ETV Bharat / city

ଜଗା ଟଙ୍କା ୟେସବ୍ୟାଙ୍କରେ ରଖିବା ପ୍ରସଙ୍ଗ; ସଂସଦରେ ସଂଗୀତା ଉଠାଇଲେ ପ୍ରସଙ୍ଗ

ଜଗା ଟଙ୍କା ୟେସବ୍ୟାଙ୍କରେ ରଖିବା ପ୍ରସଙ୍ଗ । କିଭଳି ଟଙ୍କା ଉଠିବ ସେନେଇ ଆରବିଆଇକୁ ନିର୍ଦ୍ଦେଶ ଦେବାକୁ ସସଂଦରେ ଅର୍ଥମନ୍ତ୍ରୀଙ୍କ ନିକଟରେ ଦାବି କଲେ ସାଂସଦ ସଂଗୀତା ସିଂଦେଓ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Mar 17, 2020, 9:33 PM IST

Balangir mp
Balangir mp

ନୂଆଦିଲ୍ଲୀ: ଲୋକସଭାରେ ଉଠିଲା ୟେସ ବ୍ୟାଙ୍କରେ ମହାପ୍ରଭୁଙ୍କ 545 କୋଟି ଜମା ରଖିବା ପ୍ରସଙ୍ଗ । ବିଜେପି ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ ଏହି ପ୍ରସଙ୍ଗ ଉଠାଇଛନ୍ତି । ସଂଗୀତା କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରତିବନ୍ଧକ କ୍ରମେ ୟେସ ବ୍ୟାଙ୍କରେ ଥିବା ମହାପ୍ରଭୁଙ୍କ 545 କୋଟି ଟଙ୍କା ଏବେ ଉଠାଯାଇ ପାରୁନାହିଁ । ଏହି ଟଙ୍କା ଏକ ବର୍ଷ ପାଇଁ ରଖାଯାଇଥିଲା । ଏପ୍ରିଲ 1 ଯାଏଁ 50 ହଜାର ଟଙ୍କା ଉଠାଇବାକୁ ଆରବିଆଇ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଏହି ଅସୁବିଧା ସୃଷ୍ଟି ହୋଇଛି ।

ସଂସଦରେ ସଂଗୀତା ଉଠାଇଲେ ପ୍ରସଙ୍ଗ

ବର୍ତ୍ତମାନ ୟେସ ବ୍ୟାଙ୍କରେ ଦେଖାଦେଇଥିବା ସଂକଟକୁ ନେଇ ମହାପ୍ରଭୁଙ୍କ ଟଙ୍କା କେମିତି ଫେରିବ ସେନେଇ କୋଟି କୋଟି ଓଡିଆଙ୍କ ସହ ସାରା ଭକ୍ତ ମହଲରେ ଦେଖାଦେଇଛି ଆଶା ଆଶଙ୍କା । ତୁରନ୍ତ ଭକ୍ତଙ୍କ ଭାବାବେଗକୁ ଦେଖି ରିଜର୍ଭ ବ୍ୟାଙ୍କକୁ ଅର୍ଥମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ କିଭଳି ଟଙ୍କା ଉଠାଇ ହେବ ବୋଲି ସଂଗୀତା ଦାବି କରିଥିଲେ ।

ସୌଜନ୍ୟ ଲୋକସଭା ଟିଭି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.