ETV Bharat / city

ଜିଲ୍ଲାପାଳଙ୍କୁ ଗଣଶିକ୍ଷା ବିଭାଗର ଚିଠି, ଘରକୁ ଯାଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ବୁଝାଇବେ ଶିକ୍ଷକ

author img

By

Published : May 14, 2022, 11:48 AM IST

ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ । ଅଧିକ ପଢନ୍ତୁ

ସମସ୍ତ ଜିଲ୍ଲାପାଳଙ୍କୁ ଗଣଶିକ୍ଷା ବିଭାଗର ଚିଠି, ଘରକୁ ଯାଇ ପିଲା ଏବଂ ଅଭିଭାବକଙ୍କୁ ବୁଝାଇବେ ଶିକ୍ଷକ

ଭୁବନେଶ୍ବର: ଦୁଇ ବର୍ଷ ପରେ ସ୍କୁଲ ‌ଖୋଲିଛି । ତାପରେ ବି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଆଶାନୁରୂପ ହୋଇପାରୁ ନାହିଁ । ତେବେ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ । ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କୁ ପୁନର୍ବାର ଶିକ୍ଷା ସହ ଯୋଡ଼ିବାକୁ ବିଦ୍ୟାଳୟ ସ୍ତରରେ କାରଣ ଖୋଜିବେ । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ବୁଝାଇ ପୁନର୍ବାର ବିଦ୍ୟାଳୟ ଫେରାଇ ଆଣିବାକୁ ପ୍ରଚେଷ୍ଟା କରିବେ ।

ଅଧାରୁ ପାଠଛଡ଼ା ରୋକିବା ପାଇଁ 5 ସୂତ୍ରୀ ଯୋଜନା ପ୍ରଦାନ କରାଯାଇଛି । ଏନେଇ ସମସ୍ତ ଜିଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଅବଗତ କରାଯାଇଛି । ସୂଚନା ଅନୁଯାୟୀ, କୋରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ପାଠପଢ଼ା ପ୍ରଭାବିତ ହୋଇଛି । ଏବେ ରାଜ୍ୟରେ ସ୍ଵାଭାବିକ ସ୍ଥିତି ଫେରିବା ପରେ ପୁନର୍ବାର ବିଦ୍ୟାଳୟରେ ପାଠପଢା ଚାଲିଛି । ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏବେ ସକାଳ 6ରୁ 9 ଟା ପର୍ଯ୍ୟନ୍ତ ପାଠପଢା ଚାଲିଛି । ଛାତ୍ରଛାତ୍ରୀ ମାନଙ୍କୁ ରନ୍ଧା ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି । ବିଭାଗ ପକ୍ଷରୁ ବ୍ଲକସ୍ତରରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସଂଗ୍ରହ କରାଯାଉଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ବାରା ପ୍ରଦାନ ତଥ୍ୟ ମୁତାବକ ରାଜ୍ୟରେ ଏବେ 70 ପ୍ରତିଶତ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସୁଥିବାବେଳେ 30 ପ୍ରତିଶତ ଅନୁପସ୍ଥିତ ରହୁଛନ୍ତି ।

ଉପସ୍ଥାନକୁ ଦୃଷ୍ଟିରେ ରଖି ଦେଖାଯାଇଛି ଯେ ମାଲକାନଗିରି, ବୋୖଦ୍ଧ, ଗଜପତି, ସମ୍ବଲପୁର, ନୁଆପଡା ଭଳି ଜିଲ୍ଲାଗୁଡ଼ିକରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ଭିତରେ ଉପସ୍ଥାନ ହାରାହାରି ଠାରୁ ବହୁତ କମ୍ ରହିଛି । ସେହିଭଳି ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଉପସ୍ଥାନ କ୍ଷେତ୍ରରେ ମାଲକାନଗିରି, ବୌଦ୍ଧ, ସମ୍ବଲପୁର, ନୁଆପଡା ଭଳି ଜିଲ୍ଲାର ପ୍ରଦର୍ଶନ ମଧ୍ୟ ରାଜ୍ୟ ହାରାହାରି ଠାରୁ କମ୍ ଅଟେ । ନବମ ଓ ଦଶମ ଶ୍ରେଣୀରେ ଗଜପତି, ବଲାଙ୍ଗୀର, ବରଗଡ, ସୋନପୁର, ନୁଆପଡା, କଟକ, ଖୋର୍ଦ୍ଧା, କୋରାପୁଟ, ଗଞ୍ଜାମ, ବୋୖଦ୍ଧ, ମାଲକାନାଗିରି, କେନ୍ଧୁଝର, ସମ୍ବଲପୁର ଭଳି ଜିଲ୍ଲାର ପ୍ରଦର୍ଶନ ରାଜ୍ୟ ହାରାହାରି ଠାରୁ କମ୍ ଅଟେ । ଉଚ୍ଚ ମାଧ୍ୟମିକ ଶ୍ରେଣୀର ସାମଗ୍ରିକ ଉପସ୍ଥାନ ଗଜପତି, ସୋନପୁର, ବରଗଡ, ନୁଆପଡା ଠାରେ ଅତ୍ୟନ୍ତ କମ ରହିଛି । ଏହି ପିଲାଙ୍କୁ କିଭଳି ସ୍କୁଲକୁ ଅଣାଯିବ ତାହାହିଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ।

ଭୁବନେଶ୍ବରରୁ ବିକାଶ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.