ETV Bharat / city

ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ - Pradeep Panigrah's bail application rejected

ଶାସକ ଦଳ ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ ହୋଇଛି। ବିଧାୟକଙ୍କ ଜାମିନ ଆବେଦନକୁ ନେଇ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ ରାୟ ସଂରକ୍ଷିତ ରଖିଥିଲେ । ଅଧିକ ପଢ଼ନ୍ତୁ...

bail hearing of MLA Pradeep Panigrahi was over, the court reserved its verdict
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଶୁଣାଣି ଶେଷ, ରାୟ ସଂରକ୍ଷିତ ରଖିଲେ କୋର୍ଟ
author img

By

Published : Dec 7, 2020, 3:55 PM IST

Updated : Dec 7, 2020, 7:50 PM IST

ଭୁବନେଶ୍ବର: ଖାରଜ ହେଲା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ। ଜାମିନ ପରେ ପ୍ରଦୀପ ପାଣିଗ୍ରାହୀ ମାମଲାର ସାକ୍ଷୀଙ୍କୁ ପ୍ରଭାବିତ କରିପାରନ୍ତି ବୋଲି ଆଶଙ୍କା କରିଛନ୍ତି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ। ଏହାଦ୍ବାରା ତଦନ୍ତ ପ୍ରକ୍ରିୟା ମଧ୍ୟ ପ୍ରଭାବିତ ହୋଇ ପାରେ। ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜଣେ ପ୍ରଭାବଶାଳୀ ବ୍ୟକ୍ତି ରହି ଆସିଛନ୍ତି। ଏହାସହ ତାଙ୍କ ବିରୋଧରେ ସଙ୍ଗିନ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ। ବର୍ତ୍ତମାନ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ନେଇ ପ୍ରାଥମିକ ତଦନ୍ତ ଜାରି ରହିଛି। ଏଭଳି ସମୟରେ ବିଧାୟକଙ୍କୁ ଜାମିନ ଦିଆଯାଇ ପାରିବ ନାହିଁ ବୋଲି କହିଛନ୍ତି କୋର୍ଟ।

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଶୁଣାଣି ଶେଷ, ରାୟ ସଂରକ୍ଷିତ ରଖିଲେ କୋର୍ଟ

ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟରେ ଶାସକ ଦଳ ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଶୁଣାଣି ଶେଷ ହେବାପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ଶୁଣାଣି ବେଳେ ଦୁର୍ନୀତିଗ୍ରସ୍ତ ବିଧାୟକଙ୍କୁ ଜାମିନ ନଦେବାକୁ ଯୁକ୍ତି ବାଢ଼ିଥିଲେ ସରକାରୀ ଓକିଲ। ଏହାର ବିରୋଧରେ ସରକାର ଆକ୍ରୋଶମୂଳକ ଭାବରେ ବିଧାୟକଙ୍କୁ ହଇରାଣ କରୁଥିବା କହିଥିଲେ ପ୍ରଦୀପ ପାଣିଗ୍ରାହୀଙ୍କ ଓକିଲ ପିତାମ୍ବର ଆଚାର୍ଯ୍ୟ।

ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟରେ ବିଧାୟକ ପାଣିଗ୍ରାହୀଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ଯେ

  • ରାଜ୍ୟ ସରକାରଙ୍କ ପକ୍ଷରୁ ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ଟାର୍ଗେଟ କରି ଗିରଫ କରାଯାଇଛି।
  • ଏହାପୂର୍ବରୁ ବିଧାୟକଙ୍କ ନାମରେ କୌଣସି ଅପରାଧିକ ମାମଲାରେ ସଂପୃକ୍ତି ନଥିଲେ ବା ତାଙ୍କ ନାମରେ ମକଦ୍ଦମା ନାହିଁ ।
  • ସେ ଜଣେ ଭଲ ବିଧାୟକ ହୋଇଥିବାରୁ ତିନି ତିନି ଥର ଲୋକଙ୍କ ଦ୍ବାରା ନିର୍ବାଚିତ ହୋଇଥିଲେ ।
  • ପ୍ରଦୀପ ପାଣିଗ୍ରାହୀଙ୍କ ସପକ୍ଷରେ ଯୁକ୍ତି ବାଢ଼ିବା ସହ ତାଙ୍କୁ ଫସେଇ ଦିଆଯାଇଛି ଏବଂ ତାଙ୍କୁ ଜାମିନ ଦିଆଯାଉ ବୋଲି ବିଧାୟକଙ୍କ ଓକିଲ ଯୁକ୍ତିରେ ଦର୍ଶାଇଥିଲେ ।

ଅନ୍ୟପଟେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜାମିନ ନଦେବାକୁ ଯୁକ୍ତି ବାଢ଼ି ସରକାରୀ ଓକିଲ କହିଥିଲେ ଯେ,

  • କୋଟି କୋଟି ଟଙ୍କା କଳା ଧନ ରଖିଥିବା ଅଭୟକାନ୍ତ ପାଠକଙ୍କ ସହ ବିଧାୟକଙ୍କ ସମ୍ପର୍କ ରହିଥିଲା।
  • ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କୁ ଟାଟା କମ୍ପାନୀର ଏମଡିର ବିଶ୍ବାସ ଦର୍ଶାଇ ଲୋକଙ୍କଠାରୁ ଟଙ୍କା ହଡ଼ପ କରିଥିଲେ ପ୍ରଦୀପ।
  • ଟାଟାରେ ଚାକିରୀ କରାଇ ଦେବା ନାମରେ ନିଜ ଲୋକଙ୍କୁ ଠକିବାକୁ ପଛାଇ ନଥିଲେ ବିଧାୟକ।
  • ଲକ୍ଷ ଲକ୍ଷ ଟଙ୍କା ବିଭିନ୍ନ ଉପାୟରେ ଠକେଇ କରିଥିଲେ। ଲୋକଙ୍କ ଠକେଇ ଟଙ୍କାରେ ଟୁର କରିଥିଲେ ଓ ଚାର୍ଟାଡ଼ ଫ୍ଲାଇଟରେ ବୁଲି ବିଳାସ କରିଥିଲେ।
  • ମହାମାରୀ ସମୟରେ ଲୋକଙ୍କ ଟଙ୍କାରେ ବିଳାସମୟ ଜୀବନ ବିତାଉଥିଲେ ବିଧାୟକ।

ଦୁଇ ଓକିଲଙ୍କ ଯୁକ୍ତି ପରେ ବର୍ତ୍ତମାନ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟରେ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଆଇଏଫଏସ ଅଭୟ ପାଠକଙ୍କ ସହ ଲିଙ୍କ୍‌ ବିଧାୟକଙ୍କ ପାଇଁ ଅଡୁଆ ସୃଷ୍ଟି କରିଥିଲା। ଏହାପରେ ବିଧାୟକଙ୍କୁ ଦୀର୍ଘ ଦିନ ଧରି ଜିଲ୍ଲାର ଉଭୟ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମଠାରୁ ଦୂରେଇ ରଖା ଯାଉଥିଲା ସେବେଠୁ ଟାର୍ଗେଟରେ ରହି ଆସିଥିଲେ ପ୍ରଦୀପ। ଏହାପରେ ତାଙ୍କୁ ଜନ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରାଯିବା ସହ ପରବର୍ତ୍ତୀ ସମୟରେ ତାଙ୍କୁ ଗିରଫ କରାଯାଇଥିଲା।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Dec 7, 2020, 7:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.