ଭୁବନେଶ୍ବର: ପୋଷ୍ୟ ସ୍କୁଲ ପାଇଁ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି । ‘ମୋ ସ୍କୁଲ ଅଭିଯାନରେ ଚାଲିଥିବା ପୋଷ୍ୟ ସ୍କୁଲକୁ କ୍ରିୟାଶୀଳ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଗୁରୁତ୍ବ ଦିଆଯାଇଛି । ଏନେଇ ବିଭାଗ ପକ୍ଷରୁ ମଙ୍ଗଳବାର(ଆଜି) ବିଦ୍ଧିବଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତିରେ ପୋଷ୍ୟ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ ହେବାର ମାପଦଣ୍ଡ ସମ୍ବନ୍ଧରେ ସୂଚନା ଦିଆଯାଇଛି । କାର୍ଯ୍ୟକ୍ରମରେ ଯୋଡି ହେବା ପରେ ଦାୟିତ୍ବ, କର୍ତ୍ତବ୍ୟ ଓ ନିର୍ଦ୍ଦିଷ୍ଟ ନିୟମ ରହିଛି । ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ଯେ, ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ଭାବେ ସ୍ବେଚ୍ଛାକୃତ ।
ସମାଜର ସଫଳ ତଥା ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ସର୍ବାଧିକ 3ଟି ସରକାରୀ ବିଦ୍ୟାଳୟକୁ ପୌଷ୍ୟ ଭାବେ ଗ୍ରହଣ କରିପାରିବେ । ବ୍ୟକ୍ତିଗତ ସ୍ତରରେ ଉକ୍ତ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଚେଷ୍ଟା କରିବେ । ସେହିପରି ବିଦ୍ୟାଳୟର କର୍ତ୍ତୃପକ୍ଷ ନିୟମିତ ବ୍ୟବଧାନରେ ପୋଷ୍ୟ ସ୍କୁଲ ସମ୍ବନ୍ଧୀୟ ସମସ୍ତ ଅଗ୍ରଗତି ରିପୋର୍ଟ ୱେବସାଇଟରେ ଅପଲୋଡ କରିବେ । ସେହିପରି ବିଦ୍ୟାଳୟ କର୍ତ୍ତୃପକ୍ଷ ନିୟମିତ ବ୍ୟବଧାନରେ ପୋଷ୍ୟ ସ୍କୁଲ ସମ୍ବନ୍ଧୀୟ ସମସ୍ତ ଅଗ୍ରଗତି ରିପୋର୍ଟ ୱେବସାଇଟରେ ଅପଲୋଡ କରିବେ । ସମସ୍ତ ତଥ୍ୟ ସମ୍ପୃକ୍ତ ଅଞ୍ଚଳର ବ୍ଲକ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିୟମିତ ବ୍ୟବଧାନରେ ଜଣାଇବେ। ପ୍ରଧାନଶିକ୍ଷକ ବର୍ଷକୁ ଦୁଇ ଥର ଅନୁଭୂତି ବାଣ୍ଟିବାକୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରିବେ ।
କୌଣସି ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଥିବା ବ୍ୟକ୍ତି ନିଜେ ପଢିଥିବା ବିଦ୍ୟାଳୟ, ନିଜର ପିତାମାତା, ଅଭିଭାବିକ କିମ୍ବା ଗୁରୁଜନ ପଢିଥିବା ବିଦ୍ୟାଳୟକୁ ବ୍ୟକ୍ତିଗତ ଭାବେ ଆଗ୍ରହୀ ଦୃଷ୍ଟିରୁ ଯେକୌଣସି ବିଦ୍ୟାଳୟକୁ ପୋଷ୍ୟ ଭାବେ ନେଇପାରିବେ । ପୋଷ୍ୟ ଗ୍ରହଣ କରିଥିବା ବ୍ୟକ୍ତି ବିଦ୍ୟାଳୟ ପାଇଁ ଜଣେ ପରାମର୍ଶଦାତା ଓ ମାର୍ଗଦର୍ଶକର ଭୂମିକା ନେଇପାରିବେ । ବିଦ୍ୟାଳୟ ପରିଚାଳନା କିମ୍ବା ଦୈନିକ କାର୍ଯ୍ୟକଳାପରେ ତାଙ୍କର ସମ୍ପୃକ୍ତି ରହିବନି। ବିଦ୍ୟାଳୟଗୁଡିକ 'ବିଦ୍ୟାଳୟ ଉନ୍ନତିକରଣ ଆକ୍ସନ ପ୍ଲାନ' ସହ ସ୍କୁଲର ବିକାଶ ସମନ୍ଧୀୟ ତାଲିକା ପ୍ରସ୍ତୁତ କରିବେ ।
ତାଲିକା ଅନୁସାରେ କାର୍ଯ୍ୟକାରୀ କରିବାକୁ ପ୍ରଚେଷ୍ଟା କରିବେ, ଏହା ଇଚ୍ଛାଧୀନ ରହିଛି। ଜଣେ ତାଲିକାଠାରୁ ମଧ୍ୟ ଅଧ୍ୟ କାର୍ଯ୍ୟ ସ୍କୁଲ ପାଇଁ କରିପାରିବ। ପିଲାଙ୍କ ପାଇଁ ସ୍ଵତନ୍ତ୍ର କୋଟି କ୍ଲାସ୍, ଭବିଷ୍ୟତ ଗଢ଼ିବା ପାଇଁ ବୃରିଗତ ପରାମର୍ଶ, ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସୁପରି-୩୦ କ୍ଲାସ୍ରୁମ୍ ଭଳି କୋଚ୍ ସଂସ୍ଥାର ବ୍ୟବସ୍ଥା କରିବାକୁ ମଧ୍ୟ ଅନୁମତି ଦିଆଯାଇଛି।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ