ଭୁବନେଶ୍ବର:ପାୱାରଲେସ ପୋଲିସ। ପାୱାର ଅଛି ହେଲେ ଦମ ନାହିଁ । ବର୍ଦିର ଭୟ ନାହିଁ କି ବନ୍ଧୁକ ଥାଇ କାମକୁ ଆସୁନାହିଁ । ଏମିତି କୋହଭରା କଣ୍ଠରେ ପୋଲିସ ପ୍ରତି ନିଜର ଉଦବେଗ ପ୍ରକାଶ କରିଛନ୍ତି ପରବିନ୍ଦର ପାଲ । ମଙ୍ଗଳବାର ପୋଲିସର ସାହାରାରେ ଦୁର୍ବତ୍ତଙ୍କ କବଳରୁ ମୁକୁଳିବାକୁ ଚେଷ୍ଟା କରି ମରଣାନ୍ତକ ଆକ୍ରମଣର ଶିକାର ହେଇଛନ୍ତି ପରବିନ୍ଦର । ଏପରିକି ପାୱାରଫୁଲ ଲୋକ ଯୋଗୁଁ ପୋଲିସ ସେମାନଙ୍କ ସହ ସଲାସୁତରା କରୁଛି । ଦୁର୍ବୁତ ମାନେ ଖୁଲମଖୁଲା ଆକ୍ରମଣ କଲେ, ଲହୁ ଲୁହାଣ କଲେ ଅଥଚ ଧରିବାକୁ ବିଳମ୍ବ ଲାଗୁଛି । ଏପରିକି ଲୁଚାଇ ଲୁଚାଇ ଦୁର୍ବୁତଙ୍କୁ କୋର୍ଟ ଚାଲାଣ କରୁଛି ପୋଲିସ । ମୁହଁକୁ ଲୋକେ ଦେଖିବା ଦରକାର ଚିହ୍ନିବା ଦରକାର । ମିଡିଆ ସାମ୍ନାରେ ଖୁଲାସା ଦରକାର । କାହାକୁ ଗିରଫ କରିଛି ତାହା ଜଣା ପଡୁନାହିଁ । ଏପରି କୋହଭରା କଣ୍ଠରେ ପୋଲିସର ପାରିବା ପଣିଆ ଉପରେ ବିଶୋଦଗାର କରିଛନ୍ତି ଆକ୍ରମଣର ଶିକାର ପରବିନ୍ଦର ପାଲ ।
ତେବେ ଜଣେ ଶିଖର ମୁଣ୍ଡରୁ ପଗଡି଼ କାଢି ଗୋଡରେ ଚକାଟି ଇଟାରେ ମାଡ ମାରିବା, ତାହା ପୁଣି ପୋଲିସ ସାମ୍ନାରେ ଯାହା ଏକ ସମ୍ପ୍ରଦାୟ ପ୍ରତି କୁଠାରଘାତ ହୋଇଥିବା ଅଭିଯୋଗ ସେ କରିଛନ୍ତି । ଏଥିପାଇଁ ପୋଲିସ ଦାୟୀ । ସୁରକ୍ଷା ଦେବାରେ ବିଫଳ ବୋଲି କହିଛନ୍ତି । ଏଠି ସାଧାରଣ ଲୋକେ ସୁରକ୍ଷିତ ନୁହେଁ । ଅପରାଧିଙ୍କ ଚରାଭୁଇଁ ପାଲଟିଛି ରାଜଧାନୀ । ତେବେ ଲକ୍ଷ୍ମୀସାଗର ଥାନା ଝାରପଡା ଯାତ୍ରୀ ନିବାସ ନିକଟରେ ଭଗବାନ ଟାୱାରରେ ରହୁଥିବା ପରବିନ୍ଦର ପାଲଙ୍କୁ ହୋଇଥିଲା ମରଣାନ୍ତକ ଆକ୍ରମଣ । ବାହାଘର କାର୍ଡ ବାଣ୍ଟିବାକୁ ଆସିଥିବା କିଛି ଯୁବକ ପରବିନ୍ଦର ରହୁଥିବା ଫ୍ଲାଟ ତଳେ ଗାଡି ପାର୍କିଂ କରିଥିଲେ । ଯେଉଁଠି ପରବିନ୍ଦରଙ୍କ ଗାଡି ବାହାର କରିବା ଥିଲା ଅସମ୍ଭବ । ଏହି ଘଟଣାରେ ଯୁବକଙ୍କ ସହ ହୋଇଥିଲା ଯୁକ୍ତିତର୍କ । ପରେ ପରବିନ୍ଦର ପୋଲିସକୁ ଫୋନ କରି ଡାକିବା ପରେ ୬ରୁ ୭ଜଣ ଦୁର୍ବୁତ ଏକାଠି ହୋଇଥିଲେ । ଏବଂ ପୋଲିସ ସାମ୍ନାରେ ମାଡ଼ ମାରିଥିଲେ ସୁଦ୍ଦା ନିଷ୍କ୍ରିୟ ସାଜିଥିଲେ ଉପସ୍ଥିତ ପୋଲିସ କର୍ମଚାରୀ । ଏହି ଘଟଣାରେ ୩ଜଣ ଅଭିଯୁକ୍ତ ଦିପକ ଜେନା, ଦିପକ ମହାନ୍ତି, ଶଙ୍କର ରାଉତ ଗିରଫ ହୋଇଥିଲେ ମଧ୍ୟ ଏଯାଏ ବାକି ଅଭିଯୁକ୍ତ ଗିରଫ ନହେବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ।
ପ୍ରଶ୍ନ ଉଠୁଛି ଏପରି ଅନେକ ଘଟଣା ଘଟୁଛି ସତ କିନ୍ତୁ ପୋଲିସ ଉପସ୍ଥିତିରେ ଏପରି ଘଟଣା ଘଟିବା ଅଥଚ ପୋଲିସ ଅଟକାଇବାରେ ବିଫଳ ହେବା କମିସନରେଟ ପୋଲିସର ପାୱାର ପ୍ରତି ଉଠିଛି ବଡ ପ୍ରଶ୍ନ । ଏଠି ଏମରଜେନସି ରେସପନ୍ସ କଥା କହୁଛନ୍ତି ପୋଲିସ କମିସନର । ଏଫିସେଣ୍ଟ ଅଫିସରଙ୍କ କଥା କହୁଛନ୍ତି ଅଫିସର । ଖାକି ପୋଷାକଧାରୀ ପୋଲିସ ପ୍ରତି ଉଠିଗଲାଣି କି ଅପରାଧିଙ୍କ ଭୟ । ପାଖରେ ବନ୍ଧୁକ ଥାଇ ବି ରହୁନି ଦୁର୍ବୁତଙ୍କ ଡ଼ର । ଯାହା ଏଭଳି ଚିତ୍ର ସାମ୍ନାକୁ ଆସିବେ ପରେ ପାୱାରଲେସ କମିସନରେଟ ପୋଲିସ ପ୍ରତି ସନ୍ଦେହ ପ୍ରକଟ କରିଛନ୍ତି ଅନେକ ଲୋକ । ତେବେ ସମାନ ଢଙ୍ଗରେ କିଛି ଦିନ ମଧ୍ୟରେ ମାର୍କେଟ ବିଲଡିଂରେ ୩୦ ଜଣ ଯୁବକ ଅରାଜକତା କରି ଗଣ୍ଡଗୋଳ କରିବା ସହ ଖୁଲମଖୁଲା ଆକ୍ରମଣ କଲେ ଦୋକାନ ବଜାର ଭାଙ୍ଗିଲେ । ଘଟଣାରେ ପୋଲିସ ଅଫିସରଙ୍କ ପୁଅ ଠାରୁ ଅନେକ ପଲଟିକାଲ ଲୋକଙ୍କ ସମ୍ପର୍କିୟ ସମ୍ପୃକ୍ତ ଯୋଗୁ ଲୁଚାଇ ଲୁଚାଇ କୋର୍ଟ ଚାଲାଣ କଲେ ।
କେବଳ ଏତିକି ନୁହେଁ ଧଉଳିରେ ଜଣେ ପର୍ଯ୍ୟଟକ ବିଏସଫ ଯବାନଙ୍କ ସହ ପରିବାରକୁ ମରଣାନ୍ତକ ଆକ୍ରମଣ କଲେ । ସମ୍ପୃକ୍ତ ଥିବା ଦୁର୍ବୁତ କିଛି ବଡ ବଡ ସୋରୁମର କର୍ମଚାରୀ ହୋଇଥିବାରୁ ଲୁଚାଇ ଲୁଚାଇ କୋର୍ଟ ଚାଲାଣ କଲା ପୋଲିସ । ସେହିପରି ଏସପାଲେନଡ ମଲରେ ସାମ୍ବାଦିକାକୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶ୍ୟାମା ଝା ଙ୍କୁ ଲୁଚାଇ ଲୁଚାଇ କୋର୍ଟ ଚାଲାଣ କଲା ଏ ତମାମ ଘଟଣା ଦେଖିଲେ ସତେ ଯେପରି ହାଇପ୍ରୋଫାଇଲ ଲୋକ ଓ ଦୁର୍ବୁତଙ୍କ ସହ ତଳଠୁ ଆରମ୍ଭ କରି ଉପରିସ୍ଥ ଅଫିସରଙ୍କ ଏତେ ଦରଦ କାହିଁକି । ସର୍ବ ସାଧାରଣରେ ଆତଙ୍କ ମଚାଉଥିବା ଅପରାଧିଙ୍କ ମୁହଁ ଦେଖାଇବାକୁ ପୋଲିସ କମିସନରଙ୍କ ଭୟ କାହିଁକି । ଯାହା ସାଧାରଣ ଲୋକଙ୍କ ମନରେ କମିସନରେଟ ପୋଲିସ ପ୍ରତି ଏକ ସନ୍ଦେହ ଜାତ କରୁଛି ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ