ETV Bharat / city

ଅଯୋଧ୍ୟା ରାୟ; 'ସୋସିଆଲ ମିଡିଆ ଉପରେ ରହିଛି କଡା ନଜର' - ବହୁ ଚର୍ଚ୍ଚିତ ଅଯୋଧ୍ୟା ବିବାଦ ମାମଲା

ବହୁ ଚର୍ଚ୍ଚିତ ଅଯୋଧ୍ୟା ବିବାଦ ମାମଲାର ରାୟ ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଉପରେ ଶୁକ୍ରବାର ଠାରୁ ପୋଲିସ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ.

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Nov 9, 2019, 3:58 PM IST

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅଯୋଧ୍ୟା ବିବାଦ ମାମଲାର ରାୟ ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବାକୁ ଶୁକ୍ରବାର ଠାରୁ ପୋଲିସ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।ଶାନ୍ତି ଓ ଶୃଙ୍ଖଳା ଉପରେ ଯେଭଳି ନକରାତ୍ମକ ପ୍ରଭାବ ନପଡେ ସେଥିପାଇଁ ନିର୍ଦ୍ଦେଶ ରହିଛି । ଏନେଇ ସମସ୍ତେ ସଜାଗ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଏଥିସହ ରାଜ୍ୟର ସମସ୍ତ ଜିଲ୍ଲାରେ ସଜାଗ ରହିଛନ୍ତି ପୋଲିସ ଫୋର୍ସ । ସବୁସ୍ତର ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ସମସ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦିଆଯିବା ସହ ଅତି ସମ୍ବେଦନଶୀଳ ଜିଲ୍ଲା ମାନଙ୍କରେ ମଧ୍ୟ କଡାକଡି ଭାବରେ ନଜର ରଖାଯାଇଛି ବୋଲି ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

ଏହାସହ ସୋସିଆଲ ମିଡ଼ିଆରେ କୌଣସି ପ୍ରକାର ଅପ୍ରତିକର ମତ ଓ ମନ୍ତବ୍ୟ ନଦେବା ପାଇଁ ମଧ୍ୟ କହିଛନ୍ତି ମୁଖ୍ୟ ଶାସନ ସଚିବ। ସୋସିଆଲ ମିଡିଆକୁ ମଧ୍ୟ ନଜର ରେ ରଖାଯାଇଛି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ହୁ ଚର୍ଚ୍ଚିତ ଅଯୋଧ୍ୟା ବିବାଦ ମାମଲାର ରାୟ ପ୍ରକାଶ ପାଇଛି।ଏହାକୁ ଦୃଷ୍ଟିରେ ଗତକାଲି ଠାରୁ ପୋଲିସ ଓ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ ଦିଆଯାଇଛି ।Body:କୈଣସି ପ୍ରକାର ପିସ୍ ଓ ହାରମୋନୀ ଉପରେ ପ୍ରଭାବ ନକରିବା ପାଇଁ ନିର୍ଦ୍ଦେଶ ରହିଛି ।ଏନେଇ ସମସ୍ତେ ସଜାଗ ଅଛନ୍ତି । ରାଜ୍ୟ ର ସମସ୍ତ ଜିଲ୍ଲାରେ ସଜାଗ ରହିଛନ୍ତି ।ଘଟଣା ଉପରେ ତିଖଣ ନଜର ରଖାଯାଇଛି ।ସମସ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ବାଦ୍ ଅତିସମ୍ବେଦନଶୀଳ ଜିଲ୍ଲା ମାନଙ୍କର ରେ ମଧ୍ୟ କଡାକଡି ଭାବରେ ନଜର ରଖାଯାଇଛି ।Conclusion:ଏହା ସହ ସୋସିଆଲ ମିଡ଼ିଆ ରେ କୈଣସି ପ୍ରକାର ଅପ୍ରତିକର ମତ ମନ୍ତବ୍ୟ ନଦେବା ପାଇଁ ମଧ୍ୟ କହିଛନ୍ତି ମୁଖ୍ୟ ଶାଶନ ସଚିବ ଅଶିତ୍ ତ୍ରିପାଠୀ ।ସୋସିଆଲ ମିଡିଆ କୁ ମଧ୍ୟ ନଜର ରେ ରଖାଯାଇଛି ବୋଲି ସେ କହିଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.