ଭୁବନେଶ୍ବର: ନୀରବ ପ୍ରାର୍ଥନାରେ ସାମିଲେ ହେଲେ ଓଡିଶାର କ୍ରୀଡାବିତ୍ତ୍ । 1 ମିନିଟ କଲେ ଶପଥ ପାଠ । କଳିଙ୍ଗ ଷ୍ଟାଡିୟମରେ କ୍ରୀଡା ସଚିବଙ୍କ ସମେତ ଓଡିଶାର ବିଭିନ୍ନ କ୍ରୀଡାବିତ୍ତ କରିଛନ୍ତି ନିରବ ପ୍ରାର୍ଥନା । କୋଭିଡ-19 ଯୁଦ୍ଧରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ 1 ମିନିଟ ନିରବ ପ୍ରାର୍ଥନା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଅନୁରୋଧ କରିଥିଲେ ।
ତେବେ ବୁଧବାର ସନ୍ଧ୍ୟାରେ ସାରା ଓଡିଶାବାସୀ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ନିରବ ପ୍ରାର୍ଥନା କରିଛନ୍ତି । ଏହା ଧାରରେ ସାମିଲ ହୋଇଛନ୍ତି କ୍ରୀଡା ହଷ୍ଟେଲରେ ଛାତ୍ରଛାତ୍ରୀଙ୍କ ସହ କ୍ରୀଡ଼ାବିତ ଓ କ୍ରୀଡା ସଚିବ ବିଶାଲ ଦେବ । ରାଜ୍ୟରେ ଏପର୍ଯ୍ୟନ୍ତ 200ରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଏହାର ସଂକ୍ରମଣ ହୋଇ ଚିକିତ୍ସିତ ହେଉଛନ୍ତି । ତେଣୁ ସେହି ବ୍ୟକ୍ତିମାନଙ୍କ ଓ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଏହି ଅନୁରୋଧ କରିଥିଲେ ।
ତେବେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସଚେତନତାକୁ ବ୍ୟାପକ କରାଯିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସଚିବ ବିଶାଲ ଦେବ । ତେଣୁ ଏପରି ଉତ୍ସବ ମଧ୍ୟ କୋରୋନା ଯୋଦ୍ଧାଙ୍କୁ ଅଧିକ କାର୍ଯ୍ୟ କରିବାକୁ ପ୍ରେରଣା ଦେବା ସହ ସମାଜରେ ରୋଗୀ ପ୍ରତି ଦେଖା ଦେଉଥିବା ସାମାଜିକ ବାସନ୍ଦକୁ ଦୂରେଇବା ଦିଗରେ ସହାୟକ ହେବ ବୋଲି ସେ କହିଛନ୍ତି ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ