ETV Bharat / city

ଲେଖକ ଅଞ୍ଜନ ଦାସଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ - ଅଞ୍ଜନ ଦାସଙ୍କ ପୁସ୍ତକ ଉନ୍ମୋଚନ

ସମୟ ଉପଯୋଗୀ ପୁସ୍ତକର ଚାହିଦାକୁ ଦେଖି ଲେଖକ ଅଞ୍ଜନ ଦାସଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ । ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଅଧିକ ପଢନ୍ତୁ

ଲେଖକ ଅଞ୍ଜନ ଦାସଙ୍କ ଦୁଇଟି ପୁସ୍ତକ ଉନ୍ମଚିତ
ଲେଖକ ଅଞ୍ଜନ ଦାସଙ୍କ ଦୁଇଟି ପୁସ୍ତକ ଉନ୍ମଚିତ
author img

By

Published : Apr 13, 2022, 7:43 AM IST

Updated : Apr 13, 2022, 8:59 AM IST

ଭୁବନେଶ୍ବର: ସମୟ ଉପଯୋଗୀ ପୁସ୍ତକର ଚାହିଦାକୁ ଦେଖି ଲେଖକ ଅଞ୍ଜନ ଦାସଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଲାଇଫ ସ୍କିଲ ଡେଭଲପମେଣ୍ଟ ଓ ଡିଜିଟାଲ ଏଚଆର ଆନାଲିଟିକ୍ସ ଡିଜାଇନ ଥିକିଂ ନାମକ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଛି । ଭୁବନେଶ୍ୱର ଧର୍ମ ବିହାରର କମ୍ଯୁନିଷ୍ଟ ସେଣ୍ଟରରେ ଏହି ଦୁଇଟି ପୁସ୍ତକର ଉନ୍ମୋଚନ ହୋଇ ଥିବାବେଳେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ ପୁସ୍ତକ ଉନ୍ମୋଚନ କରିଛନ୍ତି ।

ଲେଖକ ଅଞ୍ଜନ ଦାସଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ

ତେବେ ଦିନକୁ ଦିନ ବହିର ଚାହିଦା କମୁଥିବାରୁ ପାଠକ ଓ ସମୟ ଉପଯୋଗୀ ଚାହିଦାକୁ ଦେଖି ନୂଆ କଥା କିଛି ଜାଣିବା ଭଳି ଏଭଳି ପୁସ୍ତକ ବଜାରକୁ ଆସିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଧାୟକ । ଏହାକୁ ନେଇ ଲେଖକଙ୍କ ସୃଜନଶିଳତାର ଆଦୃତ ହେବା ସହ ନୂଆ କଲା ବିଷୟରେ ଜାଣିବାକୁ ପାଇବେ ଯୁବପିଢି । ତେଣୁ ଅଞ୍ଜନ ଦାସଙ୍କ ଏହି ପୁସ୍ତକ ଦୁଇଟି ଚାହିଦା ମୁତାବକ ପାଠକଙ୍କ ପାଖରେ ପହଁଚିବା ଓ ଲୋକାଦୃତ ହେବା ଉଚିତ୍ ବୋଲି କହିଛନ୍ତି ବିଧାୟକ ।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ରିଜିଓନାଲ କଲେଜ ଅଫ ମ୍ୟାନେଜମେଣ୍ଟ ସମ୍ପାଦକ ପ୍ରବୀର ପାଲ ଯୋଗଦେଇ ଅଞ୍ଜନଙ୍କ ଲେଖାକୁ ବେଶ ପ୍ରଶଂସା କରିଥିଲେ । ତେବେ ଅଞ୍ଜନ ତାଙ୍କ ପୁସ୍ତକରେ ଚାକିରି ଓ ମାନବ ସମ୍ବଳ ବିଷୟର ଉପାୟ ସମ୍ବନ୍ଧରେ ଲେଖି ଥିବାବେଳେ ଏହା ନିଶ୍ଚୟ ଯୁବପିଢିଙ୍କୁ ସେମାନଙ୍କ ଭବିଷ୍ୟତ ଦିଗରେ ଆଗକୁ ବଢାଇବାକୁ ସାହାଯ୍ୟ ହେବ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Apr 13, 2022, 8:59 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.