ଭୁବନେଶ୍ବର: ପୁଣି ବିଧାନସଭା ନିକଟରେ ଆତ୍ମହୁତି ଉଦ୍ୟମ । ଏକ ହତ୍ୟା ଘଟଣାରେ ନ୍ୟାୟ ନପାଇବାରୁ ଶେଷରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମା-ପୁଅ । ଜଗତସିଂହପୁର ଜିଲ୍ଲାରେ କୁଜଙ୍ଗ ଅଞ୍ଚଳରେ ସୁଲୋଚନା ଦାସ ଓ ତାଙ୍କ ପୁଅ ସୁବ୍ରତ ଦାସ ବୋଲି ଏପରି କରିଥିବା ଜଣାପଡିଛି ।
ପୂର୍ବଶତୃତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିଲା । ଅଭିଯୋଗ ହୋଇଥିଲା ମଧ୍ୟ ଓ ଏସପିଙ୍କୁ ମଧ୍ୟ ଜଣାଇ ଦିଆଯାଇଥିଲା ମାତ୍ର କୌଣସି ସହଯୋଗ ପାଇନଥିବାରୁ ଶେଷରେ ନିରାଶ ହୋଇ ବିଧାନସଭା ସମ୍ମୁଖରେ ଆତ୍ମହୁତି ଉଦ୍ୟମ କରିଥିଲେ । ବିଧାନସଭା ସାମ୍ନା ଇଡକଲ୍ ଅଡିଟୋରିୟମ ପାଖରେ ଆତ୍ମହୁତି ଉଦ୍ୟମ ବେଳେ ପୋଲିସ ଅଟକାଇଥିଲା । ଏହାକୁ ମିଶାଇ ଚଳିତ ଶୀତ ଅଧିବେଶନରେ ମୋଟ୍ 3 ଥର ଆତ୍ମହୁତି ଉଦ୍ୟମ ହେଲାଣି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ