ଭୁବନେଶ୍ବର: ଭାରତର ସ୍ୱାଧୀନତାର 75ବର୍ଷ ପୂର୍ତ୍ତି ପାଳନ ଅବସରରେ ସମଗ୍ର ଦେଶ ପାଳୁଛି ଆଜାଦି କି ଅମୃତ ମହୋତ୍ସବ (Azadi Ka Amrit Mahotsav )। ତେବେ ଏହି ଅବସରରେ ଦେଶବ୍ୟାପୀ ଏକ ସାଂସ୍କୃତିକ ପ୍ରତିଯୋଗିତା (Cultural competition)ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । ଦେଶବ୍ୟାପି ଗୀତ ଲିଖନ, ରଙ୍ଗୋଲି ଆଦି ପ୍ରସ୍ତୁତ କରିବା ଭଳି ପ୍ରତିଯୋଗିତା ଆୟୋଜନ କରାଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି।

ଆଗ୍ରହୀ ଅଂଶ ଗ୍ରହଣକାରୀମାନେ https://amritmahotsav.nic.in/competitions.htm ଲଗଇନ୍ କରି ପଞ୍ଜୀକରଣ କରିପାରିବେ । ପ୍ରତିଯୋଗୀଙ୍କ ଏଣ୍ଟ୍ରି ଗ୍ରହଣ କରିବା ପାଇଁ 30 ଡିସେମ୍ବରକୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି । ଏହି ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ କରିବା ପାଇଁ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଅନୁରୋଧ କରାଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ