ଭୁବନେଶ୍ବର: ରାଜଧାନୀରେ ହାଇ ପ୍ରୋଫାଇଲ ସେକ୍ସ ରାକେଟ କାରବାର କରୁଥିବା ଆଉ ଜଣେ ଦଲାଲ ଏସଟିଏଫ ହାତରେ ଧରାପଡ଼ିଛି । ଗିରଫ ଦଲାଲ ପ୍ରଶାନ୍ତ ନିକଟରୁ ୨ ରୂପଜୀବୀଙ୍କୁ ଉଦ୍ଧାର କଲା ଏସଟିଫ । ତେବେ ଦଲାଲ ଦମ୍ପତି ପଞ୍ଚାନନ ଓ ପ୍ରୀତି ପାଢ଼ୀଙ୍କ ସହଯୋଗୀ ଥିଲା ପ୍ରଶାନ୍ତ ।
ଏହି ମାମଲାରେ ଗିରଫ ସଂଖ୍ୟା ୬କୁ ବୃଦ୍ଧି ହୋଇଥିବାବେଳେ ଘଟଣାରେ ୧୧ ଜଣ ଦେହଜୀବୀ ଉଦ୍ଧାର ହୋଇଛନ୍ତି । ପ୍ରଶାନ୍ତ ନିକଟରୁ ଏକ ବୁଲେଟ ଗାଡି(od 33 z 7748) ଜବତ ହୋଇଛି । ପ୍ରଶାନ୍ତ ବରମୁଣ୍ଡା ଅଞ୍ଚଳରେ ବୁଲାବୁଲି କରୁଥିବାର ଖବର ପାଇ ଏସଟିଏଫ ଟିମ ପହଞ୍ଚି ପ୍ରଶାନ୍ତକୁ ଗିରଫ କରି ଭୁବନେଶ୍ବରର ଏସଡିଜେଏମ୍ କୋର୍ଟକୁ ପଠାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ