ETV Bharat / city

ବଲାଙ୍ଗୀର ସାଂସଦଙ୍କୁ ସଂସଦରେ ଆକ୍ରମଣ ଅଭିଯୋଗ - ଲୋକସଭାରେ ଅଭାବନୀୟ ଘଟଣା

sangita singdeo
sangita singdeo
author img

By

Published : Mar 3, 2020, 7:31 PM IST

Updated : Mar 3, 2020, 8:16 PM IST

19:29 March 03

ସଂସଦରେ ଅଭାବନୀୟ ଘଟଣା । ବଲାଙ୍ଗୀର ସାଂସଦଙ୍କୁ ବିରୋଧୀ ଦଳର ଦୁଇ ମହିଳା ସାଂସଦ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ବଲାଙ୍ଗୀର ସାଂସଦଙ୍କୁ ସଂସଦରେ ଆକ୍ରମଣ ଅଭିଯୋଗ

ନୂଆଦିଲ୍ଲୀ: ଲୋକସଭାରେ ଅଭାବନୀୟ ଘଟଣା । ବିଜେପିର ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓଙ୍କୁ ସଂସଦରେ ଦୁଇ ବିରୋଧୀ ମହିଳା ସାଂସଦ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।  

ମଙ୍ଗଳବାର ନିଜେ ସଂଗୀତା ସିଂଦେଓ ଏନେଇ ଅଭିଯୋଗ କରିଛନ୍ତି । ସଂଗୀତା କହିଛନ୍ତି ବିରୋଧୀ ଦଳର ଦୁଇ ସାଂସଦ ରାମ୍ୟା ହରିଦାସ ଓ ଜ୍ୟୋତିମଣି ଆକ୍ରମଣ କରିଛନ୍ତି । ସେ ଆହୁରି କହିଛନ୍ତି ବିରୋଧୀ ଦଳର ସାଂସଦ ମାନେ ଲୋକସଭାରେ ବାଚସ୍ପତିଙ୍କୁ କାମ କରାଇ ଦେଉନଥିଲେ । ବ୍ୟାନର ଆଣି କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରୁଥିଲେ । ନିଜ ନିଜ ଆସନ ଛାଡି ସଂସଦରେ ପାଟିତୁଣ୍ଡ କରୁଥିଲେ । ମୋ ହାତକୁ ଧରି ଭିଡିବା ସହ କହୁଣୀରେ ଆଘାତ ଦେଇଥିବା କହିଛନ୍ତି ସଂଗୀତା । ମନ୍ତ୍ରୀ ସ୍ମୃତି ଇରାନୀ ପାଖରେ ନଥିଲେ ମୁଁ ତଳେ ପଡିଯାଇଥାନ୍ତି ବୋଲି ସଂଗୀତା ସଂଗୀନ ଅଭିଯୋଗ କରିଛନ୍ତି ।

ଫଳରେ ସେ ସଂସଦ ପରିସରରେ ଥିବା ହସ୍ପିଟାଲ ଯାଇ ଚିକିତ୍ସିତ ହୋଇ ଡାକ୍ତରୀ ରିପୋର୍ଟ ସହ ବାଚସ୍ପତି ଓମ ବିର୍ଲାଙ୍କ ନିକଟରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ସଂଗୀତା କହିଛନ୍ତି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 3, 2020, 8:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.