୍ଗପିନ୍ ଦିଦିକୁ ଆଜି (ବୁଧବାର) ଭୁବନେଶ୍ବରସ୍ଥିତ ଜିଲ୍ଲା ଦୌରାଜଜ କୋର୍ଟ (ଏସଡିଜେଏମ)ରେ ହାଜର କରାଯାଇଛି । ଏହାସହ ବୟଫ୍ରେଣ୍ଡ ଇବ୍ରାଇମକୁ ମଧ୍ୟ କୋର୍ଟରେ ହାଜର କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ।
ବାଂଲାଦେଶୀ ମହିଳା ଅଞ୍ଜଲି ଦିଦି ନିଜ ବୟଫ୍ରେଣ୍ଡ ଇବ୍ରାହିମ ସହ ମିଶି ସିଲାଇ ଶିଖାଇବା ନାଁରେ ଏହି ସେକ୍ସ ରାକେଟ ଚଳାଉଥିଲା । ଏନେଇ ଖବର ପାଇବା ପରେ ଏସଟିଏଫ ପକ୍ଷରୁ ଚଢାଉ କରାଯାଇ ଗିରଫ କରାଯାଇଥିଲା ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ