ETV Bharat / city

ହକି ମହାକୁମ୍ଭ; ବିନା ଦର୍ଶକରେ ହେବ ଖେଳ

author img

By

Published : Nov 11, 2021, 12:20 PM IST

ଆସନ୍ତା ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ ହକି ମେଗା ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଖେଳ ଦେଖିବାକୁ ଦର୍ଶକଙ୍କୁ ଅନୁମତି ନାହିଁ। କୋରୋନା ପାଇଁ ବିନା ଦର୍ଶକରେ ଖେଳାଯିବ ମ୍ୟାଚ । ଅଧିକ ପଢନ୍ତୁ...

ହକି ମହାକୁମ୍ଭ ; ବିନା ଦର୍ଶକରେ ହେବ ଖେଳ
ହକି ମହାକୁମ୍ଭ ; ବିନା ଦର୍ଶକରେ ହେବ ଖେଳ

ଭୁବନେଶ୍ବର: ଆସନ୍ତା ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଜୁନିୟର ହକି ବିଶ୍ବକପ ଅନୁଷ୍ଠିତ ହେବ। ହେଲେ ଖେଳ ଦେଖିବାକୁ ଦର୍ଶକଙ୍କୁ ନାହିଁ ଅନୁମତି। କୋରୋନା ପାଇଁ ବିନା ଦର୍ଶକରେ ଖେଳାଯିବ ମ୍ୟାଚ । ନିରାଡମ୍ବରରେ ଅନୁଷ୍ଠିତ ହେବ ଉଦଘାଟନୀ ଉତ୍ସବ । ଏନେଇ ସୂଚନା ଦେଇଛନ୍ତି କ୍ରୀଡା ସଚିବ ଭିନେଲ କ୍ରୀଷ୍ଣା ।

କେବଳ ଖେଳାଳି ଓ ଷ୍ଟାଫଙ୍କୁ ଷ୍ଟାଡିୟମକୁ ଅନୁମତି ଅଛି । ପ୍ରତିଦିନ ଖେଳାଳି ଓ ଷ୍ଟାଫଙ୍କ ଆରଟିପିସିଆର ପରୀକ୍ଷା କରାଯିବ । ଖେଳାଳି ଓ ଟିମ ନିମନ୍ତେ ଦୁଇଟି ସ୍ବତନ୍ତ୍ର କୋଭିଡ ହସ୍ପିଟାଲ କରାଯାଇଛି । କୋଭିଡ କଟକଣା ଭିତରେ ହେବ ଟୁର୍ଣ୍ଣାମେଣ୍ଟ । ଭାରତୀୟ ଟିମ ଭୁବନେଶ୍ବରରେ ପହଞ୍ଚିସାରିଛି । ୧୫ରେ ଅନ୍ୟ ଦଳ ଭୁବନେଶ୍ବରରେ ପହଞ୍ଚିବେ । ସମୁଦାୟ ୧୬ଟି ଟିମ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ ।

କଳିଙ୍ଗ ଷ୍ଟାଡିୟରେ ହକି ଖେଳାଯିବା ନେଇ ସେପ୍ଟେମ୍ବର ୨୩ରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ କଟକଣାରେ ଦର୍ଶକ ବିଶ୍ବକପର ମଜା ନେବେ ବୋଲି ନିଷ୍ପତ୍ତି ହୋଇଥିଲା । ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଥିଲା । ହେଲେ ଏହାକୁ ପରିବର୍ତ୍ତନ କରାଯାଇଛି । କୋରୋନା ପାଇଁ ଷ୍ଟାଡିୟମକୁ ଦର୍ଶକଙ୍କୁ ବାଦ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.