ETV Bharat / city

ବି.ଆର ଆମ୍ବେଦକରଙ୍କ 130 ତମ ଜୟନ୍ତୀ, ସାମିଲ ହେଲେ ସମସ୍ତ ରାଜନୈତିକ ଦଳ

author img

By

Published : Apr 14, 2021, 12:42 PM IST

ସମ୍ବିଧାନ ପ୍ରଣେତା ବାବା ସାହେବ ବି. ଆର. ଆମ୍ବେଦକରଙ୍କ 130 ତମ ଜୟନ୍ତୀ ଭୁବନେଶ୍ବର ଏଜି ଛକ ସ୍ଥିତ ପ୍ରତିମୂର୍ତ୍ତି ଠାରେ ମାଲ୍ୟାର୍ପଣ କରାଯାଇଛି। ସବୁ ରାଜନୈତିକ ଦଳ ଓ ଦଳିତ ସଂଘ ପକ୍ଷରୁ ମାଲ୍ୟାର୍ପଣ କରିଛନ୍ତି । ଅଧିକ ପଢନ୍ତୁ...

b r ambedkars 130th birth anniversarry
ବି. ଆର ଆମ୍ବେଦକରଙ୍କ 130 ତମ ଜୟନ୍ତୀ,ସାମିଲ ହେଲେ ସମସ୍ତ ରାଜନୈତିକ ଦଳ

ଭୁବନେଶ୍ବର: ଆଜି ବି. ଆର. ଆମ୍ବେଦକର ଜୟନ୍ତୀ । 130 ତମ ଜୟନ୍ତୀ ଅବସରରେ ଭୁବନେଶ୍ବର ଏଜି ଛକ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଠାରେ ମାଲ୍ୟାର୍ପଣ କରାଯାଇଛି। ସବୁ ରାଜନୈତିକ ଦଳ ଓ ଦଳିତ ସଂଘ ପକ୍ଷରୁ ମାଲ୍ୟାର୍ପଣ କରିଛନ୍ତି ।

ଆଜି ତାଙ୍କ ଜୟନ୍ତୀରେ ଦିନ ସମସ୍ତେ ବାବା ସାହେବକୁ ମନେ ପକାଇଛୁ। ସମ୍ବିଧାନ ଗଢିବାରେ ତାଙ୍କ ଅବଦାନ ଅତୁଳନୀୟ ରହିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ,ବିଜେପି ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ ଅନ୍ୟ ବିଜେପି ବାରିଷ୍ଠ ନେତୃବୃନ୍ଦ ଆମ୍ବେଦକର ପ୍ରତିମୂର୍ତ୍ତି ଠାରେ ମାଲ୍ୟାର୍ପଣ କରିଛନ୍ତି । ରାଜ୍ୟ ସମବାୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ , କଂଗ୍ରେସ ନେତୃବୃନ୍ଦ ସୁରେଶ ରାଉତରାୟ, ଜୟଦେବ ଜେନା , ବହୁଜନ ସମାଜବାଦି ପାର୍ଟି ଓ ଅନ୍ୟାନ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

କିଛି ପ୍ରଜ୍ଞାପୁରୁଷ ନିଜର ଅସାଧାରଣ ବ୍ୟକ୍ତିତ୍ବ ଓ ଉତ୍ସର୍ଗୀକୃତ କର୍ମ ଦ୍ବାରା ଇତିହାସ ପୃଷ୍ଠାରେ ଏକ ସ୍ବତନ୍ତ୍ର ଛାପ ଛାଡି ଯାଇଛନ୍ତି ସେମାନଙ୍କ ଭିତରୁ ଭାରତୀୟ ସମ୍ବିଧାନର ରଚୟିତା ଓ ଆଇନ ପ୍ରଣେତା ଡ. ଆମ୍ବେଦକର ହେଲେ ଅନ୍ୟତମ । ଜଣେ ପ୍ରତିଷ୍ଠ ଆଇନଜ୍ଞ,ବିଶିଷ୍ଟ ଶିକ୍ଷାବିତ,ସଂସ୍କାରକ ତଥା ରାଷ୍ଟ୍ରନେତା ଭାବରେ ସେ ଚିରଯଶସ୍ବୀ । ଏହି ପ୍ରଣମ୍ୟ ପୁରୁଷଙ୍କର ଜନ୍ମ 1891 ମସିହା ଏପ୍ରିଲ 14 ତାରିଖରେ ମହାରାଷ୍ଟ୍ରର ଏକି ମାହାର ପରିବାରରେ ହୋଇଥିଲା । ଆଜି ଏହି ବରେଣ୍ୟ ବ୍ୟକ୍ତିଙ୍କର ଜନ୍ମଜୟନ୍ତୀ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.