ETV Bharat / city

ଓଡ଼ିଶାରେ ଲାଗୁ କରାଯାଉ ଆୟୁଷ୍ମାନ ଭାରତ, କେନ୍ଦ୍ରମନ୍ତ୍ରୀ କଲେ ଅନୁରୋଧ - ଓଡ଼ିଶାରେ ଲାଗୁ କରାଯାଉ ଆୟୁଷ୍ମାନ ଭାରତ

ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରିବାକୁ ଅନୁରୋଧ କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ଏମ୍ସରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜେପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରି ଏପରି କହିଥିଲେ ।

vajapayee statue unveil in aiims
ଓଡ଼ିଶାରେ ଲାଗୁ କରାଯାଉ ଆୟୁଷ୍ମାନ ଭାରତ
author img

By

Published : Dec 25, 2019, 11:16 PM IST

ଭୁବନେଶ୍ବର: ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରାଯାଉ । ଗରିବ, ସାଧାରଣ ଲୋକଙ୍କ ପାଇଁ ଏହି ଯୋଜନାକୁ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ଆଜି ଭୁବନେଶ୍ବର ସ୍ଥିତି ଏମ୍ସରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଲ ବିହାରୀ ବାଜେପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରି ଏପରି କହିଥିଲେ ।

ଓଡ଼ିଶାରେ ଲାଗୁ କରାଯାଉ ଆୟୁଷ୍ମାନ ଭାରତ

ଏଥିସହ 6ଟି ଆକାଂକ୍ଷିତ ଜିଲ୍ଲାରେ ହସ୍ପିଟାଲ ଗୁଡିକୁ ମେଡିକାଲ କଲେଜ କରାଯିବ । ସାଧାରଣ ଲୋକଙ୍କୁ ଚିକିତ୍ସା ପାଇଁ ଯେଉଁ ଡାକ୍ତରଖାନାର ସ୍ବପ୍ନ ଦେଖିଥିଲେ, ଭିତ୍ତି ପ୍ରସ୍ତର ସ୍ଥାପନା ପକାଇଥିଲେ, ସେହି ବିଶ୍ବ ସ୍ତରୀୟ ଡାକ୍ତରଖାନାରେ ସ୍ଥାପିତ ହୋଇଛି ସେହି ମହାନାୟକଙ୍କ ପ୍ରତିମୂର୍ତ୍ତି । ବାଜପେୟୀଙ୍କ 95ତମ ଜନ୍ମ ତିଥିରେ ଆଜି ଅଟଳ ଜୀଙ୍କ ସ୍ବପ୍ନ ପୁରଣ ହୋଇଛି ବୋଲି ହର୍ଷବର୍ଦ୍ଧନ କହିଛନ୍ତି । ଏଥିସହ ରାଜ୍ୟ ଭିତରେ ଏମ୍ସର ସ୍ୟାଟେଲାଇଟ କ୍ୟାମ୍ପସ ନିର୍ମାଣ କରାଯିବ । ଅନ୍ୟପଟେ, ଏମ୍ସରେ 40ଟି ବିଭାଗ ଖୋଲାଯାଇ ଗୁଣାତ୍ମକ ଚିକିତ୍ସା ଯୋଗାଇବାକୁ ଭାରତ ସରକାର ପ୍ରତିବଦ୍ଧ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବାଜପେୟୀଙ୍କ ପ୍ରତିମୂର୍ତ୍ତି ଅନାବରଣ ସହ ନୂତନ ଭାବେ ନିର୍ମିତ 10ଟି ମୋଡୁଲାର ଓଟି, ଆଇସିୟୁ କମ୍ପ୍ଲେକ୍ସ, କ୍ୟାଥ ଲ୍ୟାବ ଓ ଫ୍ଲୋରେସ୍କୋପି ସେବା ମଧ୍ୟ ଲୋକାର୍ପିତ ହୋଇଛି । ବର୍ତ୍ତମାନ ଭୁବନେଶ୍ବର ଏମ୍ସରେ 15ଟି ଓଟି କାର୍ଯ୍ୟକ୍ଷମ ଥିବାବେଳେ ଏବେ ଏହା 25ରେ ପହଞ୍ଚିଛି । ସେହିପରି 797ଟି ସାଧାରଣ ଶଯ୍ୟା ରହିଛି । 63ଟି ଆଇସିୟୁ ବେଡ, 41ଟି ବିଭାଗ ରୋଗୀ ସେବାରେ ନିୟୋଜିତ । 11ଶହ ଡାକ୍ତର ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ 117 ଏକର ଜମିରେ ନିର୍ମାଣ ହେବାକୁ ଥିବା ଏମ୍ସ ପ୍ରତିଷ୍ଠାନ ଏବେ 92 ଏକର ଜମିରେ ନିଜର ବିଲ୍ଡିଂ ନିର୍ମାଣ କରିବାରେ ସକ୍ଷମ ହୋଇଛି । ଦୈନିକ ଏଠାକୁ 3ହଜାରରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଏମ୍ସ ରେ ପୁର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଅନାବରଣ।

Body:ଓଡ଼ିଶା ଆୟୁଷମାନ ଯୋଜନା ଲାଗୁ କରୁ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରୁଛି ରାଜ୍ୟରେ କେନ୍ଦ୍ର ସରକାରଙ୍କ ଆୟୁଷମାନ ଯୋଜନା ଲାଗୁ କରନ୍ତୁ।ଗରିବ ଜନସାଧାରଣ ଏହି ଯୋଜନାର ଲାଭ ପାଆନ୍ତୁ ,ଭୁବନେଶ୍ୱର ଏମ୍ସରେ ପୁର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଲବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ଅବସରରେ ଏହା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ ହର୍ଷବର୍ଦ୍ଧନ।ଓଡ଼ିଶାରେ ୬ ଟି ଆକାଂକ୍ଷିତ ଜିଲ୍ଲାରେ ହସ୍ପିଟାଲ ଗୁଡିକୁ ମେଡିକାଲ କଲେଜ କରାଯିବ। ସାଧାରଣ ଲୋକଙ୍କ ଚିକିତ୍ସା ପାଇଁ ଯେଉଁ ଡାକ୍ତରଖାନାର ସ୍ୱପ୍ନ ଦେଖିଥିଲେ ,ଭିତି ପ୍ରସ୍ତର ସ୍ଥାପନ ପକାଇଥିଲେ ,ସେହି ବିଶ୍ୱ ସ୍ତରୀୟ ଡାକ୍ତରଖାନାରେ ସ୍ଥାପିତ ହେଲା ହେଲା ସେହି ମହାନାୟକଙ୍କ ପ୍ରତିମୂର୍ତ୍ତି । ବାଜପେୟୀଙ୍କ ୯୫ ତମ ଜନ୍ମ ତିଥିରେ ଆଜି ଅଟଳ ଜୀଙ୍କ ସ୍ବପ୍ନ ପୁରାଣ ହୋଇଛି ବୋଲି ହର୍ଷବର୍ଧନ କହିଛନ୍ତି।ଏଥିସହ ରାଜ୍ୟ ଭିତରେ ଏମ୍ସର ସାଟେଲାଇଟ କ୍ୟାମ୍ପସ ନିର୍ମାଣ କରାଯିବ ।

ବାଜପେୟୀଙ୍କ ୯୫ ତମ ଜନ୍ମ ଦିବସରେ ତାଙ୍କର ପ୍ରତିମୂର୍ତ୍ତି ଅନାବରଣ ହେଉଛି ବାଜପେୟୀଙ୍କ ପାଇଁ ଶ୍ରେଷ୍ଠ ଉପହାର।ଏମ୍ସ ଆମ ରାଜ୍ୟର ଜନସାଧାରଣ ଙ୍କ ଚିକିତ୍ସା ସହ ପଡୋଶୀ ରାଜ୍ୟର ଲୋକମାଙ୍କର ସହାୟତା କରିପାରିବ ।ଏମ୍ସ ରେ ୪୦ ଟି ବିଭାଗ ଖୋଲି ଗୁଣାତ୍ମକ ଚିକିତ୍ସା ଯୋଗାଇ ଦେବାକୁ ଭାରତ ସରକାର ପ୍ରତିବଧ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ବାଜପେୟୀଙ୍କ ପ୍ରତିମୂର୍ତ୍ତି ଅନାବରଣ ସହ ନୂତନ ଭାବେ ନିର୍ମିତ ୧୦ ଟି ମୋଡୁଲାର ଓଟି, ଆଇ ସିୟୁ କମ୍ପ୍ଲେକ୍ସ, କ୍ୟାଥ ଲ୍ୟାବ, ଓ ଫ୍ଲୋରେସ୍କୋପି ସେବା ମଧ୍ୟ ଲୋକାର୍ପିତ ହୋଇଛି।ବର୍ତ୍ତମାନ ଭୁବନେଶ୍ୱର ଏମ୍ସରେ ୧୫ ଟି ଓଟି କାର୍ଯ୍ୟକ୍ଷମ ରହିଛି।ଏହାକୁ ମିଶାଇ ଓଟି ସଂଖ୍ୟା ୨୫ ରେ ପହଂଚିଛି।ଏହା ସହିତ ୭୯୭ ଟି ସାଧାରଣ ଶଯ୍ୟା ରହିଛି।୬୩ଟି ଆଇସିୟୁ ବେଡ଼,୪୧ ଟି ବିଭାଗ ରୋଗୀ ସେବାରେ ନିୟୋଜିତ ରହିଛି।ଏଠାରେ ୧୧ ସହ ଡାକ୍ତରି ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।୧୧୭ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏମ୍ସ ପ୍ରତିଷ୍ଠାନ ଏବେ ୯୧ ଏଜର ଜମିରେ ନିଜର ବିଲ୍ଡିଂଗ ନିର୍ମାଣ କରିବାରେ ସକ୍ଷମ ହୋଇଛି।ଦୈନିକ ଏଠାକୁ ୩୦୦୦ ରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.