ଭୁବନେଶ୍ବର: ଅବ୍ୟବହୃତ ସାମଗ୍ରୀରୁ ସ୍ଵୟଂ ଚାଳିତ ସାନିଟାଇଜର ମେସିନ ତିଆରି କରି ଚର୍ଚ୍ଚାରେ ଡିପ୍ଲୋମା ଇଞ୍ଜିନିୟରିଂ ଛାତ୍ର । କୋରୋନା ମହାମାରୀରେ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ଏପରି ମେସିନ୍ ତିଆରୀ କରିଛନ୍ତି ଡିପ୍ଲୋମା ଇଞ୍ଜିନିୟରିଂ ଛାତ୍ର ।
ଭୁବନେଶ୍ଵରରେ ସରକାରୀ ପଲିଟେକନିକର ଡିପ୍ଲୋମା ଛାତ୍ର ରାକେଶ କୁମାର ମାର୍ଥା। ବହୁ ଅବ୍ୟବହୃତ ସାମଗ୍ରୀକୁ ନେଇ ଏହି ମେସିନ୍ ତିଆରି କରିଛନ୍ତି ରାକେଶ। ଏହି ମେସିନ ତିଆରି ପାଇଁ ସେ ମାତ୍ର 300 ଟଙ୍କା ଖର୍ଚ୍ଚ କରିଛନ୍ତି। ଯାହାକୁ ସେ 500 ଟଙ୍କାରେ ବିକ୍ରି କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ 2000 ରୁ ଅଧିକ ମେସିନ୍ ବିକ୍ରି କରିସାରିଲେଣି ରାକେଶ। ବିଦ୍ୟୁତ ଦ୍ଵାରା ପରିଚାଳିତ ଏହି ମେସିନରେ ବ୍ୟାଟେରୀ ଲାଗୁଛି। ତେବେ ଥରେ ଚାର୍ଜ ହେଲେ ଏହି ମେସିନ୍ 3 ରୁ 4 ଦିନ ଚାଲିବାରେ ସକ୍ଷମ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ